ପଡ଼ିବ କି ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧର ବିରାମ ?

Key Points
- ୟୁକ୍ରେନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- କୀଭରେ ମୋଦି- ଜେଲେନସ୍କି ଭେଟଘାଟ୍
- ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ୟୁକ୍ରେନରେ ପାଦ ଥାପିଲେ ମୋଦି
- ପଡ଼ିବକି ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧର ବିରାମ ?
- ମୋଦିଙ୍କ ଉପରେ ପୁରା ବିଶ୍ବର ନଜର
ଅର୍ଗସ ବ୍ୟୁରୋ: ୟୁକ୍ରେନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୋଲାଣ୍ଡରୁ ସିଧାସଳଖ ଟ୍ରେନରେ ଯାତ୍ରା କରି ଆଜି ସକାଳେ କୀବ ରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଷ୍ଟେସନରୁ ବାହାରି ହୋଟେଲ ହୟାତେ ରେଜିନ୍ସ ପହଁଚିବା ପରେ ସେଠାରେ ଉପସ୍ଥିତ ଥିବା ଭାରତୀୟ ସମୁଦାୟ ମୋଦିଙ୍କର ଜୋରଦାର ସ୍ବାଗତ କରିଥିଲେ । ହାତରେ ଜାତୀୟ ପତାକା ସହ ଭାରତ ମାତା କି ଜୟ ଓ ମୋଦି ମୋଦି ନାରାରେ କମ୍ପିଥିଲା ପୁରା ପରିବେଶ । ପାଖାପାଖି ୨୦୦ ପ୍ରବାସୀ ଭାରତୀୟଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
କୀବ ପହଁଚିବା ପରେ ଏଭି ଫୋମିନ ବୋଟାନିକାଲ ଗାର୍ଡ଼େନରେ ସ୍ଥାପିତ ଥିବା ମହାତ୍ମା ଗାନ୍ଧୀଙ୍କ କଂସା ପ୍ରତିମାରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଯାହାକି ୨୦୨୦ ମସିହାରେ ମହାତ୍ମା ଗାନ୍ଧିଙ୍କର ୧୫୧ତମ ଜୟନ୍ତିରେ ଏହି ମୂର୍ତ୍ତିକୁ ସ୍ଥାପିତ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ମୋଦି , ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକିଙ୍କ ସହ ୟୁକ୍ରେନ ନ୍ୟାସନାଲ ମ୍ୟୁଜିୟମରେ ପହଁଚିଥିଲେ । ସେଠାରେ ଦୁଇ ନେତା ଋଷ ଏବଂ ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଥିବା ଶିଶୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହି ସମୟରେ ଦୁଇ ନେତା ଭାବୁକ ହେବାର ଲକ୍ଷ୍ୟ ମଧ୍ୟ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନ ଗସ୍ତ ଉପରେ ପୁରା ବିଶ୍ବର ରହିଛି ନଜର । ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ସମୟରେ ମୋଦିଙ୍କ ଏହି ଗସ୍ତ ଅନେକ କିଛି ଗୁରୁତ୍ବପୂର୍ଣ୍ଣ ବହନ କରୁଛି । ଯୁଦ୍ଧକୁ ନେଇ ଭାରତ ୱୁବେଳେ ନିରପେକ୍ଷ ରହିଆସିଛି । ସର୍ବଦା ଶାନ୍ତି ବଜାୟ ଉପରେ ଜୋର ଦେଇ ଆସିଛି ଭାରତ । କିଛିଦିନ ପୂର୍ବରୁ ମୋଦିଙ୍କ ଋଷ ଗସ୍ତ ସମୟରେ ଋଷ ରାଷ୍ଟ୍ରପତି ପୁତିନଙ୍କୁ ଯୁଦ୍ଧ ଶେଷ କରିହବାକୁ କରିଥିଲେ ଅପିଲ୍ । ତେଣୁ ଏବେ ମୋଦିଙ୍କ ୟୁକ୍ରେନ ଗସ୍ତ ଉପରେ ପୁରା ବିଶ୍ବର ନଜର । ସେପଟେ ସଯୁକ୍ତ ରାଷ୍ଟ୍ରର ମହାସଚିବ ଏଣ୍ଟୋନିଓ ଗୁଟେରେସ ଆଶାବ୍ୟକ୍ତ କରିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ଋଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତାକୁ ସମାପ୍ତ କରିବାରେ ସହାୟକ ହୋଇପାରେ ।
📱 Get Argus News App
✨୧୯୯୧ରେ ସୋଭିଏତ ଋଷଠାରୁ ୟୁକ୍ରେନ ଅଲଗା ହୋଇ ଏକ ସ୍ବାଧୀନ ରାଷ୍ଟ୍ର ହେବା ପରେ କୌଣସି ଭାରତ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ଅଟେ । ମୋଦିଙ୍କ ସହ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ରାଷ୍ଟ୍ରିୟ ସୁରକ୍ଷା ମୁଖ୍ୟ ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଗସ୍ତ କରିଛନ୍ତି । ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଦ୍ବିପାକ୍ଷିକ ଆଲୋଚନାରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ଏବଂ ଚୁକ୍ତି ମଧ୍ୟ ସ୍ବାକ୍ଷରିତ ହୋଇଛି ।