Videos
|
International

ଢାକାରେ ଆଉ ଏକ ଏୟାର କ୍ରାସ୍

Rashmita Mishra
Browse all articles by Rashmita Mishra
·1 year ago·2 min read
ଢାକାରେ ଆଉ ଏକ ଏୟାର କ୍ରାସ୍

Key Points

ବାଂଲାଦେଶରେ ମର୍ମନ୍ତୁଦ ବିମାନ ଦୁର୍ଘଟଣା

ନଡିଆ ଗଛରେ ପିଟି ହୋଇ କଲେଜ ଉପରେ ଖସିଲା ଏୟାରକ୍ରାଫ୍ଟ

୧୬ଜଣ ଛାତ୍ରଛାତ୍ରୀ ଓ ଦୁଇ ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର

ଶତାଧିକ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତ୍ତି

ଘଟଣାସ୍ଥଳରେ ଜଳିଗଲେ ବିମାନର ପାଇଲଟ୍

ବାଂଲାଦେଶର ରାଜଧାନୀ ଢାକାରେ ଅଚାନକ ଖସିଲା ଏୟାରକ୍ରାଫ୍ଟ । ବିମାନଟି କମ୍ ଉଚ୍ଚତାରେ ଉଡୁଥିବା ବେଳେ ହଠାତ୍ ତଳକୁ ଖସିବା ଆରମ୍ଭ କରିଥିଲା । ନଡିଆ ଗଛରେ ପିଟି ହେବା ପରେ ବିମାନଟି ଅତ୍ୟନ୍ତ ବିପଜ୍ଜନକ ଭାବେ ଉତ୍ତରାର ମାଇଲଷ୍ଟୋନ୍ କଲେଜ ଉପରେ ଖସି ପଡିଥିଲା । ଚାହୁଁ ଚାହଁ ବିମାନଟି ହୁ ହୁ ଜଳିବାରେ ଲାଗିଥିଲା । ଆଉ ନିଆଁର ଫସି ଯାଇଥିଲେ କଲେଜରେ ପଢୁଥିବା ଛାତ୍ରଛାତ୍ରୀ । ଆଖି ପିଛୁଳାକେ ଜ୍ବଳନ୍ତ ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇଥିଲା କଲେଜ କ୍ୟାମ୍ପସ । ନିଆଁର ତାତି ଏତେ ଅଧିକ ଥିଲା ଯେ, ସେମାନଙ୍କୁ ଉଦ୍ଧାର କରିବା ସ୍ଥାନୀୟ ଲୋକଙ୍କ ପାଇଁ କାଠିକର ପାଠ ହୋଇଯାଇଥିଲା । ସମସ୍ତେ ନିର୍ବାକ ହୋଇ ନିଆଁର କରାଳରୂପକୁ ଦେଖୁଥିଲେ ।


ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ଉଦ୍ଧାରକାର୍ଯ୍ୟ ତ୍ବରାନ୍ବିତ ହୋଇଥିଲା । କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧୬ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରଛାତ୍ରୀଙ୍କ ମୃତଦେହ ଉଦ୍ଧାର ପରେ ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀମାନେ ନିଜକୁ ସମ୍ଭାଳି ପାରି ନଥିଲେ । ୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପାଇଲଟଙ୍କ ଅର୍ଦ୍ଧ ଦଗ୍ଦ ମୃତଦେହ ଉଦ୍ଧାର ହୋଇଛି । ବାଂଲାଦେଶ ଏୟାରଫୋର୍ସ ପକ୍ଷରୁ ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସ୍ଥାନୀୟ ସମୟ ଅପରାହ୍ନ ୧ଟା ୬ ମିନିଟ୍ । ବାଂଲାଦେଶ ବାୟୁସେନାର F 7 ଟ୍ରେନିଂ ଏୟାର କ୍ରାଫ୍ଟ ଉଡାଣ ଭରିଥିଲା । କିନ୍ତୁ ମାତ୍ର ୨୪ ମିନିଟ ପରେ ବିମାନର ଗତିରେ ଦ୍ରୁତ ପରିବର୍ତ୍ତନ ଦେଖାଦେଇଥିଲା । ଚାହୁଁଚାହଁ ବିମାନଟି ତଳକୁ ଖସି ପ୍ରଥମେ ଏକ ନଡିଆ ଗଛରେ ପିଟି ହୋଇଥିଲା । ପରେ ନିକଟରେ ଥିବା ଏକ କଲେଜ କ୍ୟାମ୍ପସ ଉପରେ ପଡିଥିଲା । ସେଠାରେ ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ । ଚୀନ ନିର୍ମିତ ଏହି ଅତ୍ୟାଧୁନିକ ବିମାନ F 7 ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ବାଂଲାଦେଶର କାମଚଳା ସରକାରର ମୁଖ୍ୟ ମହମ୍ମଦ ୟୁନୁସ । ଏଥିସହ ଦିନକ ପାଇଁ ବାଂଲାଦେଶରେ ରାଷ୍ଟ୍ରୀୟଶୋକ ଘୋଷଣା କରାଯାଇଛି ।

plane-crash-school-dhaka-bangladesh | Argus News