Plane Crash USA / ‘ମେଡେ ମେଡେ’ କହି ଚିତ୍କାର କଲେ ପାଇଲଟ…ଆଖି ପିଛୁଳାକେ ଜଳିଗଲା ବିଜନେସ୍ ଜେଟ୍
·1 hour ago·3 min read

Key Points
ଭୟଙ୍କର ବିମାନ ଦୁର୍ଘଟଣା
ଆକାଶରୁ ମିସାଇଲ୍ ପରି ଖସିଲା ବିଜନେସ୍ ଜେଟ
ରାସ୍ତାରେ ହୁତୁ ହୁତୁ ହୋଇ ଜଳିଲା ପ୍ଲେନ୍
ଆକାଶରୁ ମିସାଇଲ୍ ପରି ଖସିଲା ବିଜନେସ୍ ଜେଟ
ରାସ୍ତାରେ ହୁତୁ ହୁତୁ ହୋଇ ଜଳିଲା ପ୍ଲେନ୍
ଭୟଙ୍କର ବିମାନ ଦୁର୍ଘଟଣା । ଆକାଶରୁ ମିସାଇଲ୍ ପରି ଖସିଲା ବିଜନେସ୍ ଜେଟ୍ । ରାସ୍ତାରେ ହୁତୁ ହୁତୁ ହୋଇ ଜଳିଲା ପ୍ଲେନ୍ । ଆମେରିକାର ଫ୍ଲୋରିଡାରେ ଏକ ବିଜନେସ୍ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ସମସ୍ତ ୯ ଜଣଙ୍କର ମୃତ୍ୟୁ ହୋଇଛି । ଟେକ୍ସାସରୁ ବାହାମାସ ଯାଉଥିବା ବେଳେ ଦକ୍ଷିଣ ଫ୍ଲୋରିଡାରେ ଜେଟ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । କ୍ରାସ୍ ବେଳର ଛାତିଥରା ଭିଡିଓ ସାମ୍ନାକୁ ଆସିଛି । ମିସାଇଲ୍ ଖସିଲା ପରି ରାସ୍ତାରେ ଖସି ପଡିଛି ପ୍ଲେନ୍ଟି । ଦୁର୍ଘଟଣାର କାରଣ ଜଣାପଡିନାହିଁ । ଏଫଏଏ ଏବଂ ନ୍ୟାସନାଲ ଟ୍ରାନ୍ସପୋଟେସନ ସେପ୍ଟି ତଦନ୍ତ ଆରମ୍ଭ କରିଛି।
ବିମାନ ଦୁର୍ଘଟଣାର ଅନେକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଦେଖାଯାଉଛି ଯେ, ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକରେ ଥିବା ଲୋକମାନେ ବିମାନଟିକୁ ଆକାଶରୁ ଦ୍ରୁତ ଗତିରେ ତଳକୁ ଖସି ଆସୁଥିବାର ଏବଂ ଭୂମିରେ ପିଟି ହେବା ପରେ ନିଆଁ ଲାଗି ଯାଉଥିବାର ଦୃଶ୍ୟ ରେକର୍ଡ କରିଛନ୍ତି। ଦୁର୍ଘଟଣାସ୍ଥଳରୁ କଳା ଧୂଆଁର ଏକ ଅଗ୍ନି ପିଣ୍ଡୁଳା ଉପରକୁ ଉଠୁଥିବାର ଦେଖିବାକୁ ମିଳିଛି।
ଆମେରିକାର ପରିବହନ ସଚିବ ସନ୍ ଡଫି ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' (X) ରେ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରବିବାର ଅପରାହ୍ନ ପ୍ରାୟ ୧୨:୫୦ (ଇଷ୍ଟର୍ଣ୍ଣ ଟାଇମ୍) ସମୟରେ ଏହି ଦୁର୍ଘଟଣା ଘଟିଛି। ଏହାକୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ, ବିମାନଟି ଟେକ୍ସାସ୍ର ଅଷ୍ଟିନ୍ରୁ ବାହାରି ବାହାମାସ୍ ଅଭିମୁଖେ ଯାଉଥିଲା।
