Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Pakistan Airstrike / "ଭାରତ ସହ ବନ୍ଧୁତାକୁ ସହି ପାରିବନି ପାକିସ୍ତାନ" - ଆଫଗାନ୍ ଆଟାକ୍‌ରେ ଭାରତକୁ ସନ୍ଦେଶ

Swoyang prajna Mishra
Browse all articles by Swoyang prajna Mishra
·9 months ago·3 min read
 "ଭାରତ ସହ ବନ୍ଧୁତାକୁ ସହି ପାରିବନି ପାକିସ୍ତାନ" - ଆଫଗାନ୍ ଆଟାକ୍‌ରେ ଭାରତକୁ ସନ୍ଦେଶ

Key Points

କାବୁଲ ଉପରେ ଆଟାକ୍‌ , କିନ୍ତୁ ନିଶାନା ଭାରତ
ତାଲିବାନ୍ ମନ୍ତ୍ରୀ ଭାରତରେ ଥିବା ବେଳେ ଆଟାକ୍ କରିଛି ପାକ୍
ଆକ୍ରମଣରେ ପାକ୍ ପକ୍ଷରୁ ତାଲିବାନକୁ ସ୍ପଷ୍ଟ ସନ୍ଦେଶ
"ଭାରତ ସହ ବନ୍ଧୁତାକୁ ସହି ପାରିବନି ପାକିସ୍ତାନ"

ଆତଙ୍କୀ ଆଡ୍ଡା ଭାବେ ସବୁବେଳେ ଚର୍ଚ୍ଚାରେ ରହିଥିବା ପାକିସ୍ତାନ ପୁଣି ଭାରତ ଉପରେ ପରୋକ୍ଷରେ ଟାର୍ଗେଟ କରିଛି । ମଧ୍ୟରାତ୍ରୀରେ ଆଫଗାନ୍ ଉପରେ ଆଟାକ୍ କରିଛି ପାକିସ୍ତାନ, କିନ୍ତୁ ମୂଳ ନିଶାନା ହେଉଛି ଭାରତ । ଭାରତ ଆଫଗାନର ସମ୍ପର୍କକୁ ସହି ପାରୁନି ପାକିସ୍ତାନ । ଯାହାକୁ ନେଇ ଏପରି ଆକ୍ରମଣ କରିଛି , ଯେଉଁ ସମୟରେ ଆଫଗାନର ତାଲିବାନ ମନ୍ତ୍ରୀ ଭାରତ ଗସ୍ତରେ ରହିଛନ୍ତି ।

ଆଫଗାନିସ୍ତାନର ରାଜଧାନୀ କାବୁଲର ଅବଦୁଲ ହକ୍ ସ୍କ୍ଵୟାରରେ ପାକିସ୍ତାନ ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଛି । ବିଳମ୍ବିତ ରାତିରେ ଏୟାର ଷ୍ଟ୍ରାଇକ୍ କରିଛି ପାକିସ୍ତାନ । ପାକିସ୍ତାନୀର ପ୍ରତିରକ୍ଷା ସୂତ୍ରଗୁଡିକ ଦାବି କରିଛନ୍ତି ଯେ, ତେହେରିକ ଇ ତାଲିବାନ ପାକିସ୍ତାନ (TTP) ର ନେତା ନୁର ବଲି ମହସୁଦଙ୍କୁ ଟାର୍ଗେଟ କରାଯାଇ ଏହି ଆଟାକ୍ କରାଯାଇଥିଲା । ଏହି ଟିଟିପି ସଂସ୍ଥା ଆଫଗାନିସ୍ତାନ ବୋଲି ଦାବି କରିଛି ପାକିସ୍ତାନ । ଏବଂ ଏହି ସଂସ୍ଥା ପୂର୍ବରୁ ଅନେକ ଥର ପାକିସ୍ତାନ ଉପରେ ଆଟାକ୍ କରି ଆଫଗାନ୍‌ରେ ଲୁଚି ରହେ । ପାକିସ୍ତାନ ଅଭିଯୋଗ ମୁତାବକ, ୭ ଅକ୍ଟୋବର ୨୦୨୫ରେ ପାକିସ୍ତାନ ବର୍ଡର ଉପରେ ଏକ ଆଟାକ୍ ହୋଇଥିଲା । ଯେଉଁଥିରେ ୧୧ ଜଣ ପାକିସ୍ତାନୀ ସିକ୍ୟୁରିଟି ପର୍ସନାଲଙ୍କର ମୃତ୍ୟୁ ହୋଇଥିଲା । ଏହି ଆଟାକ୍‌ରେ ଟିଟିପିର ହାତ ଥିବା ଦାବି କରିଛି ପାକିସ୍ତାନ । ତେବେ ପାକିସ୍ତାନର ଆଫଗାନିସ୍ତାନ ଉପରେ ଏୟର ଷ୍ଟ୍ରାଇକରେ ଭାରତ ଏକ ବଡ ନିଶାନା ବୋଲି କୁହାଯାଉଛି । ବଲୁଚିସ୍ତାନର ପୂର୍ବତନ ମନ୍ତ୍ରୀ ମହମ୍ମଦ ଖାନ ଅଚକଜୟୀ ଏପରି ସନ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ : ତାଲିବାନୀ ମନ୍ତ୍ରୀଙ୍କ ପ୍ରେସ୍‌ମିଟ୍‌, ମହିଳା ସାମ୍ବାଦିକଙ୍କୁ ମିଳିଲାନି ଅନୁମତି


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହି ଆଟାକ୍ ସମୟରେ ତାଲିବାନ ବିଦେଶ ମନ୍ତ୍ରୀ ଅମୀର ଖାନ୍ ମୁତ୍ତାକି ୬ ଦିନ ଭାରତ ଗସ୍ତରେ ଅଛନ୍ତି । କାରଣ ଭାରତ ସହ ଆଫଗାନର ସମ୍ପର୍କ ପୂର୍ବରୁ ଭଲ ରହି ଆସିଛି । ଭାରତ ଆଫଗାନର ଶିଳ୍ପ ଉନ୍ନତି ଯେମିତିକି ମେଡିକାଲ ନିର୍ମାଣ , ପାର୍ଲୟାମେଣ୍ଟ ବିଲ୍ଡିଂ ନିର୍ମାଣ ଭଳି ବଡ ବଡ ପ୍ରଜୋକ୍ଟରେ ୨ ବିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରିସାରିଛି । ସେଥିପାଇଁ ଭାରତ ସହ ଆଫଗାନର ବାଣିଜ୍ୟିକ ସମ୍ପର୍କ ଏକପ୍ରକାର ପୂର୍ବରୁ ଭଲ ରହିଆସିଛି । ତେଣୁ ଭାରତ ସହ ବାଣିଜ୍ୟିକ ସମ୍ପର୍କକୁ ବଢେଇବାପାଇଁ ଦ୍ଵିପାକ୍ଷିକ ଆଲୋଚନା ପାଇଁ ଭାରତ ଆସିଥିଲେ ତାଲିବାନ ମନ୍ତ୍ରୀ । ଆଉ ଏହି ସମୟରେ ହିଁ ଏୟର ଷ୍ଟ୍ରାଇକ୍ କରିଛି ପାକିସ୍ତାନ ।

ତେବେ ବଲୁଚିସ୍ତାନର ପୂର୍ବ ମନ୍ତ୍ରୀ କହିଛନ୍ତି, ପାକ୍‌ ନିଜର ରଣନୀତିରେ ପରିବର୍ତ୍ତନ କରିଛି । ଆଫଗାନ ଉପରେ ଆଟାକ୍ କରି , ପରୋକ୍ଷରେ ସେ ଭାରତକୁସନ୍ଦେଶ ଦେବାକୁ ଚେଷ୍ଟା କରିଛି । ଏବେ ପାକିସ୍ତାନର ପ୍ରକ୍ସି ୱାରରେ ସେ ତିନୋଟି ମୋର୍ଚ୍ଚାରେ ଯୁଦ୍ଧର ସମ୍ମୁଖୀନ ହେଉଛି । ପୂର୍ବରେ ଭାରତ, ପଶ୍ଚିମରେ ଆଫଗାନ ତାଲିବାନ ଏବଂ ତହରିକ ଇ ତାଲିବାନ , ଏବଂ ବଲୁଚିସ୍ତାନର ଲିରେଶନ ଆର୍ମିଙ୍କ ଯୁଦ୍ଧର ସାମ୍ନା କରୁଛି ପାକିସ୍ତାନ । ଏବେ ପାକିସ୍ତାନ ଭାରତ ସହ କାହାର ମଧ୍ୟ ମେଣ୍ଟକୁ ବରଦାସ୍ତ କରିବାକୁ ପ୍ରସ୍ତୁତ ନୁହେଁ ବୋଲି କହିଛନ୍ତି ବଲୁଚର ପୂର୍ବ ମନ୍ତ୍ରୀ । ତାଲିବାନରେ ରହିଥିବା ଭାରତର ସମର୍ଥକଙ୍କ ବିରୋଧରେ ଏପରି ଆକ୍ରମଣର ଯୋଜନା କରୁଛି ପାକିସ୍ତାନ । ଏହି ଏୟାର ଷ୍ଟ୍ରାଇକ ଦ୍ଵାରା ପାକିସ୍ତାନ ତାଲିବାନକୁ ଭାରତ ଠାରୁ ଦୂରେଇ ରହିବାକୁ ସନ୍ଦେଶ ଦେଇଛି ।

ସେପଟେ ଆଫଗାନ ଉପରେ ଏପରି ଆକ୍ରମଣକୁ ନେଇ ଭାରତ ଗସ୍ତରେ ଥିବା ତାଲିବାନ ମନ୍ତ୍ରୀ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, "ପାକିସ୍ତାନ ଆଫଗାନ ଲୋକଙ୍କ ଧୈର୍ଯ୍ୟର ପରୀକ୍ଷା ନେଉଛି । ପାକିସ୍ତାନକୁ ବ୍ରିଟେର୍‍ ଆମରିକା , ରୁଷ ଏବଂ ନାଟୋ ଠାରୁ ପଚାରି ବୁଝିବା ଦରକାର, ଆଫଗାନ ସହ ଲାଗିବାର ପରିଣାମ କେତେ ଭୟଙ୍କର "।

Related Topics

Explore more stories

Sponsored
Pakistan has indirectly targeted India again by carrying out air strikes on Afghanistan | Argus News