Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Paris Museum Robbery / ପ୍ୟାରିସ ମ୍ୟୁଜିୟମ: ୭ ମିନିଟରେ ମୂଲ୍ୟବାନ ଗହଣା ଲୁଟ୍‌

Banajyotshna Ray
Browse all articles by Banajyotshna Ray
·8 months ago·2 min read
ପ୍ୟାରିସ ମ୍ୟୁଜିୟମ: ୭ ମିନିଟରେ ମୂଲ୍ୟବାନ ଗହଣା ଲୁଟ୍‌

Key Points

ପ୍ୟାରିସ ମ୍ୟୁଜିୟମରେ ଫିଲ୍ମ ଷ୍ଟାଇଲରେ ଚୋରି
୭ ମିନିଟରେ ମୂଲ୍ୟବାନ ଗହଣା ଲୁଟ୍‌
ପ୍ୟାରିସ ମ୍ୟୁଜିୟମରୁ ଚୋରି। ଏଖବର ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ପ୍ୟାରିସର ବିଶ୍ୱବିଖ୍ୟାତ ଲୁଭ୍ର ମ୍ୟୁଜିୟମ୍, ଯେଉଁଠାରେ ମୋନାଲିସା ଭଳି ଐତିହାସିକ ସମ୍ପଦ ରହିଛି, ରବିବାର ଏକ ଚୋରି ଘଟଣା ପରେ ବନ୍ଦ ରହିଛି। ଫ୍ରାନ୍ସର ସଂସ୍କୃତି ମନ୍ତ୍ରୀ ରଚିଡା ଦାତି ସକାଳେ ଏହି ଚୋରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆଜି ସକାଳେ ଲୁଭ୍ର ମ୍ୟୁଜିୟମ୍ ଖୋଲିବା ସମୟରେ ଏକ ଚୋରୀ ଘଟିଛି। କେହି ଆହତ ହୋଇନାହାନ୍ତି। ମୁଁ ମ୍ୟୁଜିୟମ୍ କର୍ମଚାରୀ ଓ ପୋଲିସଙ୍କ ସହ ଘଟଣାସ୍ଥଳରେ ଅଛି।”

ମ୍ୟୁଜିୟମ୍ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଘଟଣା ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାନ୍ତି, କିନ୍ତୁ “ଅସାଧାରଣ କାରଣ” ଦର୍ଶାଇ ମ୍ୟୁଜିୟମ୍ ଆଜି ବନ୍ଦ ରହିଛି। ଚୋରୀ ହୋଇଥିବା ଅଳଙ୍କାରର ମୂଲ୍ୟ ଏପର୍ଯ୍ୟନ୍ତ ମୂଲ୍ୟାଙ୍କନ କରାଯାଉଛି। ମ୍ୟୁଜିୟମ୍ ବାହାରେ ବ୍ୟାରିକେଡ୍ ଲଗାଯାଇଛି ଓ ଆଖପାଖରେ ଟ୍ରାଫିକ ନିୟନ୍ତ୍ରଣ କରାଯାଉଛି।ପୋଲିସ ସୂତ୍ର ଅନୁଯାୟୀ, ଚୋରମାନେ ସ୍କୁଟରରେ ଆସି ଛୋଟ ଚେନ୍‌ସରେ ବ୍ୟବହାର କରି ମ୍ୟୁଜିୟମ୍‌ର ଏକ ମାଲବାହୀ ଲିଫ୍ଟ ଦେଇ ଅପୋଲୋ ଗ୍ୟାଲେରୀରେ ପହଞ୍ଚିଥିଲେ।

ସେମାନେ ସେନ୍ ନଦୀ ଆଡ଼କୁ ନିର୍ମାଣାଧୀନ ମୁଖ୍ୟ ପ୍ରବେଶପଥ ଦେଇ ପଶି ତାଲା ଭାଙ୍ଗି ନାପୋଲିଅନ ଓ ମହାରାଣୀଙ୍କ ଅଳଙ୍କାର ସଂଗ୍ରହରୁ ନଅଟି ମୂଲ୍ୟବାନ ଅଳଙ୍କାର ଚୋରି କରିଥିଲେ। ଏହି ଚୋରୀ ମାତ୍ର ସାତ ମିନିଟ୍‌ରେ ସମ୍ପନ୍ନ ହୋଇଥିଲା ବୋଲି ଫ୍ରାନ୍ସର ଗୃହମନ୍ତ୍ରୀ ଲରେଂଟ ନୁନେଜ କହିଛନ୍ତି। ବିଶ୍ୱର ସବୁଠାରୁ ଅଧିକ ପରିଦର୍ଶନ କରୁଥିବା ଲୁଭ୍ର ମ୍ୟୁଜିୟମରେ ରବିବାର ସକାଳେ ଏକ ବଡ଼ ଚୋରି ହୋଇଛି। ଚୋରମାନେ ମାତ୍ର ୭ ମିନିଟରେ ମୂଲ୍ୟବାନ ଗହଣା ଚୋରି କରି ଫେରାର ହୋଇଛନ୍ତି।

ଫ୍ରାନ୍ସର ଗଣମାଧ୍ୟମ ଅନୁଯାୟୀ, ୩ କିମ୍ବା ୪ ଜଣ ଚୋର ଏକ ସ୍କୁଟର ଓ ହାଇଡ୍ରୋଲିକ ଲିଫ୍ଟ (ଉଚ୍ଚ ସ୍ଥାନରେ ପହଞ୍ଚିବା ପାଇଁ ଏକ ଯନ୍ତ୍ର) ବ୍ୟବହାର କରି ମ୍ୟୁଜିୟମର ସେନ ନଦୀ ଆଡ଼କୁ ଥିବା ଦିୱାଲରେ ପହଞ୍ଚିଥିଲେ। ସେମାନେ ଡିସ୍କ କଟର ସାହାଯ୍ୟରେ ଝରକା କାଟି ଗାଲେରୀ ଡି’ଆପୋଲୋ (ଆପୋଲୋ ଗାଲେରୀ)ରୁ ୯ଟି ଅମୂଲ୍ୟ ଗହଣା ଚୋରି କରିଥିଲେ।

ଫ୍ରାନ୍ସର ଗୃହମନ୍ତ୍ରୀ ଲରେଣ୍ଟ ନୁନେଜ କହିଛନ୍ତି, ଚୋରମାନେ ଆଗରୁ ମ୍ୟୁଜିୟମର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଏହି ଘଟଣା ମାତ୍ର ୭ ମିନିଟରେ ସମ୍ପନ୍ନ ହୋଇଛି। ମ୍ୟୁଜିୟମ ବାହାରେ ମିଳିଥିବା ଏକ ଭଙ୍ଗା ଗହଣା ମହାରାଣୀ ଇଉଜେନୀଙ୍କ ମୁକୁଟ ବୋଲି ଅନୁମାନ କରାଯାଉଛି।ଚୋରି ପରେ ଲୁଭ୍ର ମ୍ୟୁଜିୟମ ବନ୍ଦ ରହିଛି। ପ୍ୟାରିସ କେନ୍ଦ୍ରୀୟ ମେୟର ଆରିଏଲ ୱେଲ ଏହାକୁ ଆଶ୍ଚର୍ଯ୍ୟଜନକ ଘଟଣା ବୋଲି କହିଛନ୍ତି।

ଅଧିକ ପଢ଼ନ୍ତୁ ବିଦେଶ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Paris Museum Robbery | Paris Museum Heist: Priceless Jewels Stolen in Just 7 Minutes | Argus News | Argus News