Fuel Emergency / ଇନ୍ଧନ ଯୋଗାଣକୁ ନେଇ ଜରୁରୀକାଳୀନ ଘୋଷଣା, ଏଇ ଦେଶ କଲା ଘୋଷଣା
·57 mins ago·2 min read

Key Points
ଏଲ୍ ନିନୋ ଭୟ !
ଇନ୍ଧନ ଯୋଗାଣକୁ ନେଇ ଜରୁରୀକାଳୀନ ଘୋଷଣା
୮ ମାସ ଜରୁରୀକାଳୀନ ଘୋଷଣା କଲା ପେରୁ
ଇନ୍ଧନ ଯୋଗାଣକୁ ନେଇ ଜରୁରୀକାଳୀନ ଘୋଷଣା
୮ ମାସ ଜରୁରୀକାଳୀନ ଘୋଷଣା କଲା ପେରୁ
ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲକୁ ନେଇ ଆସିଲା ବଡ଼ ଖବର। ସରକାର ଘୋଷଣା କଲେ ଜରୁରୀକାଳୀନ ଘୋଷଣା। ଦକ୍ଷିଣ ଆମେରିକୀୟ ଦେଶ ପେରୁ ଘୋଷଣା କଲା ଜରୁରୀକାଳୀନ ପରିସ୍ଥିତି।
ଏଲ୍ ନିନୋର ପ୍ରଭାବକୁ ନେଇ ଚିନ୍ତାରେ ଦକ୍ଷିଣ ଆମେରିକୀୟ ଦେଶ ପେରୁ। ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ଆଶଙ୍କା ମଧ୍ୟରେ ଦେଶର ଇନ୍ଧନ ଯୋଗାଣ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ନିୟମ ଆସନ୍ତା ୮ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ।
ପେରୁର ଶକ୍ତି ଓ ଖଣି ମନ୍ତ୍ରଣାଳୟ ଅନୁଯାୟୀ, ଏଲ୍ ନିନୋ ଯୋଗୁଁ ଆଗକୁ ପାଣିପାଗରେ ବଡ଼ ପରିବର୍ତ୍ତନ ହୋଇପାରେ। ବିଶେଷକରି ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଇନ୍ଧନ ଉତ୍ପାଦନ, ପରିବହନ ଏବଂ ବିତରଣ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏପରି ସ୍ଥିତିରେ ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ଇନ୍ଧନର ଯୋଗାଣରେ ଯେପରି ବାଧା ନଉପୁଜେ, ସେଥିପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଜରୁରୀକାଳୀନ ବ୍ୟବସ୍ଥା ଅଧୀନରେ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସର ପ୍ରକ୍ରିୟାକରଣ, ବିଶୋଧନ, ସଂରକ୍ଷଣ ଏବଂ ପରିବହନ ଉପରେ ନଜର ରଖାଯିବ। ପେରୁର ଶକ୍ତି ଓ ଖଣି ନିବେଶ ନିରୀକ୍ଷଣ କର୍ତ୍ତୃପକ୍ଷ ସମଗ୍ର ବ୍ୟବସ୍ଥାର ତଦାରଖ କରିବେ। ଆବଶ୍ୟକ ସ୍ଥଳେ ତୁରନ୍ତ ପଦକ୍ଷେପ ନିଆଯିବ।
ପଢନ୍ତୁ ଏହି ଖବର: ୩ ବର୍ଷ ମଧ୍ୟରେ ବିଶ୍ୱକୁ କବ୍ଜା କରିବ AI! ମାନବଜାତି ପାଇଁ ଆସୁଛି ବଡ଼ ବିପଦ
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପେରୁର ମୋଟ ଶକ୍ତି ଆବଶ୍ୟକତାର ପ୍ରାୟ ୬୭ ପ୍ରତିଶତ ହାଇଡ୍ରୋକାର୍ବନ ଉପରେ ନିର୍ଭରଶୀଳ। ଏଥିରେ ପ୍ରାକୃତିକ ଗ୍ୟାସ, ଅଶୋଧିତ ତୈଳ, ତରଳ ଇନ୍ଧନ ଓ ଏଲପିଜି ସାମିଲ ରହିଛି। ତେଣୁ ଏହି ଯୋଗାଣ ବ୍ୟବସ୍ଥାରେ ବାଧା ଉପୁଜିଲେ ଦେଶର ଶକ୍ତି କ୍ଷେତ୍ର ସହ ଅନ୍ୟାନ୍ୟ ଜରୁରୀ ସେବା ମଧ୍ୟ ପ୍ରଭାବିତ ହୋଇପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉଲ୍ଲେଖଯୋଗ୍ୟ, ଏଲ୍ ନିନୋ ଆଶଙ୍କାକୁ ଦୃଷ୍ଟିରେ ରଖି ନଭେମ୍ବର ୩ ତାରିଖରେ ପେରୁର ୧,୩୮୦ଟି ଜିଲ୍ଲାରେ ୬୦ ଦିନିଆ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଥିଲା। ଏବେ ଇନ୍ଧନ ଯୋଗାଣକୁ ନେଇ ନୂଆ ପଦକ୍ଷେପ ଦେଶରେ ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବକୁ ନେଇ ସରକାରଙ୍କ ଚିନ୍ତାକୁ ସ୍ପଷ୍ଟ କରୁଛି।
Related Topics
Explore more stories