Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାକିସ୍ତାନରେ ସୁରକ୍ଷିତ ତ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ? ବିଦେଶୀଙ୍କୁ ଅପହରଣ ପାଇଁ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର

International

ପାକିସ୍ତାନରେ ସୁରକ୍ଷିତ ତ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ? ବିଦେଶୀଙ୍କୁ ଅପହରଣ ପାଇଁ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର

Sushanta Sahoo
Browse all articles by Sushanta Sahoo
·1 year ago·2 min read
ପାକିସ୍ତାନରେ ସୁରକ୍ଷିତ ତ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ? ବିଦେଶୀଙ୍କୁ ଅପହରଣ ପାଇଁ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର

Key Points

ସୂଚନା ଅନୁସାରେ, ଆଇଏସ୍‌କେପି ଆତଙ୍କୀ ସହର ଉପକଣ୍ଠରେ ଭଡ଼ା ଘରେ ନେବାକୁ ଯୋଜନା କରୁଛନ୍ତି । ଯେଉଁଠି ସିସିଟିଭି ନଥିବ । ଏପରିକି ଉକ୍ତ ସ୍ଥାନକୁ କେବଳ ରିକ୍ସା ଓ ବାଇକ୍‌ ଯୋଗେ ଯାଇ ହେବ ।

ତିକ୍ତତା ଓ ସୁରକ୍ଷା ଦୃଷ୍ଟିରୁ ଭାରତୀୟ କ୍ରିକେଟ୍ ଦଳ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପଡ଼ୋଶୀ ପାକିସ୍ତାନକୁ ଯାଇ ନାହିଁ । ଭାରତୀୟ ଦଳ ତାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳୁଛି । ହେଲେ ଅନ୍ୟ ୬ଟି ଦଳ ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି । ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଚାଲିଥିବା ବେଳେ ଆତଙ୍କୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା (PIB) ଆଲର୍ଟ ଜାରି କରିଛି ।


ଆଇସିସି ଚାମ୍ପିଅନ୍ସଟ୍ରଫି ପାଇଁ ପାକିସ୍ତାନ ଆସିଥିବା ବିଦେଶୀଙ୍କୁ ଟାର୍ଗେଟ୍ ପାଇଁ ଷଡ଼ଯନ୍ତ୍ର କରୁଛି ଇସଲାମିକ ଷ୍ଟେଟ ଖୁରାସାନ ପ୍ରାନ୍ତ (ISKP) । ପିଆଇବି ଅନୁସାରେ, ବିଦେଶୀ ନାଗରିକଙ୍କୁ ଅପହରଣ କରିବା ଲାଗି ଆତଙ୍କବାଦୀ ଷଡ଼ଯନ୍ତ୍ର କରୁଛନ୍ତି । ଆଉ ଏହି ଖବର ଆସିବା ପରେ ଚାମ୍ପିଅନ୍ସ ଟ୍ରଫି ଦେଖିବାକୁ ପାକିସ୍ତାନ ଯାଇଥିବା ବିଦେଶୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି ।


ସୂଚନା ଅନୁସାରେ, ଆଇଏସ୍‌କେପି ଆତଙ୍କୀ ସହର ଉପକଣ୍ଠରେ ଭଡ଼ା ଘରେ ନେବାକୁ ଯୋଜନା କରୁଛନ୍ତି । ଯେଉଁଠି ସିସିଟିଭି ନଥିବ । ଏପରିକି ଉକ୍ତ ସ୍ଥାନକୁ କେବଳ ରିକ୍ସା ଓ ବାଇକ୍‌ ଯୋଗେ ଯାଇ ହେବ । ଏଭଳି ସ୍ଥାନର ସନ୍ଧାନ କରୁଛନ୍ତି ଆତଙ୍କବାଦୀ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ଜଣାପଡ଼ିଛି ବିଦେଶୀଙ୍କୁ ଅପହରଣ କରିବା ଓ ଅପହୃତଙ୍କୁ ରାତିରେ ଭଡ଼ା ଘରକୁ ନେଇ ପାଇଁ ଆତଙ୍କୀ କରିଛନ୍ତି ଯୋଜନା । ବନ୍ଦର, ବିମାନବନ୍ଦର, କାର୍ଯ୍ୟାଳୟ ଓ ହୋଟେଲରୁ ବିଦେଶୀ ନାଗରିକ ବିଶେଷକରି ଚୀନ ଏବଂ ଅରବ ଦେଶର ଲୋକଙ୍କୁ ଅପହରଣ ପାଇଁ ଯୋଜନା କରିଛନ୍ତି ।


ପାକିସ୍ତାନର ଗୁଇନ୍ଦା ଆଲର୍ଟ ଭିତରେ ଆଫଗାନିସ୍ତାନର ଜେନରାଲ୍ ଡାଇରେକ୍ଟର ଅଫ୍ ଇଣ୍ଟେଲିଜେନ୍ସ ମଧ୍ୟ ଚେତାବନୀ ଜାରି କରିଛନ୍ତି । ଆଫଗାନିସ୍ତାନର ପ୍ରମୁଖ ସ୍ଥାନରେ ଆଇଏସ୍‌କେପି ଆକ୍ରମଣ ଆଶଙ୍କା କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଯାଇଛି ।


ସୁରକ୍ଷା ଦୃଷ୍ଟିରୁ ପୂର୍ବରୁ ହିଁ ଭାରତ, ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫିର କୌଣସି ମ୍ୟାଚ୍ ଖେଳୁ ନାହିଁ । ହାଇବ୍ରିଡ୍‌ ମଡେଲରେ ଭାରତ ଦୁବାଇରେ ମ୍ୟାଚ୍ ଖେଳୁଥିବା ବେଳେ ଆତଙ୍କୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ଓ ବିଦେଶୀ ନାଗରିକଙ୍କ ଅପହରଣ ପାଇଁ ଷଡ଼ଯନ୍ତ୍ର ପୁଣି ପାକିସ୍ତାନ ଉପରେ ପ୍ରଶ୍ନ ଉଠାଇଛି ।

Sponsored
Pakistan Intel warns of IS threat to Champions Trophy | Argus News