Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Palak Paneer / ଗନ୍ଧେଇଲା ପାଲକ୍ ପନୀର, ବିଦେଶରୁ ବିଦା ହେଲେ ଦୁଇ ଭାରତୀୟ

Banajyotshna Ray
Browse all articles by Banajyotshna Ray
·6 months ago·2 min read
ଗନ୍ଧେଇଲା ପାଲକ୍ ପନୀର, ବିଦେଶରୁ ବିଦା ହେଲେ ଦୁଇ ଭାରତୀୟ
Palak Paneer

Key Points

ପାଲକ୍ ପନୀରକୁ ନେଇ ବିଦେଶରେ ବିବାଦ
ଶେଷରେ ଆମେରିକା ୟୁନିଭର୍ସିଟିରୁ ବିଦା ହେଲେ ଭାରତର ୨ ଛାତ୍ର
ବିବାଦ ପାଇଁ ଶିକ୍ଷାନୁଷ୍ଠାନ ପ୍ରାୟ ଦେଢ କୋଟି ଟଙ୍କା ବି ଗଣିଲା
ପାଲକ ପନୀର ଖାଇ ବିଦେଶରେ ବିବାଦ। ଯେଉଁ ଖବର ବର୍ତ୍ତମାନ ଭାଇରାଲ ହେଉଛି। ତେବେ କଣ ଏହି ବିବାଦ ? ପାଳଙ୍ଗ ପନୀର ପାଇଁ କାହିଁକି ତଡ଼ା ଖାଇଲେ ଭାରତୀୟ ଛାତ୍ର ? ଏବେ ଏହି ଘଟଣା ପ୍ରତିଟି ଭାରତୀୟଙ୍କୁ ବିସ୍ମିତ କରିଛି । ପାଳଙ୍ଗ ଶାଗରେ ଅନେକ ଗୁରୁତ୍ବପୂର୍ଣ୍ଣ ପୋଷକ ତତ୍ତ୍ବ ଭରି ରହିଥାଏ । ଏଥିରେ Vitamin A, C, K1 ସହିତ ଆଇରନ ଓ କ୍ୟାଲସିୟମ ମଧ୍ୟ ରହିଥାଏ । ଏଣୁ ଭାରତୀୟ ଖାଦ୍ୟରେ ପାଳଙ୍ଗ ଶାଗର ବହୁଳ ବ୍ୟବହାର ହୁଏ । କିନ୍ତୁ ଏଠାରେ ଘଟଣା କିଛି ଅଲଗା । ପାଲକ୍ ପନୀର ଦୁଇ ଭାରତୀୟ ପିଏଚଡି ଛାତ୍ର ଓ ଛାତ୍ରୀଙ୍କୁ ଆମେରିକାରୁ ଘରର ରାସ୍ତା ଦେଖାଇଛି । ଏହି ବିବାଦୀୟ କାହାଣୀ ହେଉଛି ମଧ୍ୟପ୍ରଦେଶର ଆଦିତ୍ୟ ପ୍ରକାଶ ଓ ବାନ୍ଧବୀ ତଥା ପଶ୍ଚିମବଙ୍ଗର ଊର୍ମି ଭଟ୍ଟାଚାର୍ଯ୍ୟଙ୍କର ।

ଉଭୟ ଆମେରିକାର କୋଲୋରାଡୋ ବିଶ୍ବବିଦ୍ୟାଳୟରେ ପିଏଚଡି କରୁଥିଲେ । ସବୁଦିନ ପରି ଆଦିତ୍ୟ ନିଜ ଲଞ୍ଚବକ୍ସ ଧରି ଖାଇବାକୁ ଯାଇଥିଲେ । ଖାଇବା ପୂର୍ବରୁ ସେ ନିଜ ଡିପାର୍ଟମେଣ୍ଟର Microwaveରେ ପାଲକ୍ ପନୀରକୁ ଗରମ କରିଥିଲେ । ଠିକ ସେହି ସମୟରେ ଜଣେ କର୍ମଚାରୀ ତାଙ୍କ ନିକଟକୁ ଆସି ଖାଦ୍ୟରୁ ଦୁର୍ଗନ୍ଧ ବାହାରୁଛି ବୋଲି କହିବା ସହ ତୁରନ୍ତ ଏହାକୁ ନେଇ ବାହାରକୁ ଚାଲିଯିବାକୁ କହିଥିଲେ । ମାତ୍ର ଆଦିତ୍ୟ ଏହା କେବଳ ଖାଦ୍ୟ ବୋଲି କହିଥିଲେ । ଏତିକିରେ ଘଟଣା କୋର୍ଟରେ ପହଞ୍ଚିଥିଲା । ଅଭିଯୋଗ ଥିଲା ଆଦିତ୍ୟଙ୍କ ପାଇଁ କର୍ମଚାରୀ ଜଣକ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଆଉ ନିଷ୍ପତ୍ତି ଆସିଲା, ଆଦିତ୍ୟ ଓ ବାନ୍ଧବୀ ଉର୍ମି ୟୁନିଭର୍ସିଟିରୁ ବିଦା ହେବେ । ବିଶ୍ବବିଦ୍ୟାଳୟ ଉଭୟଙ୍କୁ କ୍ଷତିପୂରଣ ବାବଦକୁ ପ୍ରାୟ ଦେଢ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଦେଇଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ନକ୍‌ ନକରି ହୋଟେଲରେ ଏଣ୍ଟ୍ରି: ଗଣିବେ ୧୦ ଲକ୍ଷ, ପାଇବେ...

ଏହି ଘଟଣାଟି ୨୦୨୩ ସେପ୍ଟେମ୍ବରରେ ଘଟିଥିଲା । ଦୁଇ ବର୍ଷ ପରେ କୋର୍ଟ ରାୟ ଶୁଣାଇବା ପରେ ଚଳିତ ମାସରେ ଦୁଇ ଜଣ ଭାରତୀୟ ସ୍ବଦେଶ ଫେରିଛନ୍ତି । ଉଭୟ ପୂର୍ବରୁ କୋଲୋରାଡୋ ଜିଲ୍ଲା ଅଦାଲତଙ୍କ ଦ୍ବାରସ୍ଥ ବି ହୋଇଥିଲେ । ବିଶ୍ବବିଦ୍ୟାଳୟରେ ଦକ୍ଷିଣ ଏସିଆରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ସହିତ ଭେଦଭାବ କରାଯାଉଥିବା ଅଭିଯୋଗ କରିଥିଲେ । ମାତ୍ର କୌଣସି ସୁଫଳ ମିଳିନଥିଲା । ଦୁଃଖର କଥା ହେଉଛି ଆଦିତ୍ୟ ଓ ଉର୍ମି ବିଦେଶରେ ପଢିବା ଲାଗି ସେମାନଙ୍କ ପିତାମାତା ବହୁ ଖର୍ଚ୍ଚ କରିଥିଲେ । ହେଲେ ସାମାନ୍ୟ ଘଟଣାକୁ ନେଇ ତାଙ୍କୁ ପାଠପଢା ଅଧାରୁ ଛାଡ଼ିବା ଓ ଦେଶରୁ ଏପରି ତଡ଼ି ଦେବାକୁ ଉଭୟ କଡ଼ା ନିନ୍ଦା କରିଛନ୍ତି ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Palak Paneer | Palak Paneer "Smell" Leads To Indian Students Winning Rs 1.8 Crore In US | Argus News | Argus News