ଆତଙ୍କବାଦୀଙ୍କୁ ଏନେଇ ଏମିତି କହିଲେ ପାକିସ୍ତାନ ଉପ-ପ୍ରଧାନମନ୍ତ୍ରୀ

ପାକିସ୍ତାନ ଉପ-ପ୍ରଧାନମନ୍ତ୍ରୀଙ୍କ ଆତଙ୍କବାଦୀ ପ୍ରେମ। ଖୁସିରେ ଗଦ୍ ଗଦ୍ ହୋଇ କହିଲେ ଆତଙ୍କବାଦୀ ହେଉଛନ୍ତି ସ୍ବାଧୀନତା ସଂଗ୍ରାମୀ। ଜମ୍ମୁ କାଶ୍ମୀରରେ କାପୁରଷଙ୍କ ପରି ପର୍ଯ୍ୟଟକଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କ ଗୁଣଗାନ କରୁଛନ୍ତି ପାକିସ୍ତାନ ସରକାର। କାରଣ ପାକିସ୍ତାନ ଜାଣିଛି ପ୍ରତିରକ୍ଷା ଯୁଦ୍ଧରେ ନିଜ ସେନା ବଳରେ କେବେ ହେଲେ ଭାରତ ସହ ଲଢି ପାରିବ ନାହିଁ। ଯାହାକୁ ଦୃଷ୍ଟିରେ ରଖି ଏମିତି କହି ଆତଙ୍କବାଦୀଙ୍କ ମନୋବଳ ଦୃଢ କରୁଛନ୍ତି ପାକିସ୍ତାନ ସେନା ଓ ସରକାର।
ଖୋଦ୍ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇଶାକ ଦାର ଆତଙ୍କବାଦୀଙ୍କୁ ‘ସ୍ୱାଧୀନତା ସଂଗ୍ରାମୀ’ ବୋଲି ସମ୍ବୋଧନ କରିଛନ୍ତି। ଯାହାକୁ ନେଇ ଏବେ ସାରା ବିଶ୍ବରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସାମାଜିକ ଗଣମାଧ୍ୟମରେ ଏହି ମନ୍ତବ୍ୟକୁ ନେଇ ତୀବ୍ର ସମାଲୋଚନା ହେଉଛି। ଅନେକ ଭାରତୀୟ ଏବଂ ଆନ୍ତର୍ଜାତୀୟ ବ୍ୟକ୍ତି ଏହାକୁ ପାକିସ୍ତାନର ଆତଙ୍କବାଦ ପ୍ରତି ସମର୍ଥନର ପ୍ରମାଣ ବୋଲି କହୁଛନ୍ତି।
📱 Get Argus News App
✨ସେପଟେ ପାକିସ୍ତାନ ବିରୋଦ୍ଧରେ ମୋଦିଙ୍କ ହୁଙ୍କାର ପରେ ଥରହର ହେଉଛି ପାକିସ୍ତାନ। ନିଜ ଦେଶର ସାଧାରଣ ଲୋକ ବି ପାକିସ୍ତାନର କାର୍ଯ୍ୟକଳାପକୁ ବିରୋଧ କରିବା ଆରମ୍ଭ କଲେଣି। ପାକିସ୍ତାନ ଏବେ ସଙ୍କଟାପନ୍ନ ଅର୍ଥନୀତି ଦେଇ ଗତି କରୁଥିବା ବେଳେ ଯଦି ଯୁଦ୍ଧ ପରିସ୍ଥିତି ସୃଷ୍ଟିହୁଏ ଦେଶର ଅବସ୍ଥା କ'ଣ ହେବ ତାକୁ ନେଇ ଚିନ୍ତାରେ ପାକିସ୍ତାନୀ। ଏବେ ପାକିସ୍ତାନ ଆମେରିକା ଶରଣ ପସିଛି। ଘଟଣାରେ ଆମେରିକା ହସ୍ତକ୍ଷେପ କରିବାକୁ ଟ୍ରମ୍ପଙ୍କୁ ଗୁହାରି କରିଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ । ଟ୍ରମ୍ପଙ୍କୁ ମଧ୍ୟସ୍ଥତା କରିବାକୁ ଅନୁରୋଧ କରିଛନ୍ତି ଖ୍ବାଜା ଆସିଫ୍ ।