Pakistani Rape Gang / ନାବାଳିକାଙ୍କୁ ଦେଖି ଜଘନ୍ୟ କାମ କରୁଛନ୍ତି ପାକିସ୍ତାନୀ ରେପ୍ ଗ୍ୟାଙ୍ଗ୍

Key Points
ଆତଙ୍କ ଖେଳାଇଛନ୍ତି ପାକିସ୍ତାନୀ ରେପ୍ ଗ୍ୟାଙ୍ଗ
ନାବାଳିକାଙ୍କୁ ଟାର୍ଗେଟ୍ କରି ଯୌନ ଶୋଷଣ କରୁଛନ୍ତି
ଦୁର୍ବଳ ଶ୍ଵେତାଙ୍ଗ ଝିଅମାନଙ୍କ ପାଇଁ ବଡ଼ ବିପଦ
ପାକିସ୍ତାନ ଭଳି ଦେଶ ଖାଲି ଯେ ଆତଙ୍କବାଦୀଙ୍କୁ ପୃଷ୍ଠପୋଷକତା ଯୋଗାଇ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରିଆସୁଛି ତାହା ନୁହେଁ, ବରଂ ଏହି ଦେଶ ଏବେ ସାରା ବିଶ୍ବ ପାଇଁ ଏକ ବଡ଼ ବିପଦ ଭାବେ ଉଭା ହୋଇଛି। ଏହି ଦେଶ କେବଳ ଆତଙ୍କବାଦର ନୁହେଁ, ବରଂ ଆହୁରି ଅନେକ ହୀନ କାମର ସୃଷ୍ଟିକର୍ତ୍ତା କହିଲେ ଭୁଲ ହେବନାହିଁ। ନାବାଳିକା ମାନଙ୍କୁ ଟାର୍ଗେଟ୍ କରି ଯୌନ ଶୋଷଣ କରିବା ଏବଂ ପରେ ସେମାନଙ୍କ ଧର୍ମ ପରିବର୍ତ୍ତନ କରାଇବା ଭଳି ଘୃଣ୍ୟ କାମ ପାଇଁ ମଧ୍ୟ ଏହି ଦେଶ ପ୍ରୋତ୍ସାହନ ଦେଇଆସୁଛି। ଏ ନେଇ ଏକ ଚାଞ୍ଚଲ୍ୟକର ପର୍ଦ୍ଦାଫାଶ ହୋଇଛି, ଯେଉଁଥିରୁ ଜଣାପଡିଛି ଯେ ବ୍ରିଟେନରେ ରହୁଥିବା ବହୁ ସଂଖ୍ୟକ ପାକିସ୍ତାନୀ ଏହି ସବୁ ହୀନ କାମ କରୁଛନ୍ତି। ଯାହାକୁ ରେପ୍ ଗ୍ୟାଙ୍ଗ୍ ବୋଲି କୁହାଯାଉଛି।
୧୯୬୦ରୁ ପାକିସ୍ତାନର ଏହି ରେପ୍ ଗ୍ୟାଙ୍ଗ ନାବାଳିକା ପ୍ରଲୋଭନ ଦେଖାଇ, ମଦ ଓ ଡ୍ରଗ୍ସ ଦେଇ ଫସାଉଥିଲା ଏବଂ ସେମାନଙ୍କୁ ଯୌନ ନିର୍ଯାତନା ଦିଆଯିବା ସହ ଧର୍ମ ପରିବର୍ତ୍ତନ କରାଉଥିଲା। ଜଣେ ବ୍ରିଟିଶ ସାଂସଦ ରୂପର୍ଟ ଲୋ'ଙ୍କ ତଦନ୍ତରୁ ଜଣାପଡ଼ିଛି ଯେ ବ୍ରିଟେନରେ ପାକିସ୍ତାନୀ ଗ୍ୟାଙ୍ଗମାନେ ୮୫ଟି ଅଞ୍ଚଳରେ ଶିଶୁମାନଙ୍କୁ ନିଷ୍ଠୁର ଭାବେ ଯୌନ ଶୋଷଣ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏହା ବ୍ରିଟେନର ଇତିହାସରେ ଏକ ଗୁରୁତର ଶିଶୁ ସୁରକ୍ଷା କେଳେଙ୍କାରୀ ଭାବେ ବିବେଚିତ ହୋଇଛି। ସ୍ଵାଧୀନ ସାଂସଦ ରୂପର୍ଟ ଲୋଙ୍କ ନେତୃତ୍ବରେ ହୋଇଥିବା ଏହି ତଦନ୍ତରୁ ଜଣାପଡ଼ିଛି ଯେ ବ୍ରିଟେନରେ ରହୁଥିବା ପାକିସ୍ତାନୀ ମୂଳବାସିନ୍ଦା ପୁରୁଷମାନେ ଦଶନ୍ଧି ଦଶନ୍ଧି ଧରି ଶିଶୁମାନଙ୍କୁ, ବିଶେଷତଃ ଦୁର୍ବଳ ଶ୍ଵେତାଙ୍ଗ ଝିଅମାନଙ୍କୁ ଟାର୍ଗେଟ କରି ଶାରୀରିକ ଓ ଯୌନ ଶୋଷଣ କରିଛନ୍ତି। ଏହି ତଦନ୍ତରେ ସରକାରୀ ଅଧିକାରୀମାନଙ୍କର ଗୁରୁତର ବିଫଳତା ମଧ୍ୟ ପ୍ରକାଶ ପାଇଛି, ଯେଉଁମାନେ ଏହି ଅପରାଧକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେଇନଥିଲେ।
