Videos
|
International

Plane Crash / ଅବତରଣ ବେଳେ ଜଳିଗଲା ବିମାନ, ଏହି ବିଶିଷ୍ଟ ବ୍ୟକ୍ତିଙ୍କ ହେଲା ମୃତ୍ୟୁ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଅବତରଣ ବେଳେ ଜଳିଗଲା ବିମାନ, ଏହି  ବିଶିଷ୍ଟ ବ୍ୟକ୍ତିଙ୍କ  ହେଲା ମୃତ୍ୟୁ
Plane Crash

Key Points

ଲିବିଆରେ ବିମାନ ଦୁର୍ଘଟଣା
ଅବତରଣ ବେଳେ ଜଳିଗଲା ବିମାନ
ବିମାନବନ୍ଦରରେ ସମସ୍ତ ଉଡ଼ାଣ ସେବା ସ୍ଥଗିତ
ଲିବିଆ,୧୪/୦୯: ଅବତରଣ ବେଳେ ହୁତୁ ହୁତୁ ହୋଇ ଜଳିଗଲା ବିମାନ। ଏତିରେ ଜଣେ  ବିଶିଷ୍ଟ ବ୍ୟକ୍ତିଙ୍କ ହେଲା ମୃତ୍ୟୁ । ଲିବିଆର  ମିସରାତା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କୁ (VIP) ନେଇ ଯାଉଥିବା ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଅଘଟଣ ପରେ ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ଅଞ୍ଚଳର ଆକାଶମାର୍ଗକୁ ବନ୍ଦ କରାଯିବା ସହ ବିମାନବନ୍ଦରରେ ସମସ୍ତ ଉଡ଼ାଣ ସେବା ସ୍ଥଗିତ ରଖାଯାଇଛି।

ବିମାନଟି ମିସରାତା ବିମାନବନ୍ଦରରେ ଅବତରଣ କରୁଥିବା ସମୟରେ ନିୟନ୍ତ୍ରଣ ହରାଇ ରନୱେରୁ ବାହାରକୁ ଚାଲିଯାଇଥିଲା ଏବଂ ସେଥିରେ ନିଆଁ ଲାଗିଯାଇଥିଲା। ସମ୍ବାଦ ସଂସ୍ଥା 'ଅଲ୍ ଆରବିୟା' ଅନୁଯାୟୀ, ବିମାନରେ ଜଣେ ବିଶିଷ୍ଟ ତଥା ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଯାତ୍ରା କରୁଥିଲେ। ତେବେ ସେହି ବ୍ୟକ୍ତିଙ୍କ ପରିଚୟ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଲିବ୍ୟା ପରିବହନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ବିମାନର କ୍ରିୟୁ ସଦସ୍ୟମାନେ ସୁରକ୍ଷିତ ଅଛନ୍ତି ଏବଂ କୌଣସି ଜୀବନହାନୀ ଘଟିନାହିଁ। ଘଟଣାସ୍ଥଳରେ ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଛି ଏବଂ ପରିସ୍ଥିତି ସୁଧାରିବା ପାଇଁ ଜରୁରୀକାଳୀନ ସେବା ନିୟୋଜିତ କରାଯାଇଛି। ଆକାଶମାର୍ଗ ଓ ଉଡ଼ାଣ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ତୁରନ୍ତ ବିମାନସେବା ବନ୍ଦ ରଖାଯାଇଥିଲା, ଯାହା ପରିସ୍ଥିତି ସ୍ୱାଭାବିକ ହେବା ପରେ ପୁନଃ ଚାଲୁ କରାଯିବ। ଦୁର୍ଘଟଣାର କାରଣ (ଯାନ୍ତ୍ରିକ ତ୍ରୁଟି କିମ୍ବା ଜରୁରୀକାଳୀନ ଅବତରଣ) ଜାଣିବା ପାଇଁ ଲିବ୍ୟା କର୍ତ୍ତୃପକ୍ଷ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ପଢନ୍ତୁ ଏହି ଖବର: କାହାର ସୁରକ୍ଷା ଅଧିକ ମଜବୁତ୍? ପୁଟିନ ନା ଜିନପିଙ୍ଗ?
                  

ଗତ ବର୍ଷ ତୁର୍କୀରେ ଘଟିଥିଲା ଏକ ବିମାନ ଦୁର୍ଘଟଣା।  ଏହି  ଭୟାବହ ବିମାନ ଦୁର୍ଘଟଣାରେ ଲିବିଆ ସେନାର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଅଲ-ହଦାଦଙ୍କ ସମେତ ବିମାନରେ ଥିବା ସମସ୍ତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଡିସେମ୍ବର ୨୦୨୫ ମଙ୍ଗଳବାର ରାତିରେ ଏହି ଦୁର୍ଘଟଣା ଘଟିଥିଲା। 

ତୁର୍କୀର ଗୃହମନ୍ତ୍ରୀ ଅଲି ୟେରଲିକାୟାଙ୍କ ସୂଚନା ଅନୁଯାୟୀ, ଫାଲକନ୍-୫୦ ବିମାନଟି ଅଙ୍କାରା ନିକଟସ୍ଥ ହେମାନା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରୁ ବିମାନର ଭଗ୍ନାବଶେଷ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ସୂଚନା ଅନୁସାରେ, ଉଡ଼ାଣ ଭରିବାର ପ୍ରାୟ ୩୦ ମିନିଟ୍ ପରେ ବିମାନଟିରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା। ଏହାପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ଏବଂ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ଅନୁସାରେ, ଲିବିଆର ଏକ ସାମରିକ ପ୍ରତିନିଧି ଦଳ ପ୍ରତିରକ୍ଷା ସହଯୋଗ ବୃଦ୍ଧି ନେଇ ତୁର୍କୀ ସହ ଉଚ୍ଚସ୍ତରୀୟ ଆଲୋଚନା ପାଇଁ ଅଙ୍କାରା ଗସ୍ତରେ ଥିଲେ। ଆଲୋଚନା ପରେ ସେମାନେ ଲିବିଆ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। 



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: