Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Pakistan Terrorist / ଅପରେସନ୍ ସିନ୍ଦୂର ପରେ ଠିକଣା ବଦଳାଉଛନ୍ତି ପାକ୍ ଆତଙ୍କବାଦୀ, PoKରୁ ସ୍ଥାନାନ୍ତର ହେଉଛି ଆଡ୍ଡା

Sushanta Sahoo
Browse all articles by Sushanta Sahoo
·9 months ago·2 min read
ଅପରେସନ୍ ସିନ୍ଦୂର ପରେ ଠିକଣା ବଦଳାଉଛନ୍ତି ପାକ୍ ଆତଙ୍କବାଦୀ, PoKରୁ ସ୍ଥାନାନ୍ତର ହେଉଛି ଆଡ୍ଡା

Key Points

ଅପରେସନ୍ ସିନ୍ଦୂର ପରେ ଦୋହଲି ଯାଇଛି ପାକିସ୍ତାନୀ ଆତଙ୍କବାଦୀଙ୍କ ମେରୁଦଣ୍ଡ । ବଡ଼ କ୍ଷତି ପରେ ପାକିସ୍ତାନ ଅଧିକୃତ ପିଓକେ (PoK) ଛାଡ଼ି ନୂଆ ଆଡ୍ଡାରେ ଆତଙ୍କୀ ସଂଗଠନ ନିର୍ମାଣ ଆରମ୍ଭ କରିଛନ୍ତି ।

ନୂଆଦିଲ୍ଲୀ: ଛାନିଆ ପାକିସ୍ତାନ, ଥରହର ଆତଙ୍କବାଦୀ । ଅପରେସନ୍ ସିନ୍ଦୂର ପରେ ଦୋହଲି ଯାଇଛି ପାକିସ୍ତାନୀ ଆତଙ୍କବାଦୀଙ୍କ ମେରୁଦଣ୍ଡ । ବଡ଼ କ୍ଷତି ପରେ ପାକିସ୍ତାନ ଅଧିକୃତ ପିଓକେ (PoK) ଛାଡ଼ି ନୂଆ ଆଡ୍ଡାରେ ଆତଙ୍କୀ ସଂଗଠନ ନିର୍ମାଣ ଆରମ୍ଭ କରିଛନ୍ତି । ଜୈଶ୍ ଏ ମହମ୍ମଦ ଓ ହିଜବୁଲ୍ ମୁଜାହିଦ୍ଦିନ ଭଳି ସଂଗଠନ ଏବେ ପାକିସ୍ତାନର ଖୈବର ପଖତୁନଖ୍ଵାରେ ନୂଆ ଆଡ୍ଡା ନିର୍ମାଣ କରୁଛନ୍ତି ।


ଜମ୍ମୁ-କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା । ଯେଉଁଥିରେ ବଡ଼ କ୍ଷତି ସହିଥିଲା ପାକିସ୍ତାନ । ପିଓକେରେ ଥିବା ୯ଟି ଆତଙ୍କବାଦୀ କେନ୍ଦ୍ରକୁ ଧ୍ଵସ୍ତ ବିଧ୍ଵସ୍ତ କରି ଦେଇଥିଲା ଭାରତୀୟ ସେନା । ଆଉ ପରେ ଏବେ ପାକିସ୍ତାନର ଆତଙ୍କୀ ସଂଗଠନ ନୂଆ ସ୍ଥାନକୁ ସ୍ଥାନାନ୍ତରଣ ହେଉଛନ୍ତି ।


କୁହାଯାଉଛି, ପିଓକେ ଠାରୁ ଆତଙ୍କୀଙ୍କ ଲାଗି ଅଧିକ ସୁରକ୍ଷିତ ହେଉଛି ଖୈବର ପଖତୁନଖ୍ଵା । ଭାରତର ଆକ୍ରମଣ ପରେ ଆତଙ୍କୀ ସଂଗଠନକୁ ଲାଗୁଛି ପିଓକେ ଏବେ ସୁରକ୍ଷିତ ନୁହେଁ । ଯେତେବେଳେ କି ଭୌଗଳିକ ସ୍ଥିତି ଦୃଷ୍ଟିରୁ ଖୈବର ପଖତୁନଖ୍ଵା ଆଫଗାନ ସୀମା ନିକଟରେ ରହିଛି ।


