Videos
|
International

Gaza / ଗାଜାରେ ଫେରୁଛି ଶାନ୍ତି, ଯୁଦ୍ଧବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନେଟ୍‌ର ମଞ୍ଜୁରୀ

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଗାଜାରେ ଫେରୁଛି ଶାନ୍ତି, ଯୁଦ୍ଧବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନେଟ୍‌ର ମଞ୍ଜୁରୀ

Key Points

ଗାଜାରେ ଫେରୁଛି ଶାନ୍ତି
ଟ୍ରମ୍ପଙ୍କ ପିସ୍ ପ୍ଲାନ୍ ସଫଳ
ଯୁଦ୍ଧବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନେଟ୍‌ର ମଞ୍ଜୁରୀ
ଦୁଇ ପକ୍ଷରୁ ପଣବନ୍ଦୀ ମୁକ୍ତିକୁ ନେଇ ରାଜିନାମା

୨ ବର୍ଷ ପରେ ଗାଜାରେ ଶୁଭିଛି ଶାନ୍ତିର ସ୍ୱର। ଉଭଯ ହମାସ ଇସ୍ରାଏଲ୍ ପକ୍ଷରୁ ଟ୍ରମ୍ଫ ଙ୍କ ୨୦ ସୁତ୍ରୀ ସର୍ତ କୁ ମାନିଛନ୍ତି। ଗାଜାରୁ ଇସ୍ରାଏଲ୍ ବନ୍ଦୀ ମାନଙ୍କୁ ମୁକ୍ତୁ କରିବାକୁ ରାଜି ହେବା ପରେ ୭୨ ଘଣ୍ଟା ମଧ୍ୟରେ ପାଲେଷ୍ଟାଇନ୍‌ ବନ୍ଦୀଙ୍କୁ ଛାଡ଼ିବାକୁ ମଞ୍ଜୁରୀ ଦେଇଛନ୍ତି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ। ଇସ୍ରାଏଲ କ୍ୟାବିନେଟ ଗାଜାରେ ଯୁଦ୍ଧବିରତି ଏବଂ ହମାସ ଦ୍ୱାରା ବନ୍ଦୀ ଥିବା ଅବଶିଷ୍ଟ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚୁକ୍ତିକୁ ଅନୁମୋଦନ କରିଛି। ଏହି ନିଷ୍ପତ୍ତି ସହିତ ମଧଯପ୍ରାଚ୍ୟରେ ଜାରୀ ରହିଥିବା ଦୁଇ ବର୍ଷର ବିନାଶକାରୀ ଯୁଦ୍ଧର ଅନ୍ତ ଘଟିବା ନେଇ ନିଶ୍ଚିତ ହୋଇଛି।


ଗାଜାରେ ଶାନ୍ତି ଚୁକ୍ତିର ପ୍ରଥମ ପର୍ଯଯାଯ ର ସଫଳତା ସହିତ ଗାଜାର ଲୋକମାନଙ୍କ ଦୁଖ ଦୁର୍ଦଶା କମ୍ ହେବ ବୋଲି ଜାତିସଂଘ ପକ୍ଷରୁ ସୂଚନା ଦିଆଜାଇଛି। ଜାରିସଂଘ ଗାଜାକୁ ସମସ୍ତ ପ୍ରକାର ମାନବୀଯ ସାହାଜଯ ପଠାଇବାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ବିଶେଷ ଭାବରେ ଗାଜାରେ ଜୁଦ୍ଧ ସମଯରେ ଧ୍ୱସ୍ତ ନିଧ୍ୱସ୍ତ ହୋଇଥିନା ହସପିଟାସଲ୍ ଗୁଡିକୁ ପୁନର୍ବାର ଠିକ୍ କରିବା ଏବଂ ତୁରନ୍ତ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଜାରିସଂଘ ପକ୍ଷରୁ ଉଦଯମ ଆରମ୍ଭ ହୋଇଛି।ତେବେ ପ୍ରଥମ ପର୍ଯ୍ୟାୟର ସଫଳତା ସହିତ ହମାସ ଦାବି କରିଛି ଯେ ଯୁଦ୍ଧ ଶେଷ ହୋଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ପଢ଼ନ୍ତ: ଟ୍ରମ୍ପଙ୍କ ବଡ଼ ଘୋଷଣା, ଇସ୍ରାଏଲ-ଗାଜା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଶାନ୍ତି ଚୁକ୍ତି ସ୍ବାକ୍ଷରିତ


ସେମାନେ ଏବେ ସ୍ୱାଧୀନତା ଏବଂ ଏକ ସ୍ୱାଧୀନ ପାଲେଷ୍ଟାଇନ ପାଇଁ କାମ କରିବେ। କିନ୍ତୁ ଗାଜା ପିସଦ୍ ଡିଲ୍ ର ଏହା କେବଳ ମାତ୍ର ପ୍ରଥମ ପାହାଚ ହୋଇଥିବାରୁ ନେତାନଯଯାହୁ ପୂର୍ବରୁ ଟ୍ରମ୍ଫ ଙ୍କ ସହ କରିଥିବା ସର୍ଥକୁ ନେଇ ଏବେ ବି ଜୁଦ୍ଦ ପୁରାପୁରି ବନ୍ଦ ହୋଇଛି କି ନାହିଁ ତା ନେଇ ସନ୍ଦେହ ଦେଖାଦେଇଛି। ଗାଜାରେ ଦୀର୍ଘ ଦୁଇ ବର୍ଷର ଯୁଦ୍ଧକୁ ଶେଷ କରିବାର ପ୍ରଥମ ପଦକ୍ଷେପ ଭାବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୦-ଦଫା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଇସରାଏଲ ଓ ହମାସ୍ ଚୁକ୍ତି ସ୍ୱୀକୃତି ଦେବା ପରେ, ଗାଜାରେ ଉତ୍ସବର ମାହୋଲ ଦେଖାଦେଇଛି । ସେହିପରି ଇସ୍ରାଏଲ ର ତେଲ ଅଭିବ ରେ ଯୁଦ୍ଧ ବନ୍ଦ କୁ ନେଇ ଖୁସିର ମାହୋଲ ଦେଖାଦେଇଛି । 2023 ଅକ୍ଟୋବର 7 ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୧୨୦୦ରୁ ଅଧିକ ଇସରାଏଲୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ପରେ ଇସରାଏଲ ହାମସ ଯୁଦ୍ଧରେ ଗାଜାରେ ୬୭,୦୦୦ରୁ ଅଧିକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ହୋଇଛି।


ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics

Explore more stories