Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲ୍ୟାଣ୍ଡିଂ ବେଳେ ଅଘଟଣ: ମୁହାଁମୁହିଁ ପରେ ନଦୀକୁ ଖସିଲା ଯାତ୍ରୀବାହୀ ବିମାନ ଓ ସେନା ହେଲିକପ୍ଟର

International

ଲ୍ୟାଣ୍ଡିଂ ବେଳେ ଅଘଟଣ: ମୁହାଁମୁହିଁ ପରେ ନଦୀକୁ ଖସିଲା ଯାତ୍ରୀବାହୀ ବିମାନ ଓ ସେନା ହେଲିକପ୍ଟର

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଲ୍ୟାଣ୍ଡିଂ ବେଳେ ଅଘଟଣ: ମୁହାଁମୁହିଁ ପରେ ନଦୀକୁ ଖସିଲା ଯାତ୍ରୀବାହୀ ବିମାନ ଓ ସେନା ହେଲିକପ୍ଟର

Key Points

ଯାତ୍ରୀବାହୀ ବିମାନ-ସେନା ହେଲିକପ୍ଟର ଧକ୍କା

କ୍ରାସ୍ ପରେ ପୋଟୋମ୍ୟାକ ନଦୀକୁ ଖସିଲା

୧୯ ଜଣଙ୍କ ମୃତଦେହ ଉଦ୍ଧାର ସୂଚନା

ଅର୍ଗସ ବ୍ୟୁରୋ: ବିମାନବନ୍ଦରରେ ଅଘଟଣ । ଯାତ୍ରୀବାହୀ ବିମାନ ସହ ସେନା ହେଲିକପ୍ଟର ଧକ୍କା ହେବା ପରେ ନଦୀକୁ ଖସିଲା । ବୁଧବାର ଆମେରିକା ରାଜଧାନୀ ୱାଶିଂଟନରେ ଏହି ଅଘଟଣ ଘଟିଛି । ବିମାନବନ୍ଦର ନିକଟରେ ଥିବା ପୋଟୋମ୍ୟାକ ନଦୀକୁ ଉଭୟ ବିମାନ ଓ ହେଲିକପ୍ଟର ଖସି ପଡ଼ିଛି । 


ଖବର ଲେଖା ହେବା ସୁଦ୍ଧା ନଦୀରୁ ୧୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୪ ଜଣଙ୍କୁ ଉଦ୍ଧାର କରି ମେଡିକାଲ୍ ନିଆଯାଇଛି । ଏବେ ବି ନଦୀରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ଓ ସର୍ଚ୍ଚ ଅପରେସନ୍ । ସୂଚନା ଅନୁସାରେ, ଯାତ୍ରୀବାହୀ ବିମାନ ଅବତଣ କରିବା ବେଳେ ପଛରୁ ଆସୁଥିବା ସେନା ହେଲିକପ୍ଟର ବିମାନକୁ ଧକ୍କା ଦେଇଥିଲା । ଏହା ପରେ ବିମାନ ଓ ହେଲିକପ୍ଟର ନଦୀକୁ ଖସି ପଡ଼ିଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯାତ୍ରୀବାହୀ ବିମାନରେ ୪ ଜଣ କ୍ରିଉ ମେମ୍ବରଙ୍କ ସହ ୬୪ ଜଣ ଥିଲେ । ବୁଧବାର ରାତିରେ ରୋନାଲ୍ଡ ରିଗନ ଏୟାରପୋର୍ଟରେ ଏହି ଅଘଟଣ ଘଟିଛି । ଆମେରିକୀୟ ଏୟାରଲାଇନ୍ସ ବିମାନ ସିଆରଜେ୭୦୦ ସହ ସେନାର ସିକୋର୍ସ୍କି ଏଚ୍-୬୦ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ସେନା ଅଧିକାରୀଙ୍କ ଅନୁସାରେ, ହେଲିକପ୍ଟରରେ ୩ ଜଣ ଥିଲେ ।


ଏୟାରଲାଇନ୍ସ ଅନୁସାରେ, ବିମାନଟି କାନସାସରୁ ୱାଶିଂଟନ ଅଭିମୁଖେ ଆସୁଥିଲା । ରାତି ପ୍ରାୟ ୮ଟା ୫୦ରେ ଦୁର୍ଘଟଣା ପରେ ସମସ୍ତ ଉଡ଼ାଣ ସହ ଅବତରଣକୁ ବନ୍ଦ କରି ଦିଆ ଯାଇଛି । ପୋଟୋମ୍ୟାକ ନଦୀରେ ୨ଟି ବିମାନର ଭଗ୍ନାବଶେଷ ପଡ଼ିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘଟଣା ଉପରେ ନଜର ରଖିଛନ୍ତି ।

Sponsored
plane-chopper collision In Washington America | Argus News