Pak Terrorist / ପାକିସ୍ତାନ ପୋଷିଛି ଆତଙ୍କବାଦୀ, ସମସ୍ତଙ୍କ ନିଘରାନିରେ ହେଲା ସଭା

Key Points
ପାକିସ୍ତାନରେ ଆତଙ୍କବାଦୀଙ୍କ ବଡ଼ ମେଳି
ଭାରତ ଓ ଇସ୍ରାଏଲ ବିରୋଧ ନାରାରେ କମ୍ପିଲା ପାକିସତାନ
ସାମ୍ନକୁ ଆସିଲା ପାକର ଆତଙ୍କୀ ପ୍ରେମ
ପଦାରେ ପଡ଼ିଲା ପାକିସ୍ତାନର ଅସଲ ଚେହେରା। ଜଣେ, ଦୁଇଜଣ କି ଶହେ ଜଣ ନୁହେଁ ବାଲାକୋଟରେ ହେଲା ହଜାର ହଜାର ଆତଙ୍କବାଦୀଙ୍କ ମେଳି। ଆଉ ଆତଙ୍କୀ ଖୋଲା ଖୋଲି କହିଲେ କେମିତି ଆତଙ୍କୀଙ୍କୁ ପ୍ରଶୟ ଦେଉଛି ପାକିସ୍ତାନ। ପାକିସ୍ତାନର ପ୍ରଶଂସା ହେଲା, ଆତଙ୍କୀ ସର୍ଦ୍ଦାର ମାସୁଦ ଅଝରକୁ ମହାନ କୁହାଗଲା। ଗତ ସପ୍ତାହରେ ପାକିସ୍ତାନର ବାଲାକୋଟରେ ହୋଇଥିଲା ଏକ ଧାର୍ମିକ କାର୍ଯ୍ୟକ୍ରମ। ପାକିସ୍ତାନ ଭାଷାରେ ଧାର୍ମିକ କାର୍ଯ୍ୟକ୍ରମ କିନ୍ତୁ ପ୍ରକୃତରେ ଏହା ଆତଙ୍କବାଦୀଙ୍କ କାର୍ଯ୍ୟକ୍ରମ। ଯେଉଁଥିରେ ଭାରତ ଓ ଇସ୍ରାଏଲ ବିରୋଧୀ, ଜିହାଦ ସମର୍ଥନରେ ସ୍ଲୋଗାନ ଦିଆଯାଇଥିଲା।
ଆତଙ୍କବାଦୀଙ୍କ ଏ ସମ୍ମିଳନୀର ନାଁ ଦିଆଯାଇଥିଲା 'ମିଶନ ମୁସ୍ତାଫା'। ବିଭିନ୍ନ ଚିନ୍ତାଧାରାକୁ ସମର୍ଥନ କରୁଥିବା ତଥାକଥିତ ଇସଲାମ ବିଦ୍ବାନ ମାନେ ଯୋଗ ଦେଇଥିଲେ ଓ ଭାଷଣ ଦେଇଥିଲେ। ପାକିସ୍ତାନ ଭାଷାରେ ବିଦ୍ବାନ କିନ୍ତୁ ପ୍ରକୃତେ ଏମାନେ ଆତଙ୍କବାଦୀ। କିଛି ଅନ୍ତର୍ଜାତୀୟ ଓ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏଥିରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ବହୁ ଉଚ୍ଚପଦସ୍ଥ ସଦସ୍ୟ ମାନେ ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରୁ ହିଁ ଜଣେ ହେଉଛି ମାସୁଦ ଇଲିଆସ କାଶ୍ମୀରୀ। ଯାହାର କି ଭିଡିଓ ଏବେ ଚାରିଆଡ଼େ ଘୁରୁ ବୁଲୁଛି।
ଏ ହେଉଛି ସେହି ଆତଙ୍କବାଦୀ ଯିଏ କି ୨୦୧୬ରେ ପଞ୍ଜାବର ପଠାନକୋଟରେ ଥିବା ଭାରତୀୟ ବାୟୁସେନା ଘାଟି ଏବଂ ଜମ୍ମୁ ଓ କାଶ୍ମୀରର ଉରିରେ ସେନା ଶିବିରରେ ହୋଇଥିବା ଆକ୍ରମଣର ମାଷ୍ଟର ମାଇଣ୍ଡ। ଏହାଛଡ଼ା ଆହୁରି ଅନେକ ଛୋଟବଡ଼ ଆତଙ୍କୀ ଆକ୍ରମଣର ବି ଦୋଷୀ। ତେବେ ଏ ଆତଙ୍କବାଦୀ ଏଠାରେ ହଜାର ହଜାର ଲୋକଙ୍କୁ ସମ୍ବୋଧନ ଦେଇଥିଲା। ପ୍ରଥମେ ତ ଜୈଶ-ଏ-ମହମ୍ମଦ ସଂଗଠନର ପ୍ରତିଷ୍ଠାତା ମାସୁଦ ଆଝାର ପରିବାର ୧୦ ଜଣଙ୍କ ପ୍ରତି ସମବେଦନା ଜଣାଇଥିଲା ଓ କହିଥିଲା ମାସୁଦ ଅଝାର ହେଉଛନ୍ତି ପ୍ରତିରୋଧର ଏକ ବିଶ୍ୱ ପ୍ରତୀକ, ତାଙ୍କ ବିଷୟରେ ୱାଶିଂଟନରୁ ମସ୍କୋ ଯାଏଁ ଆଲୋଚନା ହୁଏ। ଭାରତରେ ଥିବା ଆମ ଇଣ୍ଟେଲ ସୋର୍ସ ଅନୁସାରେ ଆଝାରଙ୍କୁ ଆତଙ୍କବାଦୀ କହିବାରୁ କାଶ୍ମୀରରେ ବିରୋଧ ହୋଇଥିଲା।
ତେବେ ଆତଙ୍କବାଦୀ ମାସୁଦ ଇଲିଆସର ଏ ବୟାନ ଆସିବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ପାକିସ୍ତାନ କିପରି ସୀମାପାର ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛି। ଏହାଛଡ଼ା ଆତଙ୍କବାଦ ସହ କିପରି ପ୍ରତ୍ୟେକ୍ଷଭାବେ ସଂଶ୍ଲିଷ୍ଟ। ମାସୁଦ ଇଲିଆସ ଆଉ ଏକ କଥାରେ କହିଥିଲା ଯେ, ଆମେ ଆତଙ୍କବାଦକୁ ଗ୍ରହଣ କରିଛୁ ପାକିସ୍ତାନ ସୀମାକୁ ସୁରକ୍ଷା ଦେବା ପାଇଁ। ଦିଲ୍ଲୀ, କାବୁଲ ଓ କନ୍ଦାହାର ସହ ଆମେ ଲଢ଼େଇ କରିଛୁ। ନିଜର ସବୁକିଛି ବଳିଦାନ ଦେବା ପରେ ମେ ୭ ତାରିଖରେ ବାହାୱାଲପୁରରେ ମୌଲାନା ମସୁଦ ଅଝରଙ୍କ ପରିବାରକୁ ଭାରତୀୟ ବାୟୁସେନା ପକ୍ଷରୁ ହତ୍ୟା କରାଯାଇଥିଲା।
📱 Get Argus News App
✨ମାସୁଦ ଇଲିଆସର ଏ ବୟାନ ସ୍ପଷ୍ଟ କରିଥିଲା ଯେ, ପାକିସ୍ତାନ ସରକାର ଓ ଆତଙ୍କବାଦ ମଧ୍ଯରେ କୌଣସି ପାର୍ଥକ୍ୟ ନାହିଁ। ତେବେ ଆତଙ୍କବାଦୀଙ୍କ ଏ ମେଳିକୁ ଧାର୍ମିକ ସଭା କୁହାଯାଇଥିଲା ଯେଉଁଥିରେ କି ପ୍ରଫେଟ୍ ମହମ୍ମଦଙ୍କ ଜୀବନି ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ଆତଙ୍କୀଙ୍କ ସର୍ଦ୍ଦାର ମାସୁଦ ଅଝର ବିଷୟରେ ଆଲୋଚନା ହୋଇଥିଲା। ଆତଙ୍କବାଦକୁ ପ୍ରଶୟ ଦିଆଯାଇଥିଲା। ଆଉ ଏ ସବୁ ଦ୍ବାରା ଏହା ସ୍ପଷ୍ଟ ହୋଇଥିଲା ଯେ, ପାକିସ୍ତାନ କିପରି ସୀମାପାର ଆତଙ୍କବାଦ ସହ ସିଧାସିଧା ଜଡ଼ିତ। କେବଳ ଭାରତ ନୁହେଁ ଅନ୍ୟ ଦେଶ ମାନଙ୍କରେ ବି ହେଉଥିବା ଆତଙ୍କବାଦୀ ଆକ୍ରମଣରେ ଏମାନେ ଜଡ଼ିତ ତାହା ବି ସ୍ପଷ୍ଟ କରିଥିଲେ ଆତଙ୍କବାଦୀ।
