ନିଖୋଜ ବିମାନର ମିଳିଲା ଭଗ୍ନାବଶେଷ , ୧୦ ଯାତ୍ରୀ ମୃତ

ଅର୍ଗସ ବ୍ୟୁରୋ : ପଶ୍ଚିମ ଆଲାସ୍କାରେ ବିମାନ ଦୁର୍ଘଟଣା । ବିମାନରେ ଥିବା ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୋଷ୍ଟଗାର୍ଡ ଏହି ଧବଂସାବଶେଷ ଚିହ୍ନଟ କରିଛନ୍ତି । ଆମେରିକାର ପଶ୍ଚିମ ଆଲାସ୍କାରେ ଥିବା ନୋମ ସହରକୁ ଯାଉଥିବା ବିମାନ ଗାଏବ ହୋଇଯାଇଥିଲା । ପରେ ସମୁଦ୍ର ନିକଟରେ ଥିବା ବରଫ ନିକଟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ଚିହ୍ନଟ ହୋଇଥିଲା । ଏଥିରେ ଥିବା ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ହେଲିକାପ୍ଟର ବିମାନର ସନ୍ଧାନ କରାଯାଉଥିବା ବେଳେ ଆମେରିକା କୋଷ୍ଟ ଗାର୍ଡ ଏହି ଧ୍ବଂସାବଶେଷକୁ ସମୁଦ୍ର ନିକଟରେ ପଡିଥିବା ଦେଖିବାକୁ ପାଇଥିଲେ ।
Jeju Air 737-800 has crashed after overrunning the runway at Muan International Airport, South Korea.
The aircraft overran runway 01 and was destroyed when it collided with a ground obstacle, the aircraft disintegrated and burst into flames. The accident was caused by a landing… pic.twitter.com/d3hJtwD0Hm
📱 Get Argus News App
✨ପରେ ସେଠାକୁ ଯାଇ ଯାଞ୍ଚ କରିବା ପରେ ୯ ଜଣ ଯାତ୍ରୀଙ୍କ ସମେତ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ବିମାନଟି ଖୁବ ଛୋଟ ବିମାନ ଅଟେ । ତେବେ କୋଷ୍ଟଗାର୍ଡର ସୂଚନା ମୁତାବକ ଏହି ବିମାନ ନୋମ ସହରରୁ ୪୮ କିଲୋମିଟର ଦୂର ଦକ୍ଷିଣ ପୂର୍ବ ଅଞ୍ଚଳରେ ହଜି ଯାଇଥିଲା । ପରେ ବିମାନକୁ ଖୋଜିବାକୁ ଯାଇ ଏହାର ଭଗ୍ନାବଶେଷ ମିଳିଥିଲା । ତେବେ ବିମାନ ଶୁକ୍ରବାର ଦିନ ନିଜର ଉଡାଣ ଆରମ୍ଭ କରିଥିଲା । ଉଡାଣ ସମୟରେ ଦୁର୍ଘଟଣା ହେବା ନେଇ ଏଥିରେ କୌଣସି ସଙ୍କେତ ମିଳିନଥିଲା । କିମ୍ବା ସମୁଦ୍ର ନିକଟରେ ପଡିବା ପୂର୍ବରୁ ମଧ୍ୟ କୌଣସି ସଙ୍କେତ ମିଳିନଥିଲା । ଉଡାଣ ସମୟରେ ପାଗ ଥଣ୍ଡା ଏବଂ ଖରାପ ରହିଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି ।