ଆତଙ୍କୀସ୍ଥାନ ଭାବେ ଏକ୍ସପୋଜ ହେବା ପରେ ଔକାତକୁ ଆସିଲା ପାକିସ୍ତାନ

Key Points
ଭାରତ ସହ ଶାନ୍ତି ଆଲୋଚନା ନେଇ ପାକ୍ ପ୍ରଧାନମନ୍ତ୍ରୀ କଲେ ନିବେଦନ
ଇରାନ ବି ଦେଲା ଚେତାବନୀ- ସୀମାରେ ଆତଙ୍କବାଦ ବନ୍ଦକରନ୍ତୁ ପାକିସ୍ତାନୀ
ଶେହବାଜଙ୍କୁ ମୁନିରଙ୍କ ଭେଟି, ପିଏମଙ୍କୁ ସେନାମୁଖ୍ୟ ମାରିଲେ ବଢିଆ ପଟି
ନିଜ ଦେଶରେ ହେଉ କି ବିଶ୍ବ ମଞ୍ଚରେ ସବୁଠି ପାକିସ୍ତାନ ସରକାର ହୋଇଛନ୍ତି ଘେରାବନ୍ଦୀର ଶିକାର। ଏହାପରେ ଔକାତକୁ ଆସିଛି ଆତଙ୍କିସ୍ତାନ। ଭାରତ ସହ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛି ପାକିସ୍ତାନ। ରାନ ଗସ୍ତରେ ଥିବା ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି ଭାରତ ସହ ସବୁ ପ୍ରସଙ୍ଗରେ କଥା ହେବା ପାଇଁ ଆମେ ପ୍ରସ୍ତୁତ। କାଶ୍ମୀର, ପାଣି, ଆତଙ୍କବାଦ ଓ କାରବର ସମସ୍ତ ବିଷୟରେ ଆଲୋଚନା ପାଇଁ ରାଜି ଥିବା କହିଛନ୍ତି ଶେହବାଜ। ସେପଟେ ଇରାନ ବି ଦେଇଛି ପାକିସ୍ତାନକୁ ଜବରଦସ୍ତ ଝଟକା। ଭାରତ ବିରୋଧେର ପାକିସ୍ତାନର ଗୁହାରୀକୁ ଖାରିଜ କରିଦେଇଛି ଇରାନ। ବରଂ ଇରାନ ରାଷ୍ଟ୍ରପତି ଶେହବାଜଙ୍କୁ ସଫାସଫା ଶୁଣାଇଦେଇଛନ୍ତି ସୀମାରେ ଆତଙ୍କବାଦୀ ଘଟଣା ଉପରେ ରୋକ୍ ଲଗାଉ ପାକିସ୍ତାନ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ପାକିସ୍ତାନ ଓ ଇରାନର ମିଳିତ ବୟାନରେ ଭାରତର ନାଁ କେଉଁଠାରେ ନିଆଯାଇନାହିଁ। ଯାହା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଇରାନ ଗସ୍ତର ଉଦ୍ଦେଶ୍ୟକୁ କରିଦେଇଛି ବିଫଳ। ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଇଜ୍ଜତ ଉତ୍ତାରିଛନ୍ତି ତାଙ୍କ ନିଜ ସେନା ମୁଖ୍ୟ ଆସିମ୍ ମୁନୀର।
ମୁନିରଙ୍କୁ ନିକଟରେ ଫିଲଡ ମାର୍ଶଲ ଭାବେ ପ୍ରମୋଶନ ଦେଇ ତାଙ୍କ ଉଦ୍ଦେଶ୍ୟରେ ଏକ ପାର୍ଟି ରଖିଥିଲେ ଶେହବାଜ। ସେଠାରେ ଶେହବାଜଙ୍କୁ ଏକ ପେଣ୍ଟିଂ ଉପହାରଦେଇଥିଲେ ମୁନୀର। ଯାହାକୁ ନେଇ ଏବେ ଶେହବାଜ ଓ ପାକିସ୍ତାନର ସାରା ଦୁନିଆରେ ଉଡୁଛି ମଜାକ୍। କୁଏତ ଗସ୍ତରେ ଥିବା ଭାରତୀୟ ପ୍ରତିନିଧି ମଣ୍ଡଳର ମୁଖ୍ୟ ତଥା AIMIM ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି ମୁନିରଙ୍କ ମିଛ ପେଣ୍ଟିଂର ଖୋଲିଛନ୍ତି ପୋଲ୍। ଏଥିସହ ତାଙ୍କୁ ଷ୍ଟୁପିଡ ଜୋକର କହି ଉଡାଇଛନ୍ତି ମଜାକ୍। ଏ ପେଣ୍ଟିଂଭାରତ ଉପରେ ପାକିସ୍ତାନ କରିଥିବା ଆକ୍ରମଣର ବୋଲି ଦର୍ଶାଇ ଶେହବାଜଙ୍କୁ ଭେଟି ଦେଇଥିଲେ ମୁନିର। ଯେଉଁଥିରେ କିଛି ତୋପରୁ ଗୋଳା ବର୍ଷୁଥିବାର ରହିଛି ଚିତ୍ର। କିନ୍ତୁ ପ୍ରକୃତରେ ଏହି ଦୃଶ୍ୟ ଏବେକାର ନୁହେଁ ୨୦୧୯ର ତାହାପୁଣି ପାକିସ୍ତାନର ବି ନୁହେଁ ଚୀନ ସେନା ପକ୍ଷରୁ କରାଯାଇଥିବା ଯୁଦ୍ଧାଭ୍ୟାସର। ମୁନିରଙ୍କ ଏହି ମିଛ ଧରାପକାଇବା ପରେ ପାକିସ୍ତାନ କିପରି ମୁସଲମାନଙ୍କ ମିଛ ମସିହା ବନିଛି ତାର ବି ପର୍ଦ୍ଦାଫାଶ କରିଥିଲେ ଓୱେସି।
📱 Get Argus News App
✨ସେପେଟେ ଫ୍ରାନ୍ସ ଗସ୍ତରେ ଥିବା ଆଉ ଅକ ଭାରତୀୟ ପ୍ରତିନିଧି ମଣ୍ଡଳର ସଦସ୍ୟ ତଥା ଶିବସେନା ଉଦ୍ଧବ ଗୋଷ୍ଠୀର ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଦାବି ଖୋଲିଛନ୍ତି ପକିସ୍ତାନର ଧଜିୟା। କହିଛନ୍ତି ଆତଙ୍କବାଦ ପାକିସ୍ତାନ ପାଇଁ ବନିଛି ଆର୍ଥିକ ଶିଳ୍ପ। ଯାହାକି ସମଗ୍ର ବିଶ୍ବ ପାଇଁ ବିପଦ। ଭାରତୀୟ ପ୍ରତିନିଧି ମଣ୍ଡଳ ବିଭିନ୍ନ ଦେଶ ଗସ୍ତ କରି ପାକିସ୍ତାନକୁ କରିଚାଲିଛନ୍ତି ଏକ୍ସପୋଜେ। ସେପଟେ ପାକିସ୍ତାନର ସମସ୍ତ ପ୍ରୟାସ ହେବାରେ ଲାଗିଛି ବେକାର। ସେଥିପାଇଁ ଭାରତ ଆଗରେ ସରେଣ୍ଡର ପାଇଁ ଏକ ପ୍ରକାର ତୟାର ହୋଇଛି ଆତଙ୍କିସ୍ତାନ।