ସୂଚନା ଅନୁସାରେ, ବିଭିନ୍ନ ଆତଙ୍କବାଦୀ ସଂଗଠନ ଏଭଳି ନିଷ୍ପତ୍ତି ସେନା ରହିଛି । ନିକଟରେ ପୋଲିସ ସୁରକ୍ଷାରେ ଜୈଶ ଏ ମହମ୍ମଦର ଉତ୍ସବ ପାଳନ କରାଯାଇଥିଲା । ଜମିୟନ ଉଲେମା-ଏ-ଇସଲାମ ଭଳି ରାଜନୈତିକ-ଧାର୍ମିକ ସଂଗଠନଙ୍କ ଭାଗିଦାରୀ ବି ଏଥିରେ ରହିଥିବା ଅଭିଯୋଗ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପାକିସ୍ତାନର ବିଭିନ୍ନ ଆତଙ୍କବାଦୀ ସଂଗଠନ ଖୈବର ପଖତୁନଖ୍ଵାରେ କାୟା ବିସ୍ତାର କରୁଛନ୍ତି । ୨୦୨୫ ସେପ୍ଟେମ୍ବର ୧୪ ଭାରତ-ପାକିସ୍ତାନ ମ୍ୟାଚ୍‌ ଆରମ୍ଭର ଠିକ୍ ପୂର୍ବରୁ କିମନସେହରା ଜିଲ୍ଲାର ଗଢି ହବିବୁଲ୍ଲାହରେ ଏକ ସାର୍ବଜନୀନ ଅଭିଯାନ ହୋଇଥିଲା । ଦେବବନ୍ଦୀ ଧାର୍ମିକ ସଭା ନାଁରେ ଲୋକଙ୍କୁ ଭର୍ତ୍ତି କରାଯାଇଥିଲା ।


ଯେଉଁଥିରେ ଜୈଶ୍‌ର ସଦସ୍ୟ ଏମ୍୪ ରାଇଫଲ୍ ସହ ପୋଲିସ ଫୋର୍ସ ନଜର ଆସିଥିଲେ । ଜୈଶର ସାର୍ବଜନୀନ ରାଲିକୁ ପୋଲିସ ଯୋଗାଇ ଦେଇଥିଲା ସଶସ୍ତ୍ର ସୁରକ୍ଷା । ଯେଉଁଥିରେ ମୌଲାନା ମସୁଦ ଅଜହର ୩୦ ମିନିଟ୍‌ରୁ ଅଧିକ ସମୟ ଧରି ଭାଷଣ ଦେଇଥିଲା । ଆଉ ଭାଷଣରେ ସେ ଓସାମା ବିନ ଲାଦେନର ଗୁଣଗାନ କରିଥିଲା ।


ଆଉ ସଭାରେ ଉପସ୍ଥିତ ଲୋକଙ୍କୁ ସେ କହିଥିଲା, ଖୈବର ପଖତୁନଖ୍ଵା ଆତଙ୍କବାଦୀଙ୍କ ଲାଗି କିଭଳି ସୁରକ୍ଷିତ ଅଟେ । ଆଉ ଏହା ବତାଇବା ପାଇଁ ସେ କନ୍ଦାହାର ବିମାନ ଅପହରଣ କଥାକୁ ଅବତାରଣା କରିଥିଲା । କହିଥିଲା, ବିମାନ ହାଇଜାତ୍ ପରେ ମସୁଜ ଅଜହର ଭାରତର ତିହାର ଜେଲ୍‌ରୁ ପାକିସ୍ତାନ ଫେରି ଖୈବର ପଖତୁନଖ୍ଵାର ବାଲାକୋଟରେ ମୁଖ୍ୟାଳୟ କରିଥିଲେ ।

Related Topics

Explore more stories

Sponsored
Pakistan Terror Groups Shift Base to Khyber Pakhtunkhwa | Argus News | Argus News