Petrol Price / ଏହି ଦେଶରେ ମିଳୁଛି ୩ ଟଙ୍କାରେ ପେଟ୍ରୋଲ, ଜାଣନ୍ତୁ ଏହା କେଉଁ ଦେଶ
·4 hours ago·2 min read

Key Points
ଏଠାରେ ସବୁଠାରୁ ଶସ୍ତାରେ ମିଳୁଛି ପେଟ୍ରୋଲ
ମାତ୍ର ଦୁଇ ଟଙ୍କାରେ ମିଳୁଛି ପେଟ୍ରୋଲ
ଭେନେଜୁଏଲାରେ ପେଟ୍ରୋଲ ଲିଟର ପିଛା ମାତ୍ର ୨ ଟଙ୍କା

ଭୁବନେଶ୍ବର,୨୫/୦୯: ଏହି ଖବରଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ। ଭାରତରେ ପେଟ୍ରୋଲର ହାରାହାରି ମୂଲ୍ୟ ପ୍ରତି ଲିଟର ୧୦୮ ଟଙ୍କା ଥିବାବେଳେ ଏହି ଦେଶରେ ପେଟ୍ରୋଲ ମିଳୁଛି ମାତ୍ର ୨ରୁ ୩ ଟଙ୍କା ମଧ୍ୟରେ। ଭାରତର ଆଣ୍ଡାମାନର ପୋର୍ଟ ବ୍ଲେୟାରରେ ସର୍ବନିମ୍ନ ୮୮.୬୬ ପଇସାରେ ମିଳୁଥିବା ବେଳେ ଏବଂ ଆନ୍ଧ୍ର ପ୍ରଦେଶର ଚିତ୍ତୁରରେ ସର୍ବାଧିକ ୧୧୮.୩୪ ପଇସା ରହିଛି। ରହିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ସାରା ବିଶ୍ୱରେ ଅଶୋଧିତ ତୈଳର ଅନ୍ତର୍ଜାତୀୟ ବଜାର ମୂଲ୍ୟ ସମସ୍ତଙ୍କ ପାଇଁ ସମାନ ଥିଲେ ମଧ୍ୟ ବିଭିନ୍ନ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ଆକାଶ-ପାତାଳ ପାର୍ଥକ୍ୟ ଦେଖିବାକୁ ମିଳେ। ଏହାର ପ୍ରକୃତ କାରଣ କ'ଣ? ଆସନ୍ତୁ ଜାଣିବା।
୧. ପେଟ୍ରୋଲ କେଉଁଠାରେ ସବୁଠାରୁ ଶସ୍ତା?
ଭେନେଜୁଏଲା, ଇରାନ ଏବଂ ଲିବିଆ ଭଳି ଦେଶରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ମାତ୍ର ୨ ଟଙ୍କାରୁ ରୁ ୩ ଟଙ୍କା ରହିଛି। ଏଠାରେ ପେଟ୍ରୋଲ ପାଣି ବୋତଲଠାରୁ ମଧ୍ୟ ଶସ୍ତା ହେବାର ମୁଖ୍ୟ କାରଣ ହେଉଛି ସରକାରୀ ସବସିଡି। ନାଗରିକମାନଙ୍କୁ ଅତି ସୁଲଭ ମୂଲ୍ୟରେ ଇନ୍ଧନ ଯାଇଦେବା ପାଇଁ ସରକାର ଏଠାରେ ବ୍ୟାପକ ରିହାତି ପ୍ରଦାନ କରନ୍ତି, ଯାହାଫଳରେ ଏହା ଭାରତ ତୁଳନାରେ ପ୍ରାୟ ୩୨ ରୁ ୪୮ ଗୁଣ ଶସ୍ତା ହୋଇଥାଏ।
୨. ପେଟ୍ରୋଲ କେଉଁଠାରେ ସବୁଠାରୁ ମହଙ୍ଗା?
ଅନ୍ୟପକ୍ଷରେ, ହଂକଂ, ମୋନାକୋ, ଆଇସଲ୍ୟାଣ୍ଡ ଏବଂ ନରୱେ ଭଳି ଦେଶରେ ପେଟ୍ରୋଲ ଦର ସବୁଠାରୁ ଅଧିକ। ହଂକଂରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି ୪୨୦ ରୁ ୪୨୫ ପର୍ଯ୍ୟନ୍ତ ରହିଛି, ଯାହା ବିଶ୍ୱରେ ସର୍ବାଧିକ।
ଏଠାରେ ସରକାର କେବଳ ଟିକସ ଆଦାୟ କରିବା ପାଇଁ ନୁହେଁ, ବରଂ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ରାସ୍ତାରେ ଯାତାୟାତ ଭିଡ଼ କମାଇବା ପାଇଁ ଇନ୍ଧନ ଉପରେ ଭାରୀ ମାତ୍ରାରେ ଟିକସ ଲଗାଇଥାଆନ୍ତି। ଅଧିକ ଦର ଯୋଗୁଁ ଲୋକେ ନିଜସ୍ୱ ଗାଡ଼ି ବଦଳରେ ସାଧାରଣ ପରିବହନ ବ୍ୟବହାର କରିବାକୁ ବାଧ୍ୟ ହୁଅନ୍ତି।
ଏଥି ସହ ପଢନ୍ତୁ: ପାର୍ବଣ ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା: ଏତିକି ଟଙ୍କା ଶସ୍ତା ହେବ ଖାଇବା ତେଲ
୩. ଆମେରିକାରେ ପେଟ୍ରୋଲର ସ୍ଥିତି କଣ?
ଆମେରିକାରେ ପେଟ୍ରୋଲକୁ ‘ଗ୍ୟାଲନ’ରେ ମପାଯାଏ । ୧ ଗ୍ୟାଲନ ପ୍ରାୟ ୩,୭୮୫ ଲିଟର। ସେଠାରେ ହାରାହାରି ପେଟ୍ରୋଲ ମୂଲ୍ୟ ପ୍ରତି ଗ୍ୟାଲନ ପ୍ରାୟ ୪.୪୫ ଡଲାର ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୯୮ ରୁ ୧୦୩ ଟଙ୍କା ମଧ୍ୟରେ । ଯଦିଓ ଆମେରିକା ନିଜେ ବଡ଼ ପରିମାଣରେ ତେଲ ଉତ୍ପାଦନ କରେ। ଏଠାରେ ବିଶ୍ୱ ବଜାରର ସ୍ଥିତି ଓ ବିଭିନ୍ନ ରାଜ୍ୟର ଟିକସ ନୀତି ଯୋଗୁଁ ଦର ବଦଳିଥାଏ। କାଲିଫର୍ନିଆ ଏବଂ ୱାଶିଂଟନ ଭଳି ରାଜ୍ୟରେ ଏହା ପ୍ରତି ଗ୍ୟାଲନ ୫.୫୦ ଡଲାର।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories