ଦୁଇ ମାସ ପର୍ଯ୍ୟନ୍ତ ରାସନ ରଖିବାକୁ ନିର୍ଦ୍ଦେଶ

ପାକିସ୍ତାନକୁ ଘାରିଛି ଭାରତର ଆକ୍ରମଣ ଭୟ। ଯାହାକୁ ନେଇ ନିଦ ହଜିଗଲାଣି ପାକ୍ ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ। ଏମିତିକି ପାକିସ୍ତାନ ଲୋକେ ଦୁଇ ମାସ ପର୍ଯ୍ୟନ୍ତ ରାସନ ସାମଗ୍ରୀ ମହଯୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।
ନିକଟରେ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଦାବି କରିଛନ୍ତି, ତାଙ୍କ ପାଖରେ ବିଶ୍ବସ୍ତ ସୂତ୍ରରୁ ଖବର ରହିଛି ଭାରତ ପାକିସ୍ତାନ ଉପରେ ଯେମିତି ହେଲେ ଆକ୍ରମଣ କରିବ। ସେହିଭଳି ପାକ୍ ଅଧିକୃତ କାଶ୍ମୀର (ପିଓକେ)ର ବରିଷ୍ଠ ରାଜନେତା ଅନଓ୍ବର ଉଲ୍ ହକ୍ ବିଧାନସଭାରେ କହିଛନ୍ତି ବର୍ଡର ପାଖାପାଖି ରହିଥିବା
📱 Get Argus News App
✨୧୩ ଟି ନିର୍ବାଚନ ମଣ୍ଡଳୀରେ ୨ ମାସ ପାଇଁ ଖାଦ୍ୟ ପଦାର୍ଥ ମହଯୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ପାକିସ୍ତାନ ସରକାର୧୩ଟି ନିର୍ବାଚନମଣ୍ଡଳୀରେ "ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ସମସ୍ତ ମୌଳିକ ଆବଶ୍ୟକତା" ଯୋଗାଣ ସୁନିଶ୍ଚିତ କରିବା ପାଇଁ ଜରୁରୀକାଳୀନ ପାଣ୍ଠି ଗଠନ କରାଯାଇଛି।
ନିୟନ୍ତ୍ରଣ ରେଖା ପାର୍ଶ୍ୱରେ ଥିବା ଅଞ୍ଚଳଗୁଡ଼ିକରେ ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ଆଧୁନିକ ଯନ୍ତ୍ରପାତି ନିୟୋଜିତ କରାଯାଉଛି। ଯାହା ଜରୁରୀକାଳୀନ ପରିସ୍ଥିତିରେ ରାସ୍ତା ମରାମତି କରାଯାଇ ପାରିବ। ଭାରତର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରିବା ପରେ ଛାନିଆ ହୋଇ ପଡ଼ିଛି ପାକିସ୍ତାନ।
ସାମରିକ ଉତ୍ତେଜନା ବୃଦ୍ଧି ପାଇବା ଭୟରେ, ପାକ୍ ଅଧିକୃତ କାଶ୍ମୀରର କର୍ତ୍ତୃପକ୍ଷ ଗତକାଲି ୧ ହଜାରରୁ ଅଧିକ ମଦ୍ରାସାକୁ ୧୦ ଦିନ ପାଇଁ ବନ୍ଦ କରି ଦେଇଛନ୍ତି।