Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

POK Protests / ପିଓକେରେ ବିଦ୍ରୋହର ନିଆଁ ଗୁଳିରେ ଥରହର ପାକିସ୍ତାନ

Rashmita Mishra
Browse all articles by Rashmita Mishra
·1 month ago·2 min read
ପିଓକେରେ ବିଦ୍ରୋହର ନିଆଁ ଗୁଳିରେ ଥରହର ପାକିସ୍ତାନ
POK Protests

Key Points

ପାକିସ୍ତାନରେ ପୋକମାଛି ଭରି ମରିଲେଣି ଲୋକ
ବିଦ୍ରୋହର ନିଆଁରେ ଜଳୁଛି ପୁରା ପାକିସ୍ତାନ
ଗୃହ ଯୁଦ୍ଧରେ ଧ୍ବଂସ ହୋଇଯିବ ପୁରା ପାକିସ୍ତାନ

ପାକିସ୍ତାନରେ ପୋକମାଛି ଭରି ମରିଲେଣି ଲୋକ... ବିଦ୍ରୋହର ନିଆଁରେ ଜଳୁଛି ପୁରା ପାକିସ୍ତାନ । ଗୃହ ଯୁଦ୍ଧରେ ଧ୍ବଂସ ହୋଇଯିବ ପୁରା ପାକିସ୍ତାନ । ଠୋ ଠୋ ଗୁଳିର ଶବ୍ଦରେ ପ୍ରକମ୍ପତ ହେଉଛି ପୁରା ପାକିସ୍ତାନ । ଯାହାକୁ ଦେଖୁଛନ୍ତି ତାକୁ ଗଳି ମାରୁଛନ୍ତି । ଭୟରେ ଏଣେ ତେଣେ ଦୌଡ଼ୁଛନ୍ତି ଲୋକେ । ପାକିସ୍ତାନୀଙ୍କ ରକ୍ତରେ ପାକିସ୍ତାନର ମାଟି ଭିଜିଗଲାଣି । ପୋକମାଛି ଭଳି ଏବେ ପାକିସ୍ତାନରେ ଲୋକଙ୍କୁ ମାରି ଦିଆଯାଉଛି । ବଡ଼ ବିଦ୍ରୋହର ନିଆଁରେ ଜଳୁଛି ପାକିସ୍ତାନ ।

ସେହେବାଜ ମୁନିରଙ୍କ ନୀତି ପାକିସ୍ତାନରେ ନରସଂହରାର ରଚିଛି । ପାକିସ୍ତାନ ଆଉ ରହିବ ନାହିଁ । ସରି ସରି ଆସିଲାଣି ପାକିସ୍ତାନର ଆୟୁଷ । ପାକିସସ୍ତାନରେ ଆରମ୍ଭ ହୋଇଥିବା ଗୃହଯୁଦ୍ଧ ପାଇଁ ପାକିସ୍ତାନ ବିନାଶ ହୋଇଯିବ । ଏବେ ଶହ ଶହ ପାକିସ୍ତାନୀଙ୍କୁ ଗୁଳି କରି ମାରି ଦିଆଯାଉଛି । ପିଓକେରେ ଯାହାକୁ ଦେଖୁଛନ୍ତି ତାକୁ ଗୁଳି କରି ମାରି ଦେଉଛନ୍ତି ପାକିସ୍ତାନୀ ସେନା ।

ପାକିସ୍ତାନ ଅଧୀକୃତ କାଶ୍ମୀରରେ ବହୁଛି ରକ୍ତର ନଦୀ । ପାକିସ୍ତାନୀ ସେନା ଲୋକଙ୍କ ଉପରେ ଚଳାଉଛନ୍ତି ମନଇଚ୍ଛା ଗୁଳି । ପିଓକେରେ ଏବେ ବିଦ୍ରୋହର ନିଆଁ ଜୋର ଜୋରରେ ଜଳୁଛି । ହଜାର ହଜାର ଲୋକ ଆନ୍ଦୋଳନର ରାସ୍ତାକୁ ଓହ୍ଲାଇଛନ୍ତି । ଏବେ ପାକିସ୍ତାନ ଆଉ ରହିବ ନାହିଁ। ବିଶ୍ବ ମାନଚିତ୍ରରୁ ଉଭେଇଯିବ ପାକିସ୍ତାନ । ଯଦି ଦେଖିବା ପିଓକେରେ ଏଭଳି ସ୍ଥିତି କେବଳ ପାକିସ୍ତାନ ସରକାର ପାଇଁ ସୃଷ୍ଟି ହୋଇଛି ।

