ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ଟ୍ରମ୍ପଙ୍କ ଗୋଲକ ଧନ୍ଦା

Key Points
ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ଟ୍ରମ୍ପଙ୍କ ଗୋଲକ ଧନ୍ଦା
ଇରାନକୁ ଚେକ୍ ଦେବାକୁ ପାକିସ୍ତାନକୁ ମୋହରା କରୁଛି କି ଆମେରିକା ?
ହ୍ବାଇଟ୍ ହାଉସରେ ଅତିଥି ହେଲେ ପାକ୍ ସେନାମୁଖ୍ୟ ଆସୀମ ମୁନୀର
ମୁନୀର୍-ଟ୍ରମ୍ପଙ୍କ ବାର୍ତ୍ତାଳପକୁ ମୋଦି କଲେ ନାପସନ୍ଦ
ଦିନକ ପୂର୍ବରୁ ଟ୍ରମ୍ପଙ୍କ ନିମନ୍ତ୍ରଣ ଅସ୍ବୀକାର କରିଥିଲେ ପିଏମ ମୋଦି
ଇରାନ-ଇସ୍ରାଏଲ ଯୁଦ୍ଧରେ ଟ୍ରମ୍ପଙ୍କ ହସ୍ତକ୍ଷେପକୁ ନେଇ ଖପ୍ପା ଋଷ୍ ରାଷ୍ଟ୍ରପତି
ଅପରେସନ ସିନ୍ଧୁରେ ଇରାନରୁ ସୁରକ୍ଷିତ ସ୍ବଦେଶ ଫେରୁଛନ୍ତି ଭାରତୀୟ
କଣ ଚାହୁଁଛନ୍ତି ଟ୍ରମ୍ପ ? ଏପଟେ ଶାନ୍ତି ପ୍ରସ୍ତାବ, ସେପଟେ ଆତଙ୍କୀ ସମର୍ଥକଙ୍କୁ ଆଲିଙ୍ଗନ । ରାଷ୍ଟ୍ରପତି ଟ୍ରମ୍ପଙ୍କ `ମୋଦି ବହୁତ ଭଲ ମଣିଷ ଏବଂ ପାକିସ୍ତାନ ମୋର ଭଲ ବନ୍ଧୁ' ବୟାନ ପଛରେ ଗୁପ୍ତ କୂଟନୀତି ଛପି ରହିଥିବା ଚର୍ଚ୍ଚା ହେଉଛି । ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହ୍ଵାଇଟ ହାଉସକୁ ନିମନ୍ତ୍ରଣ କରିଥିଲେ ଟ୍ରମ୍ପ । ବିଦେଶ ଗସ୍ତ କାର୍ଯ୍ୟକ୍ରମ ଯୋଗୁ ମୋଦି ନିମନ୍ତ୍ରଣ ଅସ୍ବୀକାର କରିଥିଲେ । ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣ କ୍ରମେ ପହଞ୍ଚିଥିଲେ ପାକ୍ ସେନାମୁଖ୍ୟ ଅସୀମ ମୁନୀର । ହ୍ବାଇଟ ହାଉସରେ ମୁନୀରଙ୍କ ସହ ମଧ୍ୟାହ୍ନ ଭୋଜନ କରି ଟ୍ରମ୍ପ ସିକ୍ରେଟ ଡିଲ୍ କରିଥିବା ଚର୍ଚ୍ଚା ହେଉଛି ।
ବୁଧବାର ଭାରତ-ପାକ୍ ଅସ୍ତ୍ରବିରତି ନିଷ୍ପତ୍ତି ପଛରେ ତୃତୀୟ ପକ୍ଷର ଭୂମିକା ନଥିବା ଫୋନ ବାର୍ତ୍ତାଳାପରେ ଟ୍ରମ୍ପଙ୍କୁ ରୋକଠୋକ ଶୁଣାଇଥିଲେ ମୋଦି । କିନ୍ତୁ ମୁନୀରଙ୍କ ସହ ଲଞ୍ଚ୍ ପରେ ପୁଣିଥରେ ଭାରତ-ପାକ୍ ସିଜଫାୟରରେ ମଧ୍ୟସ୍ଥତା କରିଥିବା କହି ଟ୍ରମ୍ପ କଣ ସନ୍ଦେଶ ହେବାକୁ ଚାହୁଛନ୍ତି ? ଇରାନକୁ ଚେକ୍ ଦେବାକୁ ଟ୍ରମ୍ପ ପାକିସ୍ତାନକୁ ମୋହରା କରିଥିବା କୁହାଯାଉଛି । ମଧ୍ୟପ୍ରାଚ୍ୟ ଉତ୍ତେଜନା ସମୟରେ ଟ୍ରମ୍ପ ସିଧାସଳଖ ଇରାନ ବିରୋଧରେ ଗର୍ଜନ କରିବା ସହ ଇସ୍ରାଏଲକୁ ଖୋଲାଖୋଲି ସମର୍ଥନ କରୁଛନ୍ତି । ଯୁଦ୍ଧ ଆରମ୍ଭରୁ ଇରାନକୁ ସମର୍ଥନ କରୁଥିବା ପାକିସ୍ତାନକୁ ବନ୍ଧୁ କହି ସରିଫ-ଖାମନେଇ ଇସଲାମିକ ବନ୍ଧୁତାରେ ଫାଟ ସୃଷ୍ଟି କରିବାକୁ ଟ୍ରମ୍ପ ଚାହୁଥିବା କହିଛନ୍ତି ବିଶେଷଜ୍ଞ । ସେପଟେ ଇରାନ-ଇସ୍ରାଏଲ ଯୁଦ୍ଧରେ ଟ୍ରମ୍ପଙ୍କ ହସ୍ତକ୍ଷେପକୁ ନେଇ ଖପ୍ପା ରୁଷ୍ ରାଷ୍ଟ୍ରପତି ପୁଟିନ ।
📱 Get Argus News App
✨ଇରାନ-ଇସ୍ରାଏଲ ମଧ୍ୟରେ ଘମାଘୋଟ ଯୁଦ୍ଧ ପହଞ୍ଚିଛି ସପ୍ତମ ଦିନରେ । ଇରାନର ହାଇପରସୋନିକ ମିଶାଇଲ ଆକ୍ରମଣର ମୁହଁତୋଡ ଜବାବେ ଦେଉଛି ଇସ୍ରାଏଲ । ବଢୁଛି ଯୁଦ୍ଧର ଘନଘଟା...ବଢୁଛି ମୃତ୍ୟୁ ସଂଖ୍ୟା । ଇରାନରୁ ପାଖାପାଖି 10 ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଭାରତ ସରକାର ଆରମ୍ଭ କରିସାରିଛନ୍ତି ଅପରେସନ ସିନ୍ଧୁ । ବୁଧବାର-ଗୁରବାର ରାତିରେ ନୂଆଦିଲ୍ଲୀରେ ପହଞ୍ଚିଥିବା 110 ଭାରତୀୟଙ୍କୁ ସ୍ବାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂହ ।
ଟ୍ରମ୍ପଙ୍କ ସହ ଲଞ୍ଚ ମୁନୀରଙ୍କୁ ପଡ଼ିବ କି ମହଙ୍ଗା ? ଇସଲାମିକ ବନ୍ଧୁ ସାଙ୍ଗରେ ରହିପାରିବନି ପାକିସ୍ତାନ । ଏବେ ଟ୍ରମ୍ପଙ୍କ ଚାପରେ ନିଜ ଏୟାରବେସ୍ ବ୍ୟବହାର କରିବାକୁ ଦେବା ସହ ଆମେରିକା ହଁରେ ହଁ ଭରିବାକୁ ବାଧ୍ୟ ହେବ କି ପାକ୍ ?