Two Aircraft Collide / ଟ୍ରେନିଂ ବେଳେ ବାୟୁସେନାର ଦୁଇଟି ବିମାନ ମଧ୍ୟରେ ଧକ୍କା, ଚାରି ପାଇଲଟଙ୍କ ମୃ*ତ୍ୟୁ
·1 hour ago·1 min read

Key Points
ବାୟୁସେନାର ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ
ଟ୍ରେନିଂ ବେଳେ ବାୟୁସେନାର ଦୁଇଟି ବିମାନ ମଧ୍ୟରେ ଧକ୍କା
ଫିଲିପାଇନ୍ସ ବାୟୁସେନାର ଦୁଇଟି ବିମାନ
ଦୁର୍ଘଟଣାରେ ଚାରି ପାଇଲଟଙ୍କ ମୃ*ତ୍ୟୁ

ନୂଆଦିଲ୍ଲୀ,୨୪/୧୦: ଫିଲିପାଇନ୍ସ ବାୟୁସେନାର ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାରି ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ଫର୍ଣ୍ଣାଣ୍ଡୋ ବାୟୁସେନା ଘାଟିରେ ତାଲିମ ନେଉଥିବା ସମୟରେ ବିମାନଗୁଡ଼ିକ ଧକ୍କା ଖାଇଥିଲେ। ବାୟୁସେନା ଦୁର୍ଘଟଣା ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। ଦୁଇଟି SF-260 ବିମାନ ଧକ୍କା ହୋଇଥିଲା, ଯାହା ଫଳରେ ବିମାନରେ ଥିବା ପାଇଲଟଙ୍କ ମୃତ୍ୟୁ ହୋଇଥିଲା।
ଗତକାଲି ଅପରାହ୍ନ ୩:୫୧ ସମୟରେ ଫର୍ଣ୍ଣାଣ୍ଡୋ ବାୟୁସେନା ଘାଟିରେ ଏକ ତାଲିମ ଉଡ଼ାଣ ସମୟରେ ଦୁଇଟି SF-260 ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଚାରି ଜଣ ଫିଲିପାଇନ୍ସ ବାୟୁସେନା (PAF) ପାଇଲଟ୍ ପ୍ରାଣ ହରାଇଥିଲେ। ଉଭୟ ବିମାନ ବାୟୁସେନା ଘାଟିର ପରିଧି ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଫିଲିପାଇନ୍ସ ବାୟୁସେନା ଏକ ପ୍ରେସ୍ ନୋଟ୍ ଜାରି କରି କହିଛି।
ପଢନ୍ତୁ ଏହି ଖବର: ସମୁଦ୍ର ତଳେ ଇଣ୍ଟରନେଟ୍ କେବୁଲ୍! କଟିଗଲେ ବନ୍ଦ ହୋଇଯିବ କି ଇଣ୍ଟରନେଟ୍?
ଦୁର୍ଘଟଣାର କାରଣ ଯାଣିବା ପାଇଁ ତଦନ୍ତ ଚାଲିଛି। ଏହା ସହିତ, ସୁରକ୍ଷା ସତର୍କତା ସ୍ୱରୂପ, ସମସ୍ତ SF-260 ବିମାନକୁ ଗ୍ରାଉଣ୍ଡେଡ୍ କରାଯାଇଛି। ଏହାର ପାଇଲଟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବାୟୁସେନା କହିଛି, "ପିଏଏଫ୍ ଏହାର ମୃତ ପାଇଲଟମାନଙ୍କ ସେବା ଏବଂ ବଳିଦାନକୁ ସଲାମ କରେ। ଆମେ ସେମାନଙ୍କ ଶୋକସନ୍ତପ୍ତ ପରିବାର ସହିତ ଯୋଗାଯୋଗରେ ଅଛୁ ଏବଂ ସେମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛୁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପରିବାରବର୍ଗଙ୍କ ଅନୁରୋଧକ୍ରମେ, ଆମେ ଜନସାଧାରଣଙ୍କୁ ଏହି କଷ୍ଟକର ସମୟରେ ସେମାନଙ୍କ ଗୋପନୀୟତାକୁ ସମ୍ମାନ ଦେବାକୁ ନିବେଦନ କରୁଛୁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବରୁ ଅନେକ ଥର ବିମାନ ତାଲିମ ସମୟରେ ଦୁର୍ଘଟଣା ସୀକାର ହୋଇଛି।
Related Topics
Explore more stories