ଡଫି ଜଣାଇଛନ୍ତି ଯେ, ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ଏକ ଟିମ୍କୁ ଘଟଣାସ୍ଥଳକୁ ପଠାଉଛି, ଯାହା 'ନ୍ୟାସନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ' (NTSB) କୁ ତଦନ୍ତ କାର୍ଯ୍ୟରେ ସହାୟତା କରିବ। ସେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ୱଜନଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। ଏହା ବ୍ୟତୀତ, ସେ କହିଛନ୍ତି ଯେ FAA ଏବଂ ଆମେରିକା ପରିବହନ ବିଭାଗ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଅଧିକ ସୂଚନା ମିଳିବା ମାତ୍ରେ ତାହା ଜଣାଇବେ।
ଅଷ୍ଟିନ୍-ବର୍ଗଷ୍ଟ୍ରୋମ୍ ଆନ୍ତର୍ଜାତୀୟ ବିମାନବନ୍ଦରର ମୁଖପାତ୍ର ଜିମ୍ ରେନୋଲ୍ଡସ୍ ନିଶ୍ଚିତ କରିଛନ୍ତି ଯେ, ଏହା ଏକ ବ୍ୟକ୍ତିଗତ ବିମାନ ଥିଲା। ସେ ବିମାନର ଟେଲ୍ ନମ୍ବର 'N722BD' ଦେଇ ଏହାକୁ ଚିହ୍ନଟ କରିଛନ୍ତି, କିନ୍ତୁ ବିମାନରେ କେଉଁମାନେ ଥିଲେ ସେମାନଙ୍କ ପରିଚୟ ସମ୍ପର୍କରେ ସେ ତୁରନ୍ତ କୌଣସି ସୂଚନା ଦେଇପାରି ନାହାନ୍ତି। ରେନୋଲ୍ଡସ୍ ଏହି ଦୁର୍ଘଟଣାକୁ ଏକ ଗଭୀର ଦୁଃଖଦ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି।
ଏୟାର ଟ୍ରାଫିକ କଣ୍ଟ୍ରୋଲର ରେକର୍ଡିଙ୍ଗ ଏବଂ ଫ୍ଲାଇଟ ଟ୍ରାକିଙ୍ଗ ଡାଟା ମୁତାବକ, ବିମାନଟି ୩୫ ହଜାର ଫୁଟ ଉଚ୍ଚତାରେ ପୂର୍ବ ଦିଗକୁ ଯାଉଥିଲା। କିନ୍ତୁ ସେହି ସମୟରେ ପାଇଲଟ ପାଣିପାଗ ଖରାପ ଯୋଗୁ ବିମାନର ଉପର ଭାଗରେ ହଠାତ ବରଫ ଜମିଯାଇଥିଲା। ଏବଂ ଟର୍ବୁଲାନ୍ସ ଆରମ୍ଭ ହୋଇଯାଇଥିଲା। ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ୨୦୦୦ ଫୁଟକୁ ନେଇଯିବାକୁ ଅନୁମତି ମାଗିଥିଲେ। କିନ୍ତୁ ଏହାପରେ ସ୍ଥିତି ଅଧିକ ଖରାପ ହୋଇଯାଇଥିଲା। ଆଉ ଏହାପରେ ଆକାଶରୁ ମିସାଇଲ ଭଳି ବିମାନଟି ଖସିପଡ଼ିଥିଲା।
ରେକର୍ଡିଙ୍ଗ ହିସାବରେ ବିମାନଟି ଦ୍ରୁତ ଗତିରେ ତଳକୁ ଖସିଆସିଲା। ଆରମ୍ଭରୁ ପ୍ରତି ମିନିଟରେ ୧୦ହଜାର ଫୁଟ, ପରେ ୨୦ହଜାର ଫୁଟ ଏବଂ ଏହାପରେ ହଠାତ ୩୦ହଜାର ଫୁଟର ଗତିରେ ତଳକୁ ଖସିପଡ଼ିଲା। ପାଇଲଟ କହିଲ ଯେ ବିମାନ ଆଉ ନିୟନ୍ତ୍ରଣରେ ନାହିଁ ଦ୍ରୁତ ଗତିରେ ତଳକୁ ଖସୁଥିଲା। ଏହାପରେ ପାଇଲଟ ମେଡେ ମେଡେ କହି ସହାୟତା ମାଗିଥିଲେ। ପାଇଲଟ ଶେଷ ମେସେଜରେ ଭୟଙ୍କର କ୍ରାସ ହେବ ବୋଲି କହସାରିଥିଲେ। ଏହାର କିଛି ସମୟପରେ ଭୟଙ୍କର ଦୁର୍ଘଟଣା ଘଟିଥିଲା।