ନିଜର ହକ୍ ପାଇଁ ଲଢ଼ୁଥିବା ସ୍ଥାନୀୟ ଜନତାଙ୍କ ସ୍ୱରକୁ ଚପାଇଦେବା ପାଇଁ ପାକିସ୍ତାନୀ ସୁରକ୍ଷା ବଳ ଚଳାଇଛି ଗୁଳିର ବର୍ଷା । ପିଓକେ ଆସେମ୍ବ୍ଲିର ୪୫ଟି ଆସନ ମଧ୍ୟରୁ ୧୨ଟି ଆସନକୁ ଶରଣାର୍ଥୀଙ୍କ ପାଇଁ ସଂରକ୍ଷିତ ରଖିବା ନିଷ୍ପତ୍ତିକୁ ସ୍ଥାନୀୟ ଲୋକେ ଏବଂ 'ଯୁଗ୍ମ ଆବାମୀ ଆକ୍ସନ କମିଟି' ପକ୍ଷରୁ ତୀବ୍ର ବିରୋଧ କରାଯାଉଛି । ଖାଲି ସେତିକି ନୁହେଁ ଏହା ସହିତ ଅଞ୍ଚଳର ଚରମ ଆର୍ଥିକ ସଙ୍କଟ ଓ ପାକିସ୍ତାନ ସରକାରଙ୍କ ପାତରଅନ୍ତର ନୀତିକୁ ନେଇ ମୁଜାଫରାବାଦ ଓ ରାୱାଲାକୋଟ୍ ସମେତ ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଥିଲେ ।

କିନ୍ତୁ ଏହି ଆନ୍ଦୋଳନକୁ ଦମନ କରିବାକୁ ଯାଇ ପାକିସ୍ତାନୀ ସେନା ଏବଂ ସ୍ଥାନୀୟ ପୋଲିସ ବିକ୍ଷୋଭକାରୀଙ୍କ ଉପରକୁ ପ୍ରଥମେ ଲୁହବୁହା ଗ୍ୟାସ୍ ଏବଂ ପରେ ସିଧାସଳଖ ଗୁଳି ଚଳାଇଥିଲେ। ଫଳରେ ଆନ୍ଦୋଳନ ସମୟରେ ହିଁ ଟଳିପଡ଼ିଲେ ଶହ ଶହ ଲୋକ । ପାକିସ୍ତାନ ସେନାର ଏହି ବର୍ବର ଗୁଳିକାଣ୍ଡରେ ୧୨୦ରୁ ଅଧିକ ଲୋକଙ୍କର ମୃତ୍ୟ ହୋଇଛି ।

ସେଥିରେ ୧୯ ଜଣ ଶିଶୁ ଏବଂ ୭ ଗର୍ଭବତି ମହିଳା ରହିଛନ୍ତି । ଶହ ଶହ ଲୋକ ଗୁଳିମାଡ଼ରେ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏହି ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ । କିନ୍ତି ପାକିସ୍ତାନ ସରକାର ମୃତ୍ୟୁ ସଂଖ୍ୟାକୁ ଲୁଚାଇବାକୁ ଯାଇ ୩୦ ଜଣ ପ୍ରାଣହରାଇଥିବା କହିଛି । ଏବେ ସ୍ଥିତି ଏପରି ହୋଇଛି ଯେ ସମଗ୍ର ପିଓକେରେ ଏବେ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି ଏବଂ ସେନା ବାହିନୀ ପକ୍ଷରୁ ବ୍ୟାପକ କଟକଣା ଜାରି କରାଯାଇଛି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
POK Protests Intensify: Pakistan Faces Growing Unrest Amid Clashes | Argus News