ତଦନ୍ତରେ ଜଣା ପଡିଛି ଯେ, ୧୯୬୦ ମସିହାରୁ ଏହି ଅପରାଧ ଆରମ୍ଭ ହୋଇଥିଲା। ରଦରହାମ, ରୋଚଡେଲ, ଟେଲଫୋର୍ଡ ଭଳି ଅଞ୍ଚଳରେ ଏହାର ବିଶେଷ ପ୍ରଭାବ ଥିଲା। ରଦରହାମରେ ଏକ ସ୍ଵାଧୀନ ତଦନ୍ତରୁ ଜଣାପଡ଼ିଛି ଯେ ୧୯୯୭ରୁ ୨୦୧୩ ମଧ୍ୟରେ ପ୍ରାୟ ୧,୪୦୦ ଝିଅ ଏହି ଶୋଷଣର ଶିକାର ହୋଇଥିଲେ। ଏହି ଗ୍ୟାଙ୍ଗର ସଦସ୍ୟମାନେ ସାଧାରଣତଃ ୧୧ରୁ ୧୬ ବର୍ଷ ବୟସର ଝିଅମାନଙ୍କୁ ଟାର୍ଗେଟ କରୁଥିଲେ। ଯେଉଁମାନେ ପ୍ରାୟତଃ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ପରିବାର କିମ୍ବା କେୟାର ହୋମରୁ ଆସୁଥିଲେ। ଏହି ଝିଅମାନଙ୍କୁ ପ୍ରଥମେ ପ୍ରଲୋଭନ ଦେଖାଇ, ମଦ ଓ ଡ୍ରଗ୍ସ ଦେଇ ଫସାଯାଉଥିଲା। ପରେ ସେମାନଙ୍କୁ ଯୌନ ଶୋଷଣ, ଗଣ ଦୁଷ୍କର୍ମ ସହ ଚାଲାଣ କରାଯାଉଥିଲା ବୋଲି କିଛି ବ୍ୟକ୍ତି କହିଛନ୍ତି।
📱 Get Argus News App
✨ଏହି ଗ୍ୟାଙ୍ଗର ସଦସ୍ୟମାନେ ଝିଅମାନଙ୍କୁ ମାନସିକ ଓ ଶାରୀରିକ ଭାବେ ନିୟନ୍ତ୍ରଣ କରୁଥିଲେ। ସେମାନେ ଝିଅମାନଙ୍କ ପରିବାର ବିଷୟରେ ସୂଚନା ସଂଗ୍ରହ କରି ସେମାନଙ୍କୁ ଧମକ ଦେଉଥିଲେ। ଟେଲଫୋର୍ଡରେ ଲୁସି ଲୋ ନାମ୍ନୀ ଜଣେ ୧୬ ବର୍ଷୀୟା ଝିଅଙ୍କୁ ତାଙ୍କ ପ୍ରେମିକ ଟ୍ୟାକ୍ସି ଡ୍ରାଇଭର ଆଜହର ଅଲି ମେହମୁଦ ୨୦୦୦ ମସିହାରେ ତାଙ୍କ ଭଉଣୀ ଓ ମା’ଙ୍କ ସହ ଜାଳି ଦେଇଥିଲା। ଏହି ଘଟଣା ଏମିତି ଆତଙ୍କ ଖେଳାଇ ଦେଇଥିଲା, ଯାହା ଅନ୍ୟ ପୀଡ଼ିତା ଓ ସେମାନଙ୍କ ପରିବାର ଲୋକଙ୍କୁ ଚୁପ ରହିବାକୁ ବାଧ୍ୟ କରିଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ ପୋଲିସ ଓ ସ୍ଥାନୀୟ ନେତାମାନେ ଏହି ଅପରାଧକୁ ଅଣଦେଖା କରିଥିଲେ। ଏହାର ମୁଖ୍ୟ କାରଣ ଥିଲା ଜାତିଗତ ସମ୍ବେଦନଶୀଳତା ଓ ରାଜନୈତିକ ଚାପ। ଅଧିକାରୀମାନେ ଅପରାଧୀମାନଙ୍କ ଜାତିଗତ ପରିଚୟ ପ୍ରକାଶ କରିବାକୁ ଭୟ କରୁଥିଲେ। ଯାହା ଫଳରେ ଏହି ଗ୍ୟାଙ୍ଗମାନେ ନିର୍ଭୟରେ କାର୍ଯ୍ୟ କରୁଥିଲେ। ୨୦୧୪ରେ ପ୍ରଫେସର ଆଲେକ୍ସିସ ଜେଙ୍କ ନେତୃତ୍ବରେ ହୋଇଥିବା ଜେ ରିପୋର୍ଟରୁ ଏହି ଅଧିକାରୀମାନଙ୍କର ବିଫଳତା ସାମ୍ନାକୁ ଆସିଥିଲା। ଏହା ପରେ ରଦରହାମ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ଶିଶୁ ସୁରକ୍ଷା ନିର୍ଦ୍ଦେଶକ ଇସ୍ତଫା ଦେଇଥିଲେ।
ଏହି ଘଟଣା ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି। ଏଲନ ମସ୍କ, ଜେକେ ରୌଲିଂ ଓ ଲିଜ ଟ୍ରସଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନେ ଏହାକୁ ‘ରେପ ଗ୍ୟାଙ୍ଗ’ ବୋଲି କହିବା ସହ ବ୍ରିଟେନ ସରକାର ତଥା ଏହାର ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କୁ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ତେଣୁ ୨୦୨୪ରେ ବ୍ରିଟେନ ସରକାର ଏହାକୁ ନେଇ ଏକ ଜାତୀୟ ତଦନ୍ତ ଆରମ୍ଭ କରିଛନ୍ତି, ଯାହା ଏହି ଅପରାଧର ସମ୍ପୂର୍ଣ୍ଣ ପରିସର ଅନୁସନ୍ଧାନ କରିବ ଓ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାକୁ ପରାମର୍ଶ ଦେବ। ଏହି ତଦନ୍ତରୁ ଆଶା କରାଯାଉଛି ଯେ ଶିଶୁମାନଙ୍କ ସୁରକ୍ଷା ପାଇଁ କଡ଼ା ଆଇନ ଓ ନୀତି ପ୍ରଣୟନ ହେବ। ତଥାପି ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାରମର ନିଜ ରାଜନୈତିକ ଫାଇଦା ପାଇଁ ଏହି ତଦନ୍ତକୁ ଚପାଇ ଦେବାକୁ ପ୍ରୟାସ କରୁଥିବା ଏଲନ୍ ମସ୍କ ଓ ଜେକେ ରୌଲିଂଙ୍କ ଭଳି ବ୍ୟକ୍ତି ଅଭିଯୋଗ ଆଣିଛନ୍ତି। ତେବେ ଏହି ଘଟଣା ବ୍ରିଟେନରେ ସାମାଜିକ ଓ ରାଜନୈତିକ ସ୍ତରରେ ଗଭୀର ପ୍ରଭାବ ପକାଇଛି। ସବୁଠାରୁ ବଡ଼ କଥା ହେଉଛି, ସ୍ୱାଧୀନ ସାଂସଦ ରୁପର୍ଟ ଲୋ ଏହାକୁ ଆଜି ପର୍ଯ୍ୟନ୍ତ ଦୁଷ୍କର୍ମ ଗ୍ୟାଙ୍ଗ୍ ସ୍କାଣ୍ଡାଲର ସବୁଠାରୁ ବ୍ୟାପକ ପର୍ଦାଫାସ ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି। ପାକିସ୍ତାନୀ ଦୁଷ୍କର୍ମୀ ଗ୍ୟାଙ୍ଗଙ୍କ ହାତରେ ଲକ୍ଷ ଲକ୍ଷ ଜୀବନ ନଷ୍ଟ ହୋଇଛି ବୋଲି ଲୋ କହିଛନ୍ତି।
Related Topics
Explore more stories