- ଦୁର୍ଘଟଣାଟି ଯାଉଥିବା ଗାଡ଼ିରେ ଥିବା ଲୋକଙ୍କ କ୍ୟାମେରାରେ କଏଦ ହୋଇଛି
ବିମାନ ଦୁର୍ଘଟଣାର ଅନେକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଦେଖାଯାଉଛି ଯେ, ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକରେ ଥିବା ଲୋକମାନେ ବିମାନଟିକୁ ଆକାଶରୁ ଦ୍ରୁତ ଗତିରେ ତଳକୁ ଖସି ଆସୁଥିବାର ଏବଂ ଭୂମିରେ ପିଟି ହେବା ପରେ ନିଆଁ ଲାଗି ଯାଉଥିବାର ଦୃଶ୍ୟ ରେକର୍ଡ କରିଛନ୍ତି। ଦୁର୍ଘଟଣାସ୍ଥଳରୁ କଳା ଧୂଆଁର ଏକ ଅଗ୍ନି ପିଣ୍ଡୁଳା ଉପରକୁ ଉଠୁଥିବାର ଦେଖିବାକୁ ମିଳିଛି।
The private jet that went down just miles from Mar-a-Lago had 9 people on board, according to the FAA. The plane crashed in a residential area near Cresthaven, Florida. The aircraft had departed from Austin-Bergstrom International Airport in Texas and was on its way to North Eleuthera Airport in the Bahamas when it crashed. According to the New York Post, the plane took a "sharp right turn" before nosediving into the ground from about 8,000 feet. The plane is a $2 million Learjet 60, according to the Post. Witnesses on the ground say the crash sounded like a missile.
— Collin Rugg (@CollinRugg) November 1, 2026
- ବିମାନଟି ଅଷ୍ଟିନ୍ରୁ ବାହାମାସ୍ ଯାଉଥିଲା
ଆମେରିକାର ପରିବହନ ସଚିବ ସନ୍ ଡଫି ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' (X) ରେ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରବିବାର ଅପରାହ୍ନ ପ୍ରାୟ ୧୨:୫୦ (ଇଷ୍ଟର୍ଣ୍ଣ ଟାଇମ୍) ସମୟରେ ଏହି ଦୁର୍ଘଟଣା ଘଟିଛି। ଏହାକୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ, ବିମାନଟି ଟେକ୍ସାସ୍ର ଅଷ୍ଟିନ୍ରୁ ବାହାରି ବାହାମାସ୍ ଅଭିମୁଖେ ଯାଉଥିଲା।
