Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Imran Khan / ଇମ୍ରାନଙ୍କୁ ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର କରୁଛି ପାକିସ୍ତାନ

Rashmita Mishra
Browse all articles by Rashmita Mishra
·4 months ago·2 min read
ଇମ୍ରାନଙ୍କୁ ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର କରୁଛି ପାକିସ୍ତାନ
Imran Khan

Key Points

ପାକିସ୍ତାନ ଜେଲ ଭିତରେ ଇମ୍ରାନଙ୍କୁ ଫାଶୀ !
ଇମ୍ରାନଙ୍କୁ ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର କରୁଛି ପାକିସ୍ତାନ
ଜେଲ ଭିତରେ ଇମ୍ରାନଙ୍କୁ ମାରିବାକୁ ଚାଲିଛି ଗୁପ୍ତ ପ୍ରକ୍ରିୟା
 

ଜେଲ ଭିତରେ ଇମ୍ରାନଙ୍କୁ ମାରିବାକୁ ଚାଲିଛି ଗୁପ୍ତ ପ୍ରକ୍ରିୟା । କେତେବେଳେ ବି କିଛି ହୋଇପାରେ । ସକାଳ ହେଲା ବେଳକୁ ଇମରାନଙ୍କ ମୃତ୍ୟୁ ଖବର ହେଡଲାଇନ ହୋଇ ଯାଇଥିବ । ଇମରାନଙ୍କୁ ମିଳିସାରିଥିବ ଜେଲ ଭିତରେ ଫାଶୀ। ତାଙ୍କୁ ରାସ୍ତାରୁ ହଟାଇ ଦେଇଥିବ ପାକିସ୍ତାନ ସରକାର । ଯାହାକୁ ନେଇ ଚାଲିଛି ଷଡ଼ଯନ୍ତ୍ର । ନା ଭଲରେ ଖାଇବାକୁ ଦେଉଛନ୍ତି । ନା ଭଲରେ ଟିକେ ଶୋଇବାକୁ ଦେଉଛନ୍ତି । ଅହରହ ହେଉଛି ପାକିସ୍ତାନର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଉପରେ ଅତ୍ୟାଚାର । ଅନ୍ଧାର କୋଠରୀ ଭିତରେ ତାଙ୍କୁ ଅତି ଦୟନୀୟ ସ୍ଥିତିରେ ରଖା ଯାଇଛି । ଆତଙ୍କବାଦୀ ଭଳି ପାକିସ୍ତାନ ଜେଲ ଭିତରେ ରହିଛନ୍ତି ଇମ୍ରାନ୍‌ ।

ଇମାରାନଙ୍କୁ ମାରିଲା ପରେ ଯାଇ ପାକିସ୍ତାନ ସରକାରକୁ ଶାନ୍ତି ମିଳିପାରିବ । ଯେପର୍ଯ୍ୟନ୍ତ ଇମ୍ରାନ ଥିବେ ସେପର୍ଯ୍ୟନ୍ତ ସେହେବାଜଙ୍କୁ ଶାନ୍ତି ମିଳିବ ନାହିଁ । ସରକାର ଭାଙ୍ଗିଯିବାର ଡର ଅହରହ ଘାରିଥିବ । ସୂଚନା ମୁତାବକ ଏବେ ପାକିସ୍ତନର ଆଦିଆଲା ଜେଲରେ ରହିଛନ୍ତି ଇମ୍ରାନ୍‌ । ତାଙ୍କୁ ଏକ ଅଲଗା କୋଠରୀରେ ରଖାଯାଇଛି । ତାଙ୍କ ପାଖକୁ କାହାରିକୁ ଛଡ଼ାଯାଉ ନାହିଁ ।

ଇମ୍ରାନ ଏବେ ଆବଶ୍ୟକତା ଠାରୁ ଅଧିକ ପତଳା ହୋଇଗଲେଣି । ତାଙ୍କୁ ଚାଲିଛି ଫାଶୀ ପାଇଁ ଷଡ଼ଯନ୍ତ୍ର । ଇମ୍ରାନ ଖାନଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ନଥିବା ଖବର ପ୍ରକାଶ ପାଇବା ପରେ ଦେଶବ୍ୟାପୀ ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଛି । ଇମ୍ରାନ ଖାନଙ୍କୁ ତୁରନ୍ତ ଜେଲରୁ ବାହାର କରି ତାଙ୍କର ଚିକିତ୍ସା କରାଇବା ଦାବିରେ ପାକିସ୍ତାନ ତେହେରିକ୍-ଏ-ଇନସାଫ ର କର୍ମଚାରୀମାନେ ଇସଲାମାବାଦ, କରାଚୀ, ସ୍ବାବୀ ଓ ରାଵଲପିଣ୍ଡି ଭଳି ବିଭିନ୍ନ ସହରରେ ରାସ୍ତାରୋକ କରିଛନ୍ତି ।

ଚର୍ଚ୍ଚା ହେଉଛି କି ପାକିସ୍ତାନ ସରକାର ଇମ୍ରାନଙ୍କୁ ଜେଲ ଭିତରେ ମୃତ୍ୟୁକୁ ଅପେକ୍ଷା କରିଛି । ସରକାର ଚାହୁଁଛି କି ଦେହ ଖରାପ କାରଣରୁ ଇମ୍ରାନ ମରିଯାଆନ୍ତୁ । ଯାହାପରେ ତାଙ୍କ ଉପରେ ଯେମିତି ଆଙ୍ଗୁଠି ଉଠିବ ନାହିଁ । ଗତ ଅକ୍ଟୋବରରେ ଇମ୍ରାନ ଖାନଙ୍କ ଡାହାଣ ଆଖିରେ ସମସ୍ୟା ଦେଖାଦେଇଥିଲା । ସେ ଠିକ୍ ଭାବରେ ଦେଖିପାରୁନଥିଲେ, ତାଙ୍କୁ ସବୁକିଛି ଝାପ୍ସା ଝାପ୍ସା ଦେଖାଯାଉଥିଲା ।

କୁହାଯାଉଛି ଯେ ଜେଲରେ ଉଚ୍ଚ ରକ୍ତଚାପର ଉପଯୁକ୍ତ ଚିକିତ୍ସା ଅଭାବରୁ ଏହି ସମସ୍ୟା ଆହୁରି ବଢ଼ିଯାଇଛି । ତାଙ୍କର ରକ୍ତଚାପ କିଛି ମାସ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ଅଧିକ ରହିଥିଲା, କିନ୍ତୁ ତାଙ୍କ ଔଷଧରେ କୌଣସି ଆବଶ୍ୟକୀୟ ପରିବର୍ତ୍ତନ କରାଯାଇ ନଥିଲା। ଯାହାପରେ ଇମ୍ରାନଙ୍କ ଦେହ ଅଧିକ ଖରାପ ହେବାରେ ଲାଗିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Imran Khan | Conspiracy to Sideline Imran? Political Tensions Rise in Pakistan | Argus News