Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Pakistan vs Balochistan / ବଲୁଚିସ୍ତାନ ଉପରେ ବଡ଼ ବିପଦ, ଆତଙ୍କବାଦୀ ସହ ଡିଲ କଲା ପାକିସ୍ତାନ !

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ବଲୁଚିସ୍ତାନ ଉପରେ ବଡ଼ ବିପଦ, ଆତଙ୍କବାଦୀ ସହ ଡିଲ କଲା ପାକିସ୍ତାନ !

Key Points

ଆଇଏସକେ ମ୍ୟାଗଜିନ ‘ୟଲଗାର’ରେ ଭାରତର କାଶ୍ମୀରରେ ହମଲା ଯୋଜନାର ଉଲ୍ଲେଖ ରହିଛି।

ନିକଟରେ ଆଇଏସକେର ସମନ୍ଵୟକ ମୀର ଶଫିକ ମେଙ୍ଗଲଙ୍କ ଏକ ଫଟୋ ସାମ୍ନାକୁ ଆସିଛି।

ବଲୁଚିସ୍ତାନ ବିରୋଧରେ ପାକିସ୍ତାନର ବଡ଼ ଚାଲ୍ । ବଲୁଚିସ୍ତାନରେ ଉଠିଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଏବଂ ବଲୁଚି ଆର୍ମିକୁ ଦମନ କରିବା ପାଇଁ ପାକିସ୍ତାନ ରଚିଲା ସାଂଘାତିକ ଷଡ୍‌ଯନ୍ତ୍ର । ପାକିସ୍ତାନର ସେନା ଓ ଆଇଏସଆଇ ଦୀର୍ଘ ସମୟ ଧରି ଆତଙ୍କୀ ଗୋଷ୍ଠୀକୁ ହତିଆର ଭାବେ ବ୍ୟବହାର କରି ଭାରତ ବିରୋଧୀ ଗତିବିଧି ଚଲାଉଥିବା ବେଳେ ଏବେ ବଲୁଚିସ୍ତାନ ଉପରେ ମଧ୍ୟ ହେବ ଜୋରଦାର ଆତଙ୍କବାଦୀ ଆକ୍ରମଣ।


ଗୋଟିଏ ପଟେ ବଲୁଚିସ୍ତାନ ବିରୋଧରେ ପାକିସ୍ତାନ ଷଡ୍‌ଯନ୍ତ୍ର ଆରମ୍ଭ କରିଥିବା ବେଳେ ମଙ୍ଗଳବାର ଏବଂ ବୁଧବାର ବିଳମ୍ବିତ ରାତିରେ ପାକିସ୍ତାନୀ ସେନା ଉପରେ ଏକ ବଡ଼ ଆକ୍ରମଣ ହୋଇଛି । ତେହେରିକ୍-ଏ-ତାଲିବାନ୍(ଟିଟିପି) ପାକିସ୍ତାନ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ଏଗାର ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି, ଯେତେବେଳେ କି ଅନେକ ଗୁରୁତର ହୋଇଛନ୍ତି । ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସେନା ଆଫଗାନ ସୀମାରେ ଟିଟିପି ବିରୋଧରେ ଏକ ଅପରେସନ୍ ଚଳାଇଥିଲା ଏବଂ ଏହି ସମୟରେ ଗୁଳି ବିନିମୟ ହୋଇଥିଲା।


ତେବେ ବଲୁଚିସ୍ତାନ ବିରୋଧରେ ଲସ୍କର ଏ ତୋଇବା ଓ ଇସଲାମିକ ଷ୍ଟେଟ ଖୋରାସାନ ପ୍ରାନ୍ତ(ଆଇଏସକେ) ମେଣ୍ଟ କରି ନୂଆ ଷଡ଼ଯନ୍ତ୍ର ରଚୁଛନ୍ତି। ଆଇଏସଆଇ ସାହାଯ୍ୟରେ ଏହି ଦୁଇ ଆତଙ୍କୀ ସଂଗଠନ ମିଶି ବଲୁଚ ବିଦ୍ରୋହୀ ଓ ଆଫଗାନ ତାଲିବାନର କିଛି ଗୋଷ୍ଠୀ ଉପରେ ଆକ୍ରମଣ କରିବା ଆରମ୍ଭ କରିଛନ୍ତି ।


