Videos
|
International

Panama Earthquake / ପାନାମାରେ ପୁଣି ଥରେ 6.0 ତୀବ୍ରତାର ଭୂମିକମ୍ପ…ଲୋକେ ଆତଙ୍କିତ…ଜରୁରୀକାଳୀନ ପରିସ୍ଥିତି ଘୋଷଣା

Ritu Das
Browse all articles by Ritu Das
·2 hours ago·2 min read
ପାନାମାରେ ପୁଣି ଥରେ 6.0 ତୀବ୍ରତାର ଭୂମିକମ୍ପ…ଲୋକେ ଆତଙ୍କିତ…ଜରୁରୀକାଳୀନ ପରିସ୍ଥିତି ଘୋଷଣା
India

Key Points

ଶୁକ୍ରବାରର ଭୟଙ୍କର ଭୂମିକମ୍ପ ପରେ, ସୋମବାର ପାନାମାରେ ପୁଣି ଥରେ ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଛି
ମଧ୍ୟ ଆମେରିକୀୟ ଦେଶ ପାନାମାରେ ପ୍ରକୃତି ଯେମିତି ତାର ଭୟଙ୍କର ରୂପ ଦେଖଉଛି। ଶୁକ୍ରବାରର ଭୟଙ୍କର ଭୂମିକମ୍ପ ପରେ, ସୋମବାର ପାନାମାରେ ପୁଣି ଥରେ ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଛି। ଏହି ନୂତନ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ଥିଲା। ନିରନ୍ତର ଭୂମିକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଛି।


ଭୂକମ୍ପ ବିଜ୍ଞାନ ତଥ୍ୟ ଅନୁଯାୟୀ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ପାନାମାର ରିଓ ଗ୍ରାଣ୍ଡେରୁ ପ୍ରାୟ ୧୮ କିଲୋମିଟର ପଶ୍ଚିମରେ ଅବସ୍ଥିତ ଥିଲା। ସନ୍ଧ୍ୟା ୬ଟା୨୦ ରେ ଆସିଥିବା ଏହି ୬.୦ ତୀବ୍ରତାର ଭୂମିକମ୍ପ ସ୍ଥାନୀୟ ବାସିନ୍ଦାଙ୍କ ଚିନ୍ତାକୁ ଆହୁରି ବୃଦ୍ଧି କରିଛି। ହଠାତ୍ ଏହି ଭୂମିକମ୍ପ ଯୋଗୁଁ କୋଠାଗୁଡ଼ିକ ଥରି ଉଠିଥିଲା, ଲୋକ ପୁରା ଭୟଭୀତ ହୋଇ ସେମାନଙ୍କ ଘର, କାର୍ଯ୍ୟାଳୟ ଏବଂ ଦୋକାନରୁ ଖୋଲା ରାସ୍ତାରେ ବାହାରକୁ ଦୌଡ଼ି ଆସିଥିଲେ। ଶୁକ୍ରବାର ଦିନ ଘଟିଥିବା ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପର ପ୍ରଭାବରୁ ପାନାମା ଏପର୍ଯ୍ୟନ୍ତ ସୁସ୍ଥ ହୋଇ ନଥିବା ବେଳେ ପୁଣି ଆଉ ଏକ ନୂତନ ଭୂମିକମ୍ପ ହୋଇଛି।

ପାନାମାରେ ଶୁକ୍ରବାର ୭.୭ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଯାହାର ପ୍ରଭାବ ଲୋକଙ୍କ ମନରୁ ଯାଇ ନଥିବାବେଳେ ପୁନର୍ବାର ଆଉ ଏକ ବଡ଼ ଝଟକା ଲାଗିଛି। ଗତ କିଛି ଦିନ ମଧ୍ୟରେ ଏହି ଅଞ୍ଚଳରେ ୩୦୦ ରୁ ଅଧିକ ଥର ଭୂକମ୍ପ ଅନୁଭୂତ ହୋଇଛି। ପରିସ୍ଥିତି ବିଗିଡ଼ି ଯାଉଥିବା ଏବଂ ଭିତ୍ତିଭୂମିର କ୍ଷତିକୁ ଦୃଷ୍ଟିରେ ରଖି, ସରକାର ସପ୍ତାହାନ୍ତରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ।

  • ୨୭ ଜଣ ଆହତ, ୯୦୦ ଘର କ୍ଷତିଗ୍ରସ୍ତ

ଜରୁରୀକାଳୀନ ସେବା ଅଧିକାରୀଙ୍କ ଅନୁଯାୟୀ, ବିପର୍ଯ୍ୟୟରେ କୌଣସି ମୃତାହତର ରିପୋର୍ଟ ହୋଇନାହିଁ, କିନ୍ତୁ ପ୍ରାୟ ୨୭ ଜଣ ଆହତ ହୋଇଛନ୍ତି। ଏହା ସହିତ, ପ୍ରାୟ ୯୦୦ ଘର କ୍ଷତିଗ୍ରସ୍ତ ହୋଇଛି। ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଦୂରଦୂରାନ୍ତ ଏବଂ ଗ୍ରାମାଞ୍ଚଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ତେଣୁ କ୍ଷୟକ୍ଷତି ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: