Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମଝି ଆକାଶରେ ଜଳିଗଲା ବିମାନ, ଜୀବନ ହାରିଲେ ସବୁ ଯାତ୍ରୀ !

International

Plane Crash / ମଝି ଆକାଶରେ ଜଳିଗଲା ବିମାନ, ଜୀବନ ହାରିଲେ ସବୁ ଯାତ୍ରୀ !

Satyendu Sekhar Mishra
Browse all articles by Satyendu Sekhar Mishra
·3 months ago·2 min read
ମଝି ଆକାଶରେ ଜଳିଗଲା ବିମାନ, ଜୀବନ ହାରିଲେ ସବୁ ଯାତ୍ରୀ !
Plane Crash

Key Points

ତଦନ୍ତ ସମ୍ପୂର୍ଣ୍ଣ ନହେବା ଓ ଏକ ସରକାରୀ ରିପୋର୍ଟ ପ୍ରକାଶ ନପାଇବା ପର୍ଯ୍ୟନ୍ତ ଯାତ୍ରୀମାନଙ୍କ ପରିଚୟ ଓ କ୍ଷୟକ୍ଷତିର ପରିମାଣ ଜଣାପଡିବ ନାହିଁ।

ପୁଣି ଏକ ଭୟଙ୍କର ବିମାନ ଦୁର୍ଘଟଣା। ମଝି ଆକାଶରେ ଜଳିଗଲା ବିମାନ । ଆମେରିକାର ମେନ୍ ରାଜ୍ୟରେ ଏହି ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଲା, ଆକାଶରୁ ଥଣ୍ଡା ବରଫ ବର୍ଷା ହେଉଥିବା ବେଳେ ବିମାନ ଜଳିଲା କେମିତି ? ଯଦି ବରଫ ବର୍ଷା ହେଉଥିଲା ତେବେ ବିମାନ ସେହି ସମୟରେ ଉଡ଼ାଣ ଭରିଲା କାହିଁକି ? ଏମିତି ନାନା ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି । ରବିବାର ସନ୍ଧ୍ୟାରେ ସ୍ଥାନୀୟ ସମୟ ପ୍ରାୟ ୭ଟା ୪୫ରେ ବାଙ୍ଗୋର୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନଟି ଉଡ଼ାଣ ଭରିଥିଲା । ଆଉ ତାପରେ କିଛି ବାଟ ଉଡ଼ିବା ପରେ ମଝି ଆକାଶରେ ଜଳି ଯାଇଛି ।

ତେବେ ଏଫ୍‌ଏଏ କହିଛି, ବିମାନଟି ଯାନ୍ତ୍ରିକ ତ୍ରୁଟି କିମ୍ବା ଅନ୍ୟାନ୍ୟ କାରଣ ଯୋଗୁ ଦୁର୍ଘଟଣାର ଗ୍ରସ୍ତ ହୋଇଛି। ଏହାର ତଦନ୍ତ ଜାତୀୟ ପରିବହନ ସୁରକ୍ଷା ବୋର୍ଡ (ଏନ୍‌ଟିଏସ୍‌ବି) ଦ୍ୱାରା କରାଯିବ। ତଦନ୍ତ ସମ୍ପୂର୍ଣ୍ଣ ନହେବା ଓ ଏକ ସରକାରୀ ରିପୋର୍ଟ ପ୍ରକାଶ ନପାଇବା ପର୍ଯ୍ୟନ୍ତ ଯାତ୍ରୀମାନଙ୍କ ପରିଚୟ ଓ କ୍ଷୟକ୍ଷତିର ପରିମାଣ ଜଣାପଡିବ ନାହିଁ।

ଏଫ୍‌ଏଏ ହେଉଛି ଆମେରିକାର ବିମାନ ନିୟାମକ, ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (ଏଫ୍‌ଏଏ) । ଏହି ସଂସ୍ଥା ଦୁର୍ଘଟଣାକୁ ନିଶ୍ଚିତ କରି କହିଛି ଯେ, ବିମାନରେ ଆଠ ଜଣ ଲୋକ ଥିଲେ। ଏଫ୍‌ଏଏ ଅନୁଯାୟୀ, ଯୁଗ୍ମ-ଇଞ୍ଜିନ ଥିବା ଟର୍ବୋଫ୍ୟାନ ଜେଟ୍ ବମ୍ବାର୍ଡିୟର ଚ୍ୟାଲେଞ୍ଜର-୬୦୦ ବିମାନରେ ଦୁର୍ଘଟଣା ପରେ ନିଆଁ ଲାଗିଯାଇଥିଲା। ଯାତ୍ରୀ ଓ କ୍ରୁ ମେମ୍ବରଙ୍କର ଅବସ୍ଥା ସମ୍ପର୍କରେ ଅଧିକାରୀମାନେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରିନାହାନ୍ତି।

ଦୁର୍ଘଟଣା ସମୟରେ ବାଙ୍ଗୋର ବିମାନବନ୍ଦରରେ ହାଲୁକା ତୁଷାରପାତ ହେଉଥିଲା, କିନ୍ତୁ ଦୁର୍ଘଟଣା ପାଇଁ ପାଗ ଏକ କାରଣ ବୋଲି ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟିକରଣ ହୋଇନାହିଁ। ସେହି ସମୟରେ, ତୃତୀୟ ବୃହତ୍ତମ ସହର ବାଙ୍ଗୋର ସମେତ ସମଗ୍ର ମେନ୍ ରାଜ୍ୟରେ ଶୀତକାଳୀନ ଝଡ଼ ପାଇଁ ଚେତାବନୀ ଜାରି କରାଯାଇଥିଲା।

ସୂତ୍ର ଅନୁସାରେ, ବିମାନଟି ଟେକ୍ସାସରୁ ମେନ୍‌ରେ ପହଞ୍ଚିଥିଲା । ଏହାର ପଞ୍ଜିକରଣ ରେକର୍ଡ ଅନୁସାରେ, ବିମାନଟି ହ୍ୟୁଷ୍ଟନ୍ ସ୍ଥିତ ଏକ ବ୍ୟକ୍ତିଗତ ଆଇନ ଫାର୍ମ ଆର୍ନୋଲ୍ଡ ଓ ଇଟକିନ୍ କମ୍ପାନୀର। ଏଫ୍‌ଏଏ ରେକର୍ଡ ଅନୁସାରେ ବିମାନଟି ଏପ୍ରିଲ ୨୦୨୦ରେ ସେବା ଆରମ୍ଭ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Plane Crash | Plane crash at Bangor airport, Maine: Bombardier Challenger 600 with 8 onboard overturns; | Argus News