ଭାଇରାଲ ହେଉଥିବା ଏକ ଫଟୋରେ ଆଇଏସକେର ବଲୁଚିସ୍ତାନ ସମନ୍ଵୟକ ମୀର ଶଫିକ ମେଙ୍ଗଲ ଲସ୍କରର ନଜୀମ-ଏ-ଆଲା(ମୁଖ୍ୟ କମାଣ୍ଡର) ରାଣା ମହମ୍ମଦ ଅଶଫାକଙ୍କୁ ପିସ୍ତଲ ଭେଟି ଦେଉଛନ୍ତି। ସେହି ଫଟୋ ଆଇଏସଆଇର ଅସଲ ମୁଖାକୁ ଦର୍ଶାଉଛି। ରାଣା ଅଶଫାକ ଲସ୍କରକୁ ପାକିସ୍ତାନରେ ପ୍ରସାରିତ କରିବାରେ ସାହାଯ୍ୟ କରୁଛି। ଟ୍ରେନିଂ ସେଣ୍ଟର ଖେଲା ଯାଉଛି ଏବଂ ନୂଆ ନୂଆ ଆତଙ୍କୀ ଗୋଷ୍ଠୀ ସହ ଯୋଗାଯୋଗ କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଇଏସକେ ମ୍ୟାଗଜିନ ‘ୟଲଗାର’ରେ ଭାରତର କାଶ୍ମୀରରେ ହମଲା ଯୋଜନାର ଉଲ୍ଲେଖ ରହିଛି। ନିକଟରେ ଆଇଏସକେର ସମନ୍ଵୟକ ମୀର ଶଫିକ ମେଙ୍ଗଲଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଏଥିରେ ସେ ଲସ୍କରର ବରିଷ୍ଠ କମାଣ୍ଡର ରାଣା ମହମ୍ମଦ ଅଶରଫଙ୍କୁ ପିସ୍ତଲ ଦେଉଛନ୍ତି। ଏହି ଫଟୋ ପାକିସ୍ତାନର ଆତଙ୍କ ପ୍ରାୟୋଜିତ ଗତିବିଧିର ଅସଲ ମୁଖାକୁ ଖୋଲି ଦେଇଛି।


୨୦୨୩ରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଆଇଏସଆଇ ଆଇଏସକେକୁ ନୂଆ ରୂପ ଦେଇଛି। ମସ୍ତୁଙ୍ଗ କ୍ୟାମ୍ପ ବଲୁଚଙ୍କ ଉପରେ , ଖୁଜଦାର ଆଫଗାନିସ୍ତାନ ଉପରେ ନଜର ରଖୁଛି। ମେଙ୍ଗଲର କିଲର ସ୍କ୍ଵାଡ୍ ଆଇଏସଆଇର ଆଦେଶ ଅନୁସାରେ ବଲୁଚ ବିଦ୍ରୋହୀଙ୍କୁ ଉପରେ ହମଲା କରୁଛି। ମେଙ୍ଗଲର ରାଜନୈତିକ ହାତ ବହୁତ ଲମ୍ବା ରହିଛି। ତାକୁ ୨୦୨୩ର ଏକ ଫଟୋରେ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କ ସହ ଦେଖିବାକୁ ମିଳିଥିଲା।


୨୦୨୫ ମାର୍ଚ୍ଚରେ ବଲୁଚ ବିଦ୍ରୋହୀ ମସ୍ତୁଙ୍ଗ କ୍ୟାମ୍ପ ଉପରେ ବଡ଼ ଧରଣର ହମଲା କରିଥିଲେ। ଏଥିରେ ୩୦ ଆତଙ୍କବାଦୀ ନିହତ ହୋଇଥିଲେ। ଜବାବରେ ଆଇଏସଆଇ ଲସ୍କରକୁ ଡକାଇଥିଲା। ୨୦୨୫ ଜୁନରେ ରାଣା ଅଶଫାକ ବଲୁଚିସ୍ତାନ ପହଞ୍ଚିଥିଲେ। ବଲୁଚ ବିଦ୍ରୋହୀଙ୍କ ବିରୋଧରେ ଜିହାଦ ପାଇଁ ଆତଙ୍କୀ ଗୋଷ୍ଠୀ ପଣ କରିଥିଲେ।

Related Topics

Explore more stories

Sponsored
Pakistan vs Balochistan | Pak's ISI Forms Deadly Lashkar-ISIS Alliance In Balochistan, Documents Show | Argus News