Fuel Crisis / ପାକିସ୍ତାନରେ ତେଲ ସଙ୍କଟ... ଲାଗୁ ହୋଇପାରେ ‘ପେଟ୍ରୋଲିୟମ୍ ସ୍ମାର୍ଟ ଲକଡାଉନ୍’

Key Points
ସପ୍ତାହକୁ ୪ ଦିନ ଅଫିସ୍ !ପାକିସ୍ତାନରେ ଇନ୍ଧନ ସଙ୍କଟ ।
ତେଲ ଦର ବଢ଼ିଲା ଲକଡାଉନ୍ ପ୍ଲାନ୍ କରୁଛି ପାକିସ୍ତାନ ।
ପାକିସ୍ତାନରେ ତେଲ ଟେନସନ୍ ବଜାର ସମୟ କମିପାରେ !
ପଡ଼ୋଶୀ ଦେଶ ପାକିସ୍ତାନରେ ପୁଣି ଗଭୀର ହେବାରେ ଲାଗିଛି ଆର୍ଥିକ ଓ ଇନ୍ଧନ ସଙ୍କଟ । ପଶ୍ଚିମ ଏସିଆରେ ବଢ଼ୁଥିବା ସାମରିକ ଉତ୍ତେଜନା ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ମଧ୍ୟରେ ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ୍ର ଅଭାବ ନେଇ ଚିନ୍ତା ବଢ଼ିଛି । ଏଭଳି ସ୍ଥିତିରେ ଶେହବାଜ ସରିଫ ସରକାର ସାରା ଦେଶରେ ‘ପେଟ୍ରୋଲିୟମ୍ ସ୍ମାର୍ଟ ଲକଡାଉନ୍’ ଲାଗୁ କରିବା ନେଇ ବିଚାର କରୁଥିବା କୁହାଯାଉଛି ।
ପ୍ରସ୍ତାବକୁ ଅନୁମୋଦନ ମିଳିଲେ ସାରା ପାକିସ୍ତାନରେ ସନ୍ଧ୍ୟା ୮ଟା ପରେ ବଜାର ଓ ଅଧିକାଂଶ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ହୋଇପାରେ। ଇନ୍ଧନ ଓ ବିଦ୍ୟୁତ୍ ବ୍ୟବହାର କମାଇବା ପାଇଁ ସରକାର ଏକାଧିକ କଠୋର ପଦକ୍ଷେପ ଉପରେ ବିଚାର କରୁଛି ।
କ’ଣ ରହିପାରେ କଟକଣା ?
ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତ ଜରୁରୀକାଳୀନ ଯୋଜନା ଅନୁସାରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ସପ୍ତାହରେ ମାତ୍ର ୪ ଦିନ ଖୋଲିବା ପ୍ରସ୍ତାବ ରହିଛି। ଶୁକ୍ରବାର, ଶନିବାର ଓ ରବିବାର ଛୁଟି ଘୋଷଣା ହୋଇପାରେ । ଶିକ୍ଷାନୁଷ୍ଠାନଗୁଡ଼ିକର ପାଠପଢ଼ାକୁ ଅନଲାଇନ୍ ମୋଡ୍କୁ ସ୍ଥାନାନ୍ତର କରିବା ନେଇ ମଧ୍ୟ ପ୍ରସ୍ତାବ ରହିଛି। କର୍ପୋରେଟ୍ ଓ IT କ୍ଷେତ୍ରର କର୍ମଚାରୀଙ୍କୁ ସପ୍ତାହରେ ୨ ଦିନ Work From Home ଦିଆଯାଇପାରେ ।
ସେହିପରି ଶପିଂ ମଲ୍ ଓ କମର୍ସିଆଲ୍ ମାର୍କେଟ୍କୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଏବଂ ରେଷ୍ଟୁରାଣ୍ଟ ଓ ମ୍ୟାରେଜ୍ ହଲ୍କୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ମିଳିପାରେ। ମେଡିକାଲ୍ ଷ୍ଟୋର ଭଳି ଜରୁରୀ ସେବାକୁ ଏଥିରୁ ଛାଡ଼ ଦିଆଯିବ। ସରକାରୀ ଅଧିକାରୀ ଓ ମନ୍ତ୍ରୀମାନଙ୍କ ଫ୍ୟୁଏଲ୍ ଆଲାଉନ୍ସରେ ୫୦ ପ୍ରତିଶତ ପର୍ଯ୍ୟନ୍ତ କାଟ୍ କରିବା ପ୍ରସ୍ତାବ ମଧ୍ୟ ରହିଛି ।
କାହିଁକି ଗଭୀର ହେଉଛି ସଙ୍କଟ ?
ଦିଆଯାଇଥିବା ସୂଚନା ଅନୁସାରେ ପାକିସ୍ତାନ ସମ୍ମୁଖରେ ଏବେ ଦୁଇଟି ବଡ଼ ଚ୍ୟାଲେଞ୍ଜ କମୁଥିବା ତେଲ ଷ୍ଟକ୍ ଏବଂ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ବଢ଼ୁଥିବା ଚାପ। ଆମେରିକା-ଇରାନ ଉତ୍ତେଜନା ଏବଂ Strait of Hormuz ଦେଇ ତେଲ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଯୋଗୁଁ ଦେଶର ଇନ୍ଧନ ଷ୍ଟକ୍କୁ ନେଇ ଚିନ୍ତା ବଢ଼ିଛି ।
ପାକିସ୍ତାନ ନିଜ ଆବଶ୍ୟକତାର ବଡ଼ ଅଂଶ ଅଶୋଧିତ ତେଲ ପଶ୍ଚିମ ଏସିଆରୁ ଆମଦାନୀ କରେ। ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ଦର ବଢ଼ିଲେ ଏହାର ସିଧା ପ୍ରଭାବ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ପଡ଼ୁଛି ।
ଇନ୍ଧନ ବଞ୍ଚାଇବାକୁ କଠୋର ପଦକ୍ଷେପ
ଇନ୍ଧନ ବ୍ୟବହାର କମାଇବା ଏବଂ ଆଗାମୀ ଦିନରେ ଗୁରୁତର ଫ୍ୟୁଏଲ୍ ସଙ୍କଟକୁ ଅଟକାଇବାକୁ ପାଇଁ ପାକିସ୍ତାନ ସରକାର ଏଭଳି କଟକଣା ଲାଗୁ କରିବା ଉପରେ ବିଚାର କରୁଛି । ତେବେ ଏହି ପ୍ରସ୍ତାବଗୁଡ଼ିକ ଅନ୍ତିମ ଭାବେ ଲାଗୁ ହେଲେ ହିଁ କେଉଁ କଟକଣା କେତେଦିନ ରହିବ, ତାହା ସ୍ପଷ୍ଟ ହେବ ।
📱 Get Argus News App
✨Related Topics
Explore more stories