Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଦୁନିଆର ସବୁଠୁ ଅସୁନ୍ଦର କୁକୁର ଭାବେ ୪ ଲକ୍ଷ ଜିତିଲା ପେଟୁନିଆ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ଦୁନିଆର ସବୁଠୁ ଅସୁନ୍ଦର କୁକୁର ଭାବେ ୪ ଲକ୍ଷ ଜିତିଲା ପେଟୁନିଆ

Key Points

ବିଶ୍ଵର ସବୁଠୁ ଅସୁନ୍ଦର କୁକୁର ଭାବେ ୪ ଲକ୍ଷ ପୁରସ୍କାର

ପେଟୁନିଆ ନାମକ ଇଙ୍ଗ୍‌ଲିସ୍ ଫ୍ରେଞ୍ଚ ବୁଲଡଗ୍ ମିକ୍ସ କୁକୁର

୧୦ ଜଣ ପ୍ରତିଯୋଗୀକୁ ହରାଇ ବିଜେତା


ଦୂନିଆର ସବୁଠୁ ଅସୁନ୍ଦର କୁକୁର ପ୍ରତିଯୋଗୀତାରେ ମିଳିଛି ୪ ଲକ୍ଷର ପୁରସ୍କାର । ଏଥିରେ ବିଜେତା ହୋଇଛି ପେଟୁନିଆ ନାମକ ଇଙ୍ଗ୍‌ଲିସ୍ ଫ୍ରେଞ୍ଚ ବୁଲଡଗ୍ ମିକ୍ସ କୁକୁର । ଯାହାର ଦେହରେ ଆଦୌ ଲୋମ ନାହିଁ । କାଲିଫର୍ନିଆର ସାଣ୍ଟା ରୋଜାର ସୋନୋମା କାଉଣ୍ଟି ମେଳାରେ ଗତ ସପ୍ତାହରେ ଅନୁଷ୍ଠିତ ପ୍ରତିଯୋଗିତାରେ ଏହି କୁକୁରଛୁଆ ଏବଂ ତାଙ୍କ ମାଲିକ ଶାନନ୍ ନିଏମ୍ୟାନ୍ ୪ ଲକ୍ଷ ଟଙ୍କା ଜିତିଛନ୍ତି । ଏହି ଛୋଟ ପେଟୁନିଆ ୧୦ ଜଣ ପ୍ରତିଯୋଗୀକୁ ହରାଇ ବିଜେତା ହୋଇଛନ୍ତି । ଏହି ପ୍ରତିଯୋଗୀତାରେ ୮ ବର୍ଷର ଚିନି କ୍ରେଷ୍ଟେଡ ଲିଟିଲ ପ୍ରିନ୍ସ ୱଣ୍ଡର ଏବଂ ୧୩ ବର୍ଷର ଚିହୁଆହୁଆ ନେଜୁମୀ ସାମିଲ ଥିଲେ ।


ପେଟୁନିଆକୁ ଲାସ୍ ଭେଗାସର ଏକ ବ୍ୟାକୱାର୍ଡ ବ୍ରିଡର ଏବଂ ହୋର୍ଡରଙ୍କ ପାଖରୁ ଉଦ୍ଧାର କରାଯାଇଥିଲା । ତେବେ ଦୁର୍ଭାଗ୍ୟବସତଃ ତାର ମୂଳ ବ୍ରିଡରର ମୁଣ୍ଡରେ ଚୁଟି ନଥିବାରୁ ଏହି କୁକୁରର ମଧ୍ୟ ମୁଣ୍ଡରେ ଚୁଟି ନାହିଁ । ତେବେ ଏହି ପ୍ରତିଯୋଗୀତା ଜିତିବା ପରେ ତାର ମାଲିକ କହିଛନ୍ତି, "ମତେ ଲାଗୁଛି ସେ ବହୁତ ଖୁସି ଅନୁଭବ କରୁଛି । ତାକୁ ସବୁ ଧ୍ୟାନ, ସବୁ ସ୍ନେହ, ସବୁ ଲୋକଙ୍କ ଭଲପାଇବା ମିଳୁଛି । ଦୂନିଆର ସବୁଠୁ ଅସୁନ୍ଦର କୁକୁର ପ୍ରତିଯୋଗିତା ପାଖାପାଖି ୫୦ ବର୍ଷ ହେବ ଆୟଜିତ ହୋଇଆସୁଛି । ଏହି ପ୍ରତିଯୋଗୀତାର ମୂଳ ଲକ୍ଷ ହେଉଛି, ପ୍ରତି ଜୀବଙ୍କ ପ୍ରତି ଆଦର ଦେଖାଇବା । ତାଙ୍କୁ କୋଳକୁ ନେବା, ଏବଂ ତାଙ୍କ ପ୍ରତି ସ୍ନେହ ଦେଖାଇବା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
petunia crowned world's ugliest dog | Argus News