Child Rights / ରାସ୍ତାରେ ଖାଦ୍ୟ ବିକିବେ ବୋଲି ୧୨ ଦିନର ଛୁଆକୁ ବିକି ଦେଇଥିଲେ, ଏବେ ଜେଲ୍ରେ କଟିବ ୨୦ ବର୍ଷ
·4 months ago·2 min read

Key Points
୨୨ ବର୍ଷୀୟ ମାଆ ଓ ୧୯ ବର୍ଷର ବାପା ଜନ୍ମ କଲା ୧୨ ଦିନର ନବଜାତ ଛୁଆକୁ ଅନଲାଇନ୍ରେ ବିକ୍ରି କରି ଦେଇଛନ୍ତି । ତାହା ବି ଏକ ଷ୍ଟ୍ରିଟ୍ ଫୁ଼ଡ୍ ବ୍ୟବସାୟ ଖୋଲିବାକୁ ।
ନୂଆଦିଲ୍ଲୀ: ଅନେକ କଷ୍ଟ ସହି ମାଆ ଛୁଆଟିଏ ଜନ୍ମ ଦିଏ । ଛୁଆଟି ଉପରେ ମାଆ ଭଳି ବାପା ବି ସବୁ ସ୍ନେହ, ମମତା ଅଜାଡ଼ି ଦିଏ । ଛୁଆଟିଏ ଜନ୍ମ ହେଲେ ଘରକୁ ଖୁସି ଆସେ, ସମସ୍ତେ ଆନନ୍ଦିତ ହୋଇ ଉଠନ୍ତି । ହେଲେ ଅଭାବୀ ଯେବେ ପେଟର ଜ୍ଵାଳାକୁ ସହି ନପାରେ, ସେତେବେଳେ ବାପାମାଆ କିଛି ଟଙ୍କା ପାଇଁ ନବଜାତ ଛୁଆକୁ ଅନ୍ୟ ହାତକୁ ଟେକି ଦିଅନ୍ତି ।
ଏଭଳି ଘଟିଛି ଫିଲିପ୍ପାଇନ୍ସରେ । ଯେଉଁଠି ୨୨ ବର୍ଷୀୟ ମାଆ ଓ ୧୯ ବର୍ଷର ବାପା ଜନ୍ମ କଲା ୧୨ ଦିନର ନବଜାତ ଛୁଆକୁ ଅନଲାଇନ୍ରେ ବିକ୍ରି କରି ଦେଇଛନ୍ତି । ତାହା ବି ଏକ ଷ୍ଟ୍ରିଟ୍ ଫୁ଼ଡ୍ ବ୍ୟବସାୟ ଖୋଲିବାକୁ । ଫିଲିପ୍ପାଇନ୍ସର ବ୍ୟସ୍ତବହୁଳ ଏକ ସପିଂ ମଲ୍ରେ ଫେବ୍ରୁଆରୀ ୨ରେ ଏହି ଘଟଣା ଘଟିଛି ।
ଏଥିସହ ପଢ଼ନ୍ତୁ: ବାରମ୍ୱାର ଝିଅ ହେଲା, ରାଗରେ ସାନ ଝିଅକୁ ବିକିଦେଲା ମା'...
ସୂଚନା ଅନୁସାରେ, ଦମ୍ପତି ୧୨ ଦିନର ଛୁଆଟିକୁ ୨୭ ହଜାର ୫୦୦ ଫିଲିପ୍ପାଇନ ପେସୋସ୍ରେ (୪୩ ହଜାର ୧୧୩ ଟଙ୍କା) ବିକ୍ରି କରୁଥିଲେ । ଅନଲାଇନ୍ରେ ବିଜ୍ଞାପନ ଦେଖି ପୋଲିସ କ୍ରେତା ବେଶରେ ପହଞ୍ଚିଥିଲା । ଛୁଆକୁ କିଣିବା ଲାଗି ଟଙ୍କା ବି ଦେଇଥିଲା ପୋଲିସ ।
ଏହାପରେ ଫିଲିପ୍ପାଇନ ନ୍ୟାସନାଲ ପୋଲିସର ମହିଳା ଓ ଶିଶୁ ସୁରକ୍ଷା କେନ୍ଦ୍ରର ଅଧିକାରୀ ଦମ୍ପତିଙ୍କୁ ଗିରଫ କରିଛନ୍ତି । ମଲ୍ ଭିତରେ ଥିବା ଫାଷ୍ଟ ଫୁଡ୍ ଷ୍ଟଲ୍ରୁ ଉଭୟଙ୍କୁ ଗିରଫ କରାଯିବା ସହ ଛୁଆକୁ ଉଦ୍ଧାର କରାଯାଇଛି ।
ଗିରଫ ପରେ ୧୨ ଦିନର ଛୁଆର ମାଆ ଭାଙ୍ଗି ପଡ଼ିବା ସହ କାନ୍ଦୁଥିବା ଦେଖିବାକୁ ମିଳିଛି । ନିଜ ମୁହଁରେ ଟଙ୍କା ପାଇଁ ସେ ଛୁଆକୁ ବିକ୍ରି କରୁଥିବା ସ୍ଵୀକାର ମଧ୍ୟ କରୁଛନ୍ତି । ପୋଲିସ ଦମ୍ପତିଙ୍କ ବିରୋଧରେ ମାନବ ଚାଲାଣ ସହ ଛୁଆଙ୍କ ପ୍ରତି ହିଂସା ମାମଲା ରୁଜୁ କରିଛି ।
ଏଥିସହ ପଢ଼ନ୍ତୁ: ଦ୍ୱାରକାରେ ରିଲ ପାଇଁ ଷ୍ଟଣ୍ଟ! ଦ୍ରୁତଗାମୀ ସ୍କର୍ପିଓ ଧକ୍କାରେ ୨୩ ବର୍ଷୀୟ ସାହିଲଙ୍କ ମୃତ୍ୟୁ, ନାବାଳକ ଡ୍ରାଇଭରକୁ ଜାମିନ
ଏନେଇ ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି, "ଦମ୍ପତିଙ୍କ ବିରୋଧରେ ମାନବ ଚାଲାଣ, ଛୁଆଙ୍କ ପ୍ରତି ହିଂସା ଓ ଅବୈଧ ପୋଷ୍ୟ ସନ୍ତାନ ଭଳି ଧାରା ଲାଗିଛି । ଯେଉଁଥିରେ ଜାମିନ୍ ପ୍ରାବଧାନ ନଥିବା ବେଳେ ୨୦ ବର୍ଷ ଜେଲ୍ କିମ୍ବା ଆଜୀବନ କାରାଦଣ୍ଡାଦେଶ ହୋଇପାରେ ।"
ତଦନ୍ତକାରୀ ଅଧିକାରୀଙ୍କ ଅନୁସାରେ, "ଦମ୍ପତି ଛୁଆ ବିକ୍ରି ଟଙ୍କାରେ ରାସ୍ତା କଡ଼ରେ ଏକ ଖାଦ୍ୟ ଠେଲା ଖୋଲିଥାନ୍ତେ । ଛୁଆକୁ ଉଦ୍ଧାର କରାଯାଇ ସ୍ଵାସ୍ଥ୍ୟ ପରୀକ୍ଷା ପରେ ଶିଶୁ ସୁରକ୍ଷା ଗୃହରେ ରଖା ଯାଇଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories