|
logo
Live

Argus News - ଷ୍ଟାଡିୟମ୍‌ ନୁହେଁ ନଈ ଭିତରେ ଅଲିମ୍ପିକ୍ସ ଉଦଘାଟନ

International

ଷ୍ଟାଡିୟମ୍‌ ନୁହେଁ ନଈ ଭିତରେ ଅଲିମ୍ପିକ୍ସ ଉଦଘାଟନ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଷ୍ଟାଡିୟମ୍‌ ନୁହେଁ ନଈ ଭିତରେ ଅଲିମ୍ପିକ୍ସ ଉଦଘାଟନ

Key Points

  • ଷ୍ଟାଡିୟମ୍‌ ନୁହେଁ ନଈ ଭିତରେ ଅଲିମ୍ପିକ୍ସ ଉଦଘାଟନ
  • ସିନ୍‌ ନଦୀରେ ସିନ ଦେଖିବ ପୁରା ବିଶ୍ଵ
  • ଡଙ୍ଗାରେ ବସିବେ ୨୦୦ କ୍ରୀଡାବିତ

ଅର୍ଗସ ବ୍ୟୁରୋ : ଜଲୱା ଦେଖାଇବ ପ୍ୟାରିସ । କାରଣ ଏଥର ଅଲିମ୍ପିକ୍ସ କୌଣସି ଷ୍ଟାଡିୟମ ନୁହେଁ ବରଂ ନଈ ଭିତରେ ହିଁ ଉଦଘାଟନ ହେବ । ସିନ୍‌ ନଦୀରେ ଏହି ସମାରୋହର ଆୟୋଜନ କରାଯାଇଛି । ଯେଉଁଥିରେ ପାଖାପାଖି ୨୦୦ରୁ ଉର୍ଦ୍ଧ୍ଵ କ୍ରୀଡାବିତ୍‌ଙ୍କୁ ନେଇ ଏକାଧିକ ଡଙ୍ଗା ଚାଲିବ । ପ୍ୟାରିସ ସହର ଭିତରେ ଦେଇ ଯାଇଥିବା ଏହି ନଦୀର ଉଭୟ ପାର୍ଶ୍ଵରେ ବିଭିନ୍ନ ଦେଶର କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରିବାକୁ ଦର୍ଶକଙ୍କ ପାଇଁ ପୁରା ୱା କ୍ଲାସ ବ୍ୟବସ୍ଥା କରାଯାଇଛି ।
ଅଲମ୍ପିକ୍ସ ଗେମକୁ ନେଇ ଥମୁନି ଚର୍ଚ୍ଚା । କାରଣ ଏଥର ନୂଆ ଢଙ୍ଗରେ, ନୂଆ ଶୈଳୀରେ ଆରମ୍ଭ ହେବାକୁ ଯାଉଛି ଗେମ୍‌ । ଆୟୋଜକଙ୍କ ସୂଚନା ଅନୁସାରେ, କ୍ରୀଡ଼ାବିତ୍‌ଙ୍କୁ ନେଇ ଡଙ୍ଗାଗୁଡ଼ିକ ପଣ୍ଟ୍‌ ଡି’ ଅଷ୍ଟରଲିଜ୍‌ ବ୍ରିଜ୍‌ ନିକଟରୁ ବାହାରିବ । ଡଙ୍ଗା ଯାତ୍ରାର ଭବ୍ୟ ସିନ୍‌ ପାଖାପାଖି ୬ କିଲୋମିଟର ପର୍ଯ୍ୟନ୍ତ ଚାଲିବ । ଯାହା ମଧ୍ୟରେ ୧୮ ବ୍ରିଜ୍‌ ଓ ଅନେକ ଗୁରୁତ୍ଵପୂର୍ଣ୍ଣ ସ୍ଥାନକୁ ଅତିକ୍ରମ କରିବାକୁ ହେବ । ପ୍ୟାରିସର ସୂର୍ଯ୍ୟାସ୍ତ ହେବା ପୂର୍ବରୁ ଏହି ଯାତ୍ରା ପଣ୍ଟ ଡି’ ଲିନାଠାରେ ପହଞ୍ଚିବ । ଯାହାକି ଆଇଫେଲ୍‌ ଟାୱାରର ପୁରା ପାଖରେ ।

ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏହି ସମାରୋହରେ ୮୦ରୁ ୧୦୦ ଡଙ୍ଗା ପ୍ରସ୍ତୁତ ଅଛି । ଡଙ୍ଗାଗୁଡ଼ିକରେ ୨୦୬ଟି ଜାତୀୟ ଅଲିମ୍ପିକ୍ସ କମିଟିର କ୍ରୀଡ଼ାବିତ୍‌ମାନେ ଉପସ୍ଥିତ ରହିବେ । ଦର୍ଶକମାନେ ନଦୀର ଉଭୟ ପାର୍ଶ୍ଵରେ ବସିବା ପାଇଁ ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି । ଡଙ୍ଗା ପରେଡ୍‌ ଦେଖିବା ପାଇଁ ୩ ଲକ୍ଷ ୨୬ ହଜାର ଟିକେଟ୍‌ ସାଧାରଣ ଦର୍ଶକଙ୍କ ପାଇଁ ଉପଲବ୍ଧ ରହିଛି । ଯାହାମଧ୍ୟରୁ ୨ ଲକ୍ଷ ୨୨ ହଜାର ଟିକେଟ୍‌ ମାଗଣାରେ ବଣ୍ଟାଯିବାକୁ ଆୟୋଜକ ନିଷ୍ପତ୍ତି ନେଇଛନ୍ତି । ଖାଲି ଏତିକି ନୁହେଁ ବରଂ ପୁରା ସୋ'କୁ କେମିତି ସାଧାରଣ ଲୋକ ଭଲରେ ଦେଖିପାରିବେ ସେନେଇ ପୁରା ସହରରେ ଟିଭିର ବ୍ୟବସ୍ଥା ବି କରାଯାଇଛି ।

ପ୍ୟାରିସରେ ଆୟୋଜିତ ହେବାକୁଥିବା ଅଲମ୍ପିକ୍ସର ଉଦ୍‌ଘାଟନୀ ଭାଷଣ ପାଇଁ ଆଇଫେଲ୍‌ ଟାୱାରର ପାଖରେ ଥିବା ଟ୍ରକାଡେରୋ ସମ୍ମୁଖରେ ଏକ ଅସ୍ଥାୟୀ ଷ୍ଟାଡିୟମ୍‌ର ବି ନିର୍ମାଣ କରାଯାଇଛି । ଯେଉଁଥିରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁ‌ଏଲ୍‌ ମାକ୍ରନ୍‌ଙ୍କ ପ୍ରାରମ୍ଭିକ ଭାଷଣ ସହ ଅଲିମ୍ପିକ୍ସ ପ୍ରୋଟୋକଲ୍‌ ଅନୁସାରେ ଉଦ୍‌ଯାପନୀ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ । ଉଦ୍‌ଘାଟନୀ ଓ ଉଦ୍‌ଯାପନୀ କାର୍ଯ୍ୟକ୍ରମ ପାଇଁ ପାଖାପାଖି ୩ ହଜାର କଳାକାର ଭାଗ ନେଉଛନ୍ତି । ଖେଳାଳିଙ୍କୁ ଡଙ୍ଗାରେ ଆଣି ଆସୁଥିବା ବେଳେ ରାସ୍ତାରେ ପଡ଼ୁଥିବା ପ୍ରତ୍ୟେକ ବ୍ରିଜ୍‌ ଉପରେ ନୃତ୍ୟଶିଳ୍ପୀମାନେ ସେମାନଙ୍କ କଳା ପ୍ରଦର୍ଶନ କରିବେ । ଏହାସହ ବିଭିନ୍ନ ଦେଶରୁ ଆସୁଥିବା ଅତିଥିଙ୍କ ସୁରକ୍ଷା ବ୍ୟବସ୍ଥାକୁ ବି ଗୁରୁତ୍ଵ ଦିଆଯାଇଛି । ତେବେ ଏବେ ଅପେକ୍ଷା ସେହି ଶୁଭ ମୁହୂର୍ତ୍ତକୁ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
ଷ୍ଟାଡିୟମ୍‌ ନୁହେଁ ନଈ ଭିତରେ ଅଲିମ୍ପିକ୍ସ ଉଦଘାଟନ | Argus News