ବାଂଲାଦେଶ ଆତଙ୍କ ପଛରେ ଖଳନାୟକ ପାକିସ୍ତାନ!

ଅର୍ଗସ ବ୍ୟୁରୋ: ଚାକିରିରେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଅଶାନ୍ତ ହୋଇପଡିଥିଲା ବାଂଲାଦେଶ। ବିଦ୍ରୋହ ଧାରଣ କରିଥିଲା ଉଗ୍ରରୂପ। ଚାଲିଯାଇଛି ଅନେକଙ୍କ ଜୀବନ,ମୃତ୍ୟକୁ ଖୁବ୍ ନିକଟରୁ ଦେଖିଥିଲେ ବାଂଲାଦେଶବାସୀ। ଚର୍ଚ୍ଚା ହେଉଛି ବାଂଲା ଛାରଖାର ପଛରେ ଷଡଯନ୍ତ୍ର ରଚିଥିଲା ପାକିସ୍ତାନ। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେକ ହସିନାଙ୍କୁ ଗାଦିରୁ ହଟାଇବାକୁ କୁଆଡେ ପୂର୍ବପ୍ରସ୍ତୁତି କରିଥିଲେ ଚୀନ ଓ ପାକିସ୍ତାନ। ସଂରକ୍ଷଣ ତାତି ପଛରେ ରହିଥିଲା ରାଜନୀତି,କଳେବଳେ କୌଶଳେ ହସିନା ସରକାରଙ୍କୁ ବଦନାମ କରି କ୍ଷମତାରୁ ହଟାଇବା ଲାଗି ବିରୋଧିଙ୍କ ସହ ପାକିସ୍ତାନର ଗୁଇନ୍ଦା ଆଇଏସଆଇ,ଚୀନ କୁଆଡେ ରଚିଥିଲେ ଷଡଯନ୍ତ୍ର।
ସରକାର ବଦଳାଇବା ଲାଗି ଲଣ୍ଡନରୁ ହୋଇଥିଲା ଯୋଜନା, ପାଣ୍ଠି ଯୋଗାଇଥିଲା ଚୀନ ସଂସ୍ଥା ,ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ଖବର। ଦେଖିବାକୁ ଗଲେ ଅନ୍ୟପଟେ ପାକିସ୍ତାନ ସେନା ଆଇଏସଆଇ ହସିନାଙ୍କ ସରକାରଙ୍କୁ ସଙ୍କଟରେ ପକାଇ ବିରୋଧୀ ବିଏନପିକୁ ସରକାରକୁ ଆଣିବା ଲକ୍ଷ୍ୟରେ ଷଡଯନ୍ତ୍ର କରିଥିବା କୁହାଯାଉଛି। ଅନ୍ୟପଟେ ଦେଖିବାକୁ ଗଲେ ବିଏନପି ହେଉଛି ପାକିସ୍ତାନ,ଚୀନର ସମର୍ଥକ। ବିଏନପିର ଅଧ୍ୟକ୍ଷା ଖାଲିଦା ଜୟା ମଧ୍ୟ ଜେଲରୁ ମୁକୁଳିଛନ୍ତି ଯାହା ପୂର୍ବରୁ ଛାତ୍ରସଂଙ୍ଗଠନ ଦାବି କରିଆସୁଥିଲେ। ଏବେ କିନ୍ତୁ ଶାନ୍ତି ଫେରୁଛି,ବାଂଲାଦେଶରେ ନୂଆ ସରକାର ଗଠନ ହୋଇଛି ।
ମହମ୍ମଦ ୟୁନୁସ ଅନ୍ତରୀଣ ସରକାରର ନୂଆ ମୁଖ୍ୟ ଭାବେ ଦାୟିତ୍ଵ ନେଇଛନ୍ତି । ନାଗରିକଙ୍କ ସୁରକ୍ଷା ଅନ୍ତରୀଣ ସରକାରର ସବୁଠାରୁ ବଡ଼ ପ୍ରାଥମିକତା ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ୟୁନୁସ। ଦେଶରେ କାହା ଉପରେ ଆକ୍ରମଣ ହେବନାହିଁ ଏବଂ ଆଇନର ଶାସନ ଫେରିବ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେତେଦିନ ପର୍ଯ୍ୟନ୍ତ ପାକିସ୍ତାନ ଏଭଳି ଦୋ ମୁହାଁନୀତି ଆପଣାଉଛି