Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଖେଳ କରିଦେଲେ ଟ୍ରମ୍ପ: ୱାନ ବେଲ୍ଟ ୱାନ ରୋଡ୍ ପ୍ରକଳ୍ପରୁ ଓହରିଲା ପନାମା

International

ଖେଳ କରିଦେଲେ ଟ୍ରମ୍ପ: ୱାନ ବେଲ୍ଟ ୱାନ ରୋଡ୍ ପ୍ରକଳ୍ପରୁ ଓହରିଲା ପନାମା

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଖେଳ କରିଦେଲେ ଟ୍ରମ୍ପ: ୱାନ ବେଲ୍ଟ ୱାନ ରୋଡ୍ ପ୍ରକଳ୍ପରୁ ଓହରିଲା ପନାମା

Key Points

ଚୀନକୁ ବଡ଼ ଝଟ୍‌କା

ମୁଣ୍ଡ ନୂଆଁଇଲା ପନାମା

ଅର୍ଗସ ବ୍ୟୁରୋ: ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବା ପରେ ବୈଶ୍ଵିକ ସ୍ତରରେ ଅସ୍ଥିରତା ଲାଗି ରହିଛି । ପଡ଼ୋଶୀ କାନାଡ଼ା ଓ ମେକ୍ସିକୋ ଉପରେ ଟ୍ରମ୍ପ ଅଧିକ ଟାରିଫ୍ ଲଗାଇ ସମସ୍ତଙ୍କୁ ଦୋହଲାଇ ଦେଇଛନ୍ତି । ଚୀନ୍ ଉପରେ ବି ଟ୍ରମ୍ପ ଲଗାଇଛନ୍ତି ୧୦ ପ୍ରତିଶତ ଟାରିଫ୍ । ଏ ସବୁ ଭିତରେ ଟ୍ରମ୍ପଙ୍କ ଆଗରେ ମୁଣ୍ଡ ନୂଆଁଇଛି ପନାମା, ଚୀନକୁ ଦେଇଛି ବଡ଼ ଝଟ୍‌କା । 


ଟ୍ରମ୍ପଙ୍କ ଚାପ ଭିତରେ ପନାମା କେନାଲକୁ ନେଇ ପନାମା ରାଷ୍ଟ୍ରପତି ଜୋସ ରାଉଲ ମୁଲିନୋ କହିଛନ୍ତି, ତାଙ୍କ ଦେଶ ଚୀନର ମହତ୍ତ୍ଵାକାଂକ୍ଷୀ ପ୍ରକଳ୍ପ ବେଲ୍ଟ ଆଣ୍ଡ ରୋଡ୍ (BRI)କୁ ରିନ୍ୟୁ କରିବ ନାହିଁ । ୨୦୧୭ରେ ଚୀନର ବିଆରଆଇ ସହ ଯୋଡ଼ି ହୋଇଥିଲା ପନାମା । ଏବେ ପନାମା ରାଷ୍ଟ୍ରପତିଙ୍କ ଏହି ଘୋଷଣା ପରେ ଶୀଘ୍ର ପନାମା ଚୀନର ୱାନ ବେଲ୍ଟ ୱାନ ରୋଡ୍ ପ୍ରକଳ୍ପରୁ ନିଜକୁ ଅଲଗା କରିବ ।


ପନାମା ରାଷ୍ଟ୍ରପତି ମୁଲିନୋ କହିଛନ୍ତି, ଏବେ ପନାମା ଭତ୍ତିଭୂମି ଓ ଅନ୍ୟ ପ୍ରକଳ୍ପ ଉପରେ ଆମେରିକା ସହ ମିଶି କାମ କରିବ । ତାଙ୍କ ସରକାର ପନାମା ପୋର୍ଟସ କମ୍ପାନୀର ଅଡିଟ୍ କରିବ । ଏହି କମ୍ପାନୀ ପନାମା କେନାଲରେ ୨ଟି ବନ୍ଦରକୁ ପରିଚାଳନା କରୁଥିବା ଚୀନ କମ୍ପାନୀ ସହ ଜଡ଼ିତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ପୂର୍ବରୁ ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ଋବିୟୋ, ପନାମା ରାଷ୍ଟ୍ରପତି ମୁଲିନୋଙ୍କୁ କହିଥିଲେ, ପନାମା ଉପରେ ଚୀନର କବଜା ପାଇଁ ଆମେରିକାକୁ ତାର ଅଧିକାର ସୁରକ୍ଷା କରିବାକୁ ପଡ଼ିବ । ସେତେବେଳେ ମୁଲିନୋ କହିଥିଲେ, ମୋତେ ଲାଗୁନି ପନାମାକୁ ପୁଣି ଥରେ କବଜା କରିବାକୁ ଆମେରିକା ସୈନ୍ୟ ଶକ୍ତି ବ୍ୟବହାର କରିବ ।


ସେହିଭଳି ଟ୍ରମ୍ପ କହିଥିଲେ, ଆମେ ପନାମାକୁ ଫେରାଇ ରହିବୁ । ଏଥିପାଇଁ ଆମେରିକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଡୋନାଲ୍ଡ ଟ୍ରମ୍ପ ଆହୁରି କହିଥିଲେ, ପନାମା ଦ୍ଵାରା ହିଁ ଚୀନ ଚାଲୁଛି । କେନାଲକୁ ଚୀନକୁ ଦିଆଯାଇ ନାହିଁ । ଆମେ ବଡ଼ ପଦକ୍ଷେପ ନେବାକୁ ଯାଉଛି ।

Sponsored
Panama Withdrew From China Belt And Road Initiative | Argus News