ଏହାଛଡ଼ା ଭାଷଣ ଦେବା ବେଳେ ପାଖରେ ବନ୍ଧୁକଧାରୀ ଆଉ କିଛି ଆତଙ୍କବାଦୀ ମଧ୍ୟ ଛିଡ଼ା ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳୁଥିଲା। ଆହୁରି ଅନେକ ଭିଡିଓ ସାମ୍ନାକୁ ଆସିଛି ଯେୁଁଥିରେ ସ୍ପଷ୍ଟ ଜଣାପଡ଼ୁଛି କି ଧାର୍ମିକ ସଭା ଓ ବିଦ୍ବାନଙ୍କ ସ୍ଥାନରେ ଅନେକ ଆତଙ୍କବାଦୀମାନେ ଆସି ଭାଷଣ ଦେଉଛନ୍ତି। ପାକିସ୍ତାନର ଯୁବଗୋଷ୍ଠାୀଙ୍କୁ ପଥଭ୍ରଷ୍ଠ କରି ଜିହାଦରେ ଯୋଗ ଦେବାକୁ ଭ୍ରମିତ କରୁଛନ୍ତି। ତେବେ ଏଥିରେ କେବଳ ଭାରତ ବିରୋଧୀ ନୁହେଁ ଇସ୍ରାଏଲ ବିରୋଧ ମନ୍ତବ୍ୟ ବି ଦେଖିବାକୁ ମିଳିଥିଲା।
ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏଠାରେ ଭାଷଣ ଦେଉଥିବା ଆତଙ୍କବାଦୀଙ୍କ ପଛରେ ବନ୍ଧୁକ ଧରି ଅନ୍ୟ ଆତଙ୍କବାଦୀ ମାନେ ଛିଡ଼ା ହୋଇଛନ୍ତି। ପାକିସ୍ତାନର ବାଲାକୋଟରେ ହୋଇଥିବା ଏହି ସମ୍ମିଳନୀ ପରେ ଏବେ ପାକିସ୍ତାନର ମୁଖା ପୂରା ବିଶ୍ବ ସମ୍ମୁଖରେ ଖୋଲିଛି। ଆତଙ୍କବାଦୀଙ୍କୁ କିପରି ପାକିସ୍ତାନ ପ୍ରଶୟ ଦେଉଛି, ଫଣ୍ଡିଂ କରୁଛି ଓ ପାକର ୟୁଥଙ୍କୁ ପଥଭ୍ରଷ୍ଟ କରୁଛି ତାହା ସ୍ପଷ୍ଟ କରିଛି। ଭାରତ ସମେତ ଅନ୍ୟାନ୍ୟ ଦେଶରେ ବି ଏହି ଆତଙ୍କବାଦୀମାନେ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଅଛନ୍ତି। ଅପରେସନ ସିନ୍ଦୂର ପାଇଁ ପାକ୍ ଆତଙ୍କବାଦୀଙ୍କୁ କେତେବଡ଼ ଝଟକା ଲାଗିଛି ତାହା ବି ସ୍ପଷ୍ଟ ହୋଇଛି।
ତେବେ ଭାରତ ବି ସ୍ପଷ୍ଟ କରିଛି ଯଦି ପୁଣି ଏମାନେ ଭାରତରେ କୌଣସି ଆତଙ୍କୀ କାର୍ଯ୍ୟକଳାପ କରନ୍ତି ତେବେ ଜବାବ ଆହୁରି ଭୟଙ୍କର ହେବ। ଅପରେସନ ସିନ୍ଦୂର ରେ ଭାରତୀୟ ସେନା ପାକିସ୍ତାନ ଭିତରେ ପଶି ଆତଙ୍କବାଦୀଙ୍କୁ ମାରିଥିଲେ ଏହା ହିଁ ସବୁଠୁ ବଡ଼ ଉଦାହରଣ..
Related Topics
Explore more stories