Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ବିମାନ ଦୁର୍ଘଟଣା , ଉଡାଣର କିଛି ସମୟ ଭିତରେ ଜଳିଗଲା ବିମାନ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ବିମାନ ଦୁର୍ଘଟଣା , ଉଡାଣର କିଛି ସମୟ ଭିତରେ ଜଳିଗଲା ବିମାନ

Key Points

ନେଦରଲ୍ୟାଣ୍ଡକୁ ଉଡାଣ ଭରୁଥିଲା ଏହି ବିମାନ । ସନ୍ଧ୍ୟା ୭ଟା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ହେବା ସଙ୍ଗେସଙ୍ଗେ ପୋଲିସ ତଥା ଅନ୍ୟ ଅଧିକାରୀ ମାନେ ଉଦ୍ଧାର କାର୍ଯ୍ୟ ପାଇଁ ସେଠାରେ ପହଞ୍ଚି ଯାଇଥିଲେ ।

ଲଣ୍ଡନ ସାଉଥଏଣ୍ଡ୍ ଏୟରପୋର୍ଟରେ ବିମାନ ଦୁର୍ଘଟଣା । ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍ ଏୟର ବିମାନ ଦୁର୍ଘଟଣା । ଉଡାଣର କିଛି ସମୟ ଭିତରେ ଜଳିଗଲା ଛୋଟ ବିମାନ । ମୃତାହତଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ଆସିପାରି ନାହିଁ । ନେଦରଲ୍ୟାଣ୍ଡକୁ ଉଡାଣ ଭରୁଥିଲା ଏହି ବିମାନ । ସନ୍ଧ୍ୟା ୭ଟା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ହେବା ସଙ୍ଗେସଙ୍ଗେ ପୋଲିସ ତଥା ଅନ୍ୟ ଅଧିକାରୀ ମାନେ ଉଦ୍ଧାର କାର୍ଯ୍ୟ ପାଇଁ ସେଠାରେ ପହଞ୍ଚି ଯାଇଥିଲେ । ତେବେ ଦୁର୍ଘଟଣାର କାରଣ ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇନାହିଁ ।

ପ୍ରାଥମିକ ତଦନ୍ତରୁ ଯାହା ଜଣା ପଡିଛି ଯେ, ବିମାନର ଭିତର ଟେକନିକ ଖରାପ କିମ୍ବା ଇଞ୍ଜିନ ଫେଲ ହୋଇଥିବା କାରଣରୁ ବିମାନବନ୍ଦରର କର୍ତ୍ତୃପକ୍ଷ ସମସ୍ତ ଉଡାଣ ବନ୍ଦ କରିଦେଇଛନ୍ତି । ଏଥିସହ ଯାତ୍ରୀମାନଙ୍କୁ ଅନାବଶ୍ୟକ ଯାତ୍ରା ନକରିବାକୁ କହିଛନ୍ତି, ଏବଂ ଏୟରପୋର୍ଟ ୱେବସାଇଟରେ ଦିଆଯାଉଥିବା ଅପଡେଟ୍‌ ପ୍ରତି ନଜର ରଖିବାକୁ ପରାମର୍ଶ ଦେଇଛନ୍ତି । ତେବେ ଘଟଣାକୁ ଦେଖିଥିବା ବ୍ୟକ୍ତି ମଧ୍ୟ ଗଣମାଧ୍ୟମରେ ନିଜର ବୟାନ ଦେଇଛନ୍ତି । ସେ କହିଛନ୍ତି, ଝରକା ପଟେ ସେ କିଛି ହଠାତ୍ ନିଆଁ ପିଣ୍ଡୁଳା ଦେଖିଥିଲେ । ଯାହାକୁ ଦେଖି ସେ ଖୁବ ଭୟବୀତ ହୋଇଥିଲେ । ସ୍ଥାନୀୟ ସାଂସଦ ଡେବିଡ ବର୍ଟନ ସାମ୍ପସନ କହିଛନ୍ତି, ସବୁ ବ୍ୟକ୍ତି ଦୁର୍ଘଟଣା ସ୍ଥଳରୁ ଦୂରରେ ଥିଲେ । ତେବେ ବର୍ତ୍ତମାନ ଯାଏଁ କାହାର କିଛି କ୍ଷୟକ୍ଷତି ହୋଇଥିବା ନେଇ ସ୍ପଷ୍ଟ ସୂଚନା ଆସିନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Plane crash in London | Argus News