Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Narendra Modi / ମୋଦୀଙ୍କ ବନ୍ଧୁତ୍ଵ ଦେଖି ଭୟରେ ଥରିଲା ପାକିସ୍ତାନ

Rashmita Mishra
Browse all articles by Rashmita Mishra
·7 months ago·2 min read
ମୋଦୀଙ୍କ ବନ୍ଧୁତ୍ଵ ଦେଖି ଭୟରେ ଥରିଲା ପାକିସ୍ତାନ
Narendra Modi

Key Points

ହଠାତ ଏହି ମୁସଲମାନ ଦେଶରେ ପହଞ୍ଚିଗଲେ ମୋଦୀ ।
ମୋଦୀଙ୍କୁ ମୁସଲମାନ ଦେଶର ପ୍ରଧାନମନ୍ତ୍ରୀ କୋଳେଇ ନେଲେ । 
ଧୁମ ଧାମରେ ମୁସଲମାନ ଦେଶ ମୋଦୀଙ୍କୁ ସ୍ଵାଗତ କଲା । 
ଏମିତି ବନ୍ଧୁତ୍ଵ ଦେଖି ଭୟରେ ଥରିଲା ପାକିସ୍ତାନ । 

ମୁସଲମାନ ଦେଶରେ ପ୍ରଧାନମନ୍ତ୍ରୀ ମୋଦୀ। ଶହ ଶହ ମୁସଲମାନ ଯବାନ ମୋଦୀଙ୍କୁ ପାଛୋଟି ନେଲେ। ମୋଦୀଙ୍କୁ ସ୍ଵାଗତ କରିବା ପାଇଁ ଦଉଡ଼ି ଆସିଲେ ମୁସଲମାନ ଦେଶର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜାମହାରାଜା। ମୁସଲମାନ ଦେଶ ସହ ଏମିତି ବନ୍ଧୁତା ଦେଖି ଥରି ଉଠିଲା ପାକିସ୍ତାନ।

ଯୁଦ୍ଧ ହେଲେ ଏହି ମୁସଲମାନ ଦେଶ ଭାରତକୁ ପୂର୍ଣ୍ଣ ସହଯୋଗ କରିବ। ଗୋଟିଏ ମୁସଲମାନ ଦେଶ ହେଉଛି ପାକିସ୍ତାନ। ଯିଏ ଭାରତର ସବୁଠାରୁ ବଡ଼ ଶତ୍ରୁ। ଯିଏ ଭାରତ ବଢ଼ାଉଥିବା ବନ୍ଧୁତାର ହାତକୁ ସବୁ ବେଳେ ଆତଙ୍କର ଆକ୍ରମଣ ଦ୍ଵାରା ନଷ୍ଟ କରିଦେଇଛି । ଆଉ ଏବେ ଏହି ମୁସଲମାନ ଦେଶ ମୋଦୀଙ୍କୁ ପାଛୋଟି ନେଇଛି। ଏମିତି ଦୃଶ୍ୟକୁ ପାକିସ୍ତାନ ଦେଖି ଭୟରେ ଥରହର ହେଲାଣି।

ମୋଦୀଙ୍କୁ ଘେରି ଯାଇଛନ୍ତି ଶହ ଶହ ମୁସଲମାନ ଯବାନ । ହାତରେ ବନ୍ଧୁକ ଧରି ମୋଦୀଙ୍କୁ ଦେଇଛନ୍ତି ସୁରକ୍ଷା କବଚ। ସ୍ଵତନ୍ତ୍ର ବିମାନରୁ ଓହ୍ଲାଇବା ପରେ ମୋଦୀଙ୍କୁ କୁଣ୍ଢାଇ ପାକାଉଛନ୍ତି ମୁସଲମାନ ଦେଶର ପ୍ରଧାନମନ୍ତ୍ରୀ ଜାଫର ହସନ। ହାତକୁ ଧରି ଦେଶକୁ ସ୍ଵାଗତ କରିଛନ୍ତି। ପାରମ୍ପରିକ ନାଚ ଗୀତରେ ମୋଦୀଙ୍କୁ ସ୍ଵାଗତ କରିଛି ଏହି ମୁସଲିମ ଦେଶ ।

ସୂଚନା ମୁତାବକ ମୋଦୀ ୩ ଦିନିଆ ବିଦେଶ ଗସ୍ତରେ ବାହାରିଛନ୍ତି। ପ୍ରଥମରେ ସେ ମୁସଲିମ ଦେଶ ଜୋର୍ଡାନରେ ପହଞ୍ଚିଛନ୍ତି। ସମ୍ପର୍କ ଏତେ ଘନିଷ୍ଟି ଥିଲା ଯେ ଏମିତି ଭବ୍ୟ ସ୍ବାଗତକୁ ଦେଖି ପାକିସ୍ତାନ ଚିକିତ ରହିଯାଇଛି। ମିଡିଲଇଷ୍ଟ ସହିତ ଭାରତ ସମ୍ପର୍କ ବୃଦ୍ଧିକୁ ପାକିସ୍ତାନ ସହି ପାରି ନାହିଁ। କାରଣ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ କେଉଁଠାରେ ଏମିତି ସ୍ବାଗତ କରାଯାଏ ନାହିଁ।

ଏହି ଗସ୍ତ ଭାରତ ଓ ଜୋର୍ଡାନ ମଧ୍ୟରେ ୭୫ ବର୍ଷର କୂଟନୈତିକ ସମ୍ପର୍କର ବାର୍ଷୀକ ଅବସରରେ ମୋଦୀ ଏହି ଗସ୍ତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ୫ଟି ବହୁ ଗୁରୁତ୍ବପୂର୍ଣ୍ଣ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। କେମିତି ଯୁଦ୍ଧ ସମୟରେ ଉଭୟ ଦେଶ ମଧ୍ୟରେ ସହଯୋଗ ହୋଇପାରିବେ ସେ ନେଇ ମଧ୍ୟ ଆଲୋଚନା ହୋଇଛି। ମୋଦୀଙ୍କ ସହ ଜୋର୍ଡାନରେ ପହଞ୍ଚିଛନ୍ତି ଏନ୍‌ଏସ୍‌ଏ ଅଜିତ ଡୋଭାଲ। ଏମିତି ସବୁ ଦୃଶ୍ୟକୁ ଦେଖିବ ପାକିସ୍ତାନର ସେନା ସିବିର ଖାଲି କମ୍ପନ ହେଉଛି। ତେବେ ଏହି ଅବସରରେ ମୋଦୀ ରାଜା ଅବଦୁଲ୍ଲା ଦ୍ବିତୀୟ ବିନ୍‌ ହୁସେନଙ୍କ ସହ ଆଲୋଚନା କରିଛନ୍ତି। ଜୋଡାନରେ ଥିବା ଭାରତୀୟ ମାନଙ୍କୁ ଭେଟିଥିଲେ ମୋଦୀ ।

ଏହି ଗସ୍ତରେ ମୋଦୀ ୨ଟି ମୁସଲିମ ଦେଶ ଏବଂ ଗୋଟିଏ ଖ୍ରୀଷ୍ଟିଆନ ଦେଶକୁ ଗସ୍ତ କରିବେ। ଏହି ଗସ୍ତର ପାକିସ୍ତାନକୁ ପୁରା ଚକିତ କରି ଦେଇଛି। କାରଣ ପାକିସ୍ତାନ ସବୁ ବେଳେ ଚଷ୍ଟା କରିଛିକି ଭାରତ ର ଯେମିତି ମିଡିଲଇଷ୍ଟ ସହ ସମ୍ପର୍କ ଭଲ ନରହୁ।

ଅଧିକ ପଢ଼ନ୍ତୁ ବିଦେଶ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Narendra Modi | Pakistan Shaken by Prime Minister Modi’s Growing Global Friendships | Argus News