ନାଟ ଲଗେଇ ସଫେଇ ଦେଉଛନ୍ତି ସରିଫ୍

ପହଲଗାମରେ ଆତଙ୍କୀ ହମଲା କରି ଏବେ ଶାନ୍ତିର କଥା କହିଲେଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍। ଭାରତ ପ୍ରତିଶୋଧ ପାଇଁ ପ୍ରସ୍ତୁତି ଚଳାଇ ଥିବା ବେଳେ ସେପଟେ ସରିଫ୍ କହୁଛନ୍ତି ଆମେ ଶାନ୍ତି ପାଇଁ ଚେଷ୍ଟା କରୁଛୁ। ପାକ୍ ସେନାକୁ ସମ୍ଭୋଧିତ କରି ଏମିତି କହିଛନ୍ତି ସେ। ଆହୁରି ମଧ୍ୟ ବିଶ୍ବ ଆଗରେ ଛବି ନିର୍ମଳ କରିବାକୁ ସଫେଇ ଦେଇ କହିଛନ୍ତି ପାକିସ୍ତାନ ସର୍ବଦା ଆତଙ୍କବାଦକୁ ନିନ୍ଦା କରିଆସିଛି ଏବଂ ଆମେ ଆତଙ୍କବାଦ ବିରୋଧରେ ଲଢ଼ିବା ସବୁବେଳେ ପ୍ରଚେଷ୍ଟା ଜାରି ରଖିଛନ୍ତି।
ଯଦି ଭାରତ ଯୁଦ୍ଧ କରେ ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ। ଯେ କୌଣସି ଭାରତ ସହ ମୁକାବିଲା କରିବାକୁ ପାକିସ୍ତାନ ସକ୍ଷମ ଥିବା ସେ ଦାବି କରିଛନ୍ତି। ଆମେ ପାକିସ୍ତାନର ଇଞ୍ଚେ ଜମିକୁ ସୁରକ୍ଷା ଦେବୁ। ସେହିଭଳି ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ କହିଛନ୍ତି, ଯଦି ପାକିସ୍ତାନକୁ ପାଣି ବନ୍ଦ କରାଯାଏ ତେବେ ଭାରତକୁ କଡା ଯବାବ ଦିଆଯିବ।
📱 Get Argus News App
✨ସେପଟେ ନିୟନ୍ତ୍ରଣ ରେଖା ଉପରେ ଗୁଳିମାଡ କରୁଛନ୍ତି ପାକିସ୍ତାନୀ ସେନା। ଯାହାର କଡା ଯବାବ ଦେଇଛନ୍ତି ଭାରତୀୟ ସୁରକ୍ଷା କର୍ମୀ। ଭାରତ ସରକାର ସିନ୍ଧୁ ନଦୀ ଜଳ ଚୁକ୍ତିନାମା ରଦ୍ଦ କରିଛନ୍ତି। ସିନ୍ଧୁ ଜଳକୁ ଆଉ କେଉଁ ନଦୀକୁ ପଠାଯିବ ତାକୁ ନେଇ ତର୍ଜମା ଚାଲିଛି।ଏହି ପାଣିରେ କିପରି ଜଳସେଚନ କରାଯିବ ଏବଂ ନୂତନ ବନ୍ଧ କିପରି ନିର୍ମାଣ କରାଯିବ ସେ ବିଷୟରେ ଭାରତ ସରକାର ଚିନ୍ତା କରୁଛନ୍ତି ।୨୨ ଏପ୍ରିଲରେ ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।