Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଦେଶ ଗସ୍ତରେ ମୋଦି

International

ବିଦେଶ ଗସ୍ତରେ ମୋଦି

Banajyotshna Ray
Browse all articles by Banajyotshna Ray
·2 years ago
ବିଦେଶ ଗସ୍ତରେ ମୋଦି

ଅର୍ଗସ ବ୍ୟୁରୋ:  ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିଛନ୍ତି। ଇଟାଲୀରେ ଆୟୋଜିତ G-7 ସମ୍ମିଳନୀରେ ଯୋଗ ଦେବାପାଇଁ ପହଁଚିଛନ୍ତି ମୋଦି। ଏଥିସହ ଆମେରିକା, ଫ୍ରାନ୍ସ, ଜାପାନ, କାନାଡା ଓ ୟୁକ୍ରେନ ଦେଶର ରାଷ୍ଟ୍ରମୁଖ୍ୟ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଇଟାଲୀର ଆପୁଲିଆରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି। ଜି୭ ସମ୍ମିଳନୀରେ ଯୋଗଦେବାକୁ ଥିବା ଦେଶର ମୁଖ୍ୟମାନେ ହେଉଛନ୍ତି - ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଜି-୭ ସମ୍ମିଳନୀରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଯୋଗଦେବାର ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
PM in Italy for G7 Summit, to hold bilateral with Meloni | Argus News