Videos
|
International

ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୪୬ ମୃତ, କଡ଼ା ଜବାବ ଦିଆଯିବ

Ritu Das
Browse all articles by Ritu Das
·1 year ago·1 min read
ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୪୬ ମୃତ, କଡ଼ା ଜବାବ ଦିଆଯିବ

ଆଫଗାନିସ୍ତାନ ଧମକରେ ଛାନିଆ ପାକିସ୍ତାନ । ପାକିସ୍ତାନର ଆକ୍ରମଣ, ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତାକୁ ବଢାଇ ଦେଇଛି ।ଗତକାଲି ପାକିସ୍ତାନର ଏୟାରଷ୍ଟ୍ରାଇକରେ ଥରିଥିଲା ଆଫଗାନିସ୍ତାନର ପକ୍ତିକା ପ୍ରଦେଶ । ଏଥିରେ ୪୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବହୁ ଆହତ ହୋଇଛନ୍ତି । ତେହରିକ ତାଲିବାନ ପାକିସ୍ତାନ ବା ଟିଟିପିର ତାଲିମ କେନ୍ଦ୍ରକୁ ଟାର୍ଗେଟ୍ କରିଥିଲା ପାକିସ୍ତାନ । ଏହାର ପରିଣାମ ଭୟଙ୍କର ହେବ ବୋଲି ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ ଚେତାଇ ଦେଇଛି। ପାକିସ୍ତାନ ସୀମାକୁ ଲାଗି ରହିଥିବାବେଳେ ଏହାକୁ ଟାର୍ଗେଟ୍ କରିଥିଲେ ପାକିସ୍ତାନ ସେନା।


ଆଫଗାନିସ୍ତାନର ଇସଲାମିକ୍ ଏମିରେଟ୍ ଏହାକୁ ନିନ୍ଦା କରିବା ସହ ପାକିସ୍ତାନ ବିରୋଧରେ କଡ଼ା ଆକସନ୍ ନେବ ବୋଲି କହିଛି। ସେହିଭଳି ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରତିଶୋଧ ନେବା ପାଇଁ ଧମକ ଦେଇଛି । ଆଫଗାନିସ୍ତାନରେ ତାଲିବାନ ଶାସନ ଆସିବା ପରେ ଉଭୟ ଦେଶର ସୀମାରେ ଅଶାନ୍ତି ଲାଗି ରହିଛି । ତେହରିକ ତାଲିବାନ ପାକିସ୍ତାନ ବା ଟିଟିପି, ଅନେକ ସମୟରେ ସୀମାନ୍ତରେ ହିଂସା ଆପଣାଇବା ସହ ଆକ୍ରମଣ କରୁଥିବା ଅଭିଯୋଗ କରି ଆସୁଛି ପାକିସ୍ତାନ । ଏଥି ପାଇଁ ଏବେ ପାକ୍ ସେନାର ଟାର୍ଗେଟରେ ରହିଛି ଟିଟିପି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Pakistan's air strike on Afghanistan: 46 dead, strict response will be given | Argus News