Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରମଜାନ ପୂର୍ବରୁ ପାକିସ୍ତାନର ଏକ ମଦ୍ରାସାରେ ବଡ଼ ବିସ୍ଫୋରଣ, ୫ ଜଣଙ୍କ ମୃତ୍ୟୁ

International

ରମଜାନ ପୂର୍ବରୁ ପାକିସ୍ତାନର ଏକ ମଦ୍ରାସାରେ ବଡ଼ ବିସ୍ଫୋରଣ, ୫ ଜଣଙ୍କ ମୃତ୍ୟୁ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ରମଜାନ ପୂର୍ବରୁ ପାକିସ୍ତାନର ଏକ ମଦ୍ରାସାରେ ବଡ଼ ବିସ୍ଫୋରଣ, ୫ ଜଣଙ୍କ ମୃତ୍ୟୁ

ପାକିସ୍ତାନରେ ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ । ରମଜାନର ପବିତ୍ର ମାସ ପୂର୍ବରୁ ଶୁକ୍ରବାର ଉତ୍ତର-ପଶ୍ଚିମ ପାକିସ୍ତାନର ଖୈବର ପଙ୍ଖତପନଖବା ପ୍ରଦେଶର ଏକ ମଦ୍ରାସାରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ତାଲିବାନ ସମର୍ଥକଙ୍କ ଆତ୍ମଘାତୀ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ୫ ଜଣ । ଏହି ବିସ୍ଫୋରଣ ସେଠାକାର ଜାମିଆ ଇକ୍କାନିଆ ମଦ୍ରାସାରେ ହୋଇଥିବା ଜଣାପଡ଼ିଛି । ୨୦ରୁ ଅଧିକ ଆହତ ହୋଇଛନ୍ତି ।


ସ୍ଥାନୀୟ ପୋଲିସ ଅନୁସାରେ, ଏହି ବିସ୍ଫୋରଣ ଅକକୋରା ଖଟ୍ଟକ ଜିଲ୍ଲାରେ ହୋଇଛି । କେଉଁ ସ୍ଥିତିରେ ବିସ୍ଫୋରଣ କେମିତି ବେଵା ତାର ଯାଞ୍ଚ ଚାଲିଛି । ଏଥିସହ ଆହତଙ୍କୁ ମେଡିକାଲ୍ ନିଆ ଯାଇଥିବା ସେ କହିଛନ୍ତି । ତେବେ ଆତ୍ମଘାତୀ ଆକ୍ରମଣ ପାଇଁ କୌଣସି ସଂଗଠନ ଏବେ ଯାଏଁ ନିଜକୁ ଦାୟୀ କରି ନାହାନ୍ତି । ମଦ୍ରାସାର ମୁଖ୍ୟ ହଲ୍‌ରେ ଶୁକ୍ରବାର ନମାଜ ପାଠ ବେଳେ ଏହି ବିସ୍ଫୋରଣ ହୋଇଛି । ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ବିସ୍ଫୋରଣ ପରେ ଉକ୍ତ ଅଞ୍ଚଳରେ ଏମରଜେନ୍ସ ବା ଜରୁରୀକାଳୀନ ସ୍ଥିତି ଲାଗୁ କରାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିସ୍ଫୋରଣ ହୋଇଥିବା ମଦ୍ରାସାର ମୁଖ୍ୟ ହଲରେ ପ୍ରାୟ ୪ ହଜାର ଛାତ୍ର ରୁହନ୍ତି । ସେଠାରେ ସେମାନଙ୍କୁ ମାଗଣାରେ ଖାଦ୍ୟ ସହ ଶିକ୍ଷା ଦିଆଯାଏ । ଏହି ବିସ୍ଫୋରଣକୁ ପାକିସ୍ତାନ ସରକାର ନିନ୍ଦା କରିଛନ୍ତି । ଆନ୍ତରିକ ମନ୍ତ୍ରୀ କହିଛନ୍ତି, କିଛି ଶତ୍ରୁ ଦେଶରେ ଅସ୍ଥିରତା ସୃଷ୍ଟି ଲାଗି ଷଡ଼ଯନ୍ତ୍ର କରୁଛନ୍ତି । ଆମେ ଶତ୍ରୁଙ୍କୁ ଷଡ଼ଯନ୍ତ୍ର ସଫଳ ହେବାକୁ ଦେବୁନି ।


ଖୈବର ପଙ୍ଖତପନଖବା ବିସ୍ଫୋରଣକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି, ଏଭଳି ଭୀରୁତା କାର୍ଯ୍ୟ ଆତଙ୍କବାଦୀଙ୍କ ବିରୋଧରେ ଆମ ସଂକଳ୍ପକୁ ଦୁର୍ବଳ କରି ପାରିବ ନାହିଁ । ଦେଶରୁ ଆତଙ୍କବାଦ ସମ୍ପୂର୍ଣ୍ଣ ହଟାଇବା ପାଇଁ ଆମେ ପ୍ରତିବଦ୍ଧ ।

Sponsored
Pakistan mosque suicide blast claims at least 5 lives | Argus News