ଡଫି ଜଣାଇଛନ୍ତି ଯେ, ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ଏକ ଟିମ୍କୁ ଘଟଣାସ୍ଥଳକୁ ପଠାଉଛି, ଯାହା 'ନ୍ୟାସନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ' (NTSB) କୁ ତଦନ୍ତ କାର୍ଯ୍ୟରେ ସହାୟତା କରିବ। ସେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ୱଜନଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। ଏହା ବ୍ୟତୀତ, ସେ କହିଛନ୍ତି ଯେ FAA ଏବଂ ଆମେରିକା ପରିବହନ ବିଭାଗ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଅଧିକ ସୂଚନା ମିଳିବା ମାତ୍ରେ ତାହା ଜଣାଇବେ।
ଅଷ୍ଟିନ୍-ବର୍ଗଷ୍ଟ୍ରୋମ୍ ଆନ୍ତର୍ଜାତୀୟ ବିମାନବନ୍ଦରର ମୁଖପାତ୍ର ଜିମ୍ ରେନୋଲ୍ଡସ୍ ନିଶ୍ଚିତ କରିଛନ୍ତି ଯେ, ଏହା ଏକ ବ୍ୟକ୍ତିଗତ ବିମାନ ଥିଲା। ସେ ବିମାନର ଟେଲ୍ ନମ୍ବର 'N722BD' ଦେଇ ଏହାକୁ ଚିହ୍ନଟ କରିଛନ୍ତି, କିନ୍ତୁ ବିମାନରେ କେଉଁମାନେ ଥିଲେ ସେମାନଙ୍କ ପରିଚୟ ସମ୍ପର୍କରେ ସେ ତୁରନ୍ତ କୌଣସି ସୂଚନା ଦେଇପାରି ନାହାନ୍ତି। ରେନୋଲ୍ଡସ୍ ଏହି ଦୁର୍ଘଟଣାକୁ ଏକ ଗଭୀର ଦୁଃଖଦ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି।
- ପାଗ ଖରାପ ଯୋଗୁଁ ଟର୍ବୁଲାନ୍ସ "ମେଡେ ମେଡେ"
ଏୟାର ଟ୍ରାଫିକ କଣ୍ଟ୍ରୋଲର ରେକର୍ଡିଙ୍ଗ ଏବଂ ଫ୍ଲାଇଟ ଟ୍ରାକିଙ୍ଗ ଡାଟା ମୁତାବକ, ବିମାନଟି ୩୫ ହଜାର ଫୁଟ ଉଚ୍ଚତାରେ ପୂର୍ବ ଦିଗକୁ ଯାଉଥିଲା। କିନ୍ତୁ ସେହି ସମୟରେ ପାଇଲଟ ପାଣିପାଗ ଖରାପ ଯୋଗୁ ବିମାନର ଉପର ଭାଗରେ ହଠାତ ବରଫ ଜମିଯାଇଥିଲା। ଏବଂ ଟର୍ବୁଲାନ୍ସ ଆରମ୍ଭ ହୋଇଯାଇଥିଲା। ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ୨୦୦୦ ଫୁଟକୁ ନେଇଯିବାକୁ ଅନୁମତି ମାଗିଥିଲେ। କିନ୍ତୁ ଏହାପରେ ସ୍ଥିତି ଅଧିକ ଖରାପ ହୋଇଯାଇଥିଲା। ଆଉ ଏହାପରେ ଆକାଶରୁ ମିସାଇଲ ଭଳି ବିମାନଟି ଖସିପଡ଼ିଥିଲା।
ରେକର୍ଡିଙ୍ଗ ହିସାବରେ ବିମାନଟି ଦ୍ରୁତ ଗତିରେ ତଳକୁ ଖସିଆସିଲା। ଆରମ୍ଭରୁ ପ୍ରତି ମିନିଟରେ ୧୦ହଜାର ଫୁଟ, ପରେ ୨୦ହଜାର ଫୁଟ ଏବଂ ଏହାପରେ ହଠାତ ୩୦ହଜାର ଫୁଟର ଗତିରେ ତଳକୁ ଖସିପଡ଼ିଲା। ପାଇଲଟ କହିଲ ଯେ ବିମାନ ଆଉ ନିୟନ୍ତ୍ରଣରେ ନାହିଁ ଦ୍ରୁତ ଗତିରେ ତଳକୁ ଖସୁଥିଲା। ଏହାପରେ ପାଇଲଟ ମେଡେ ମେଡେ କହି ସହାୟତା ମାଗିଥିଲେ। ପାଇଲଟ ଶେଷ ମେସେଜରେ ଭୟଙ୍କର କ୍ରାସ ହେବ ବୋଲି କହସାରିଥିଲେ। ଏହାର କିଛି ସମୟପରେ ଭୟଙ୍କର ଦୁର୍ଘଟଣା ଘଟିଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories