Videos
|
International

ଭାରତକୁ ସାମଗ୍ରୀ ପଠାଇବାକୁ ପାକିସ୍ତାନର ନୂଆ ଯୋଜନା

Swoyang prajna Mishra
Browse all articles by Swoyang prajna Mishra
·1 year ago
ଭାରତକୁ ସାମଗ୍ରୀ ପଠାଇବାକୁ ପାକିସ୍ତାନର ନୂଆ ଯୋଜନା

ପାକିସ୍ତାନରୁ କୌଣସି ସାମଗ୍ରୀ ଆମଦାନୀ ଉପରେ ଭାରତ ସରକାର କଟକଣା ଲଗାଇଥିବାରୁ ନୂଆ ଫନ୍ଦି କରୁଛି ପାକିସ୍ତାନ । ତୃତୀୟ ଦେଶ ମାଧ୍ୟମରେ ଭାରତୀୟ ମାର୍କେଟକୁ ପଶିବାକୁ ଉଦ୍ୟମ କରୁଛି ପାକିସ୍ତାନ । ଏଥିପାଇଁ ୟୁଏଇ, ସିଙ୍ଗାପୁର, ଇଣ୍ଡୋନେସିଆ କିମ୍ବା ଶ୍ରୀଲଙ୍କା ମାଧ୍ୟମରେ ବିଭିନ୍ନ ସାମଗ୍ରୀ ଭାରତକୁ ପଠାଇବାକୁ ଚେଷ୍ଟା କରୁଛି ।


ଏନେଇ ବିଶ୍ବସ୍ତ ସୂତ୍ରରୁଖବର ମିଳିବା ପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବିଭାଗ ପକ୍ଷରୁ ପାକିସ୍ତାନ ପକ୍ଷରୁ ପ୍ରାୟ ୫ଶହ ମିଲିୟନ ଡଲାର ମୂଲ୍ୟର ଶୁଖିଲା ଫଳ, ସୋଡା, ରକ୍ ସଲ୍ଟ, ପୋଷାକ ଓ ଚମଡା ଜାତ ସାମଗ୍ରୀ ପଠାଇବାକୁ ପ୍ରସ୍ତୁତ ରଖାଯାଇଛି । ପାକିସ୍ତାନର ଅର୍ଥନୀତି ଏବେ ପୁରା ଭୁଶୁଡି ଯାଇଛି । ଆଉ ଭାରତର ପାକ୍ ସାମଗ୍ରୀ ଉପରେ କଟକଣା ଲଗାଇବା ପରେ ପାକିସ୍ତାନର ଆର୍ଥିକ ଅବସ୍ଥା ଦେବାଳିଆ ହୋଇଯିବା ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Pakistan's new plan to send goods to India | Argus News