Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନାଇଜେରିଆରେ ମୋଦି

International

ନାଇଜେରିଆରେ ମୋଦି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନାଇଜେରିଆରେ ମୋଦି

ଅର୍ଗସ ବ୍ୟୁରୋ:  5 ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ନାଇଜେରିଆରେ ପହଞ୍ଚିଛନ୍ତି। ସେଠାରେ ମୋଦିଙ୍କୁ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଥିଲା। 5 ଦିନିଆ ଗସ୍ତର ପ୍ରଥମ ପର୍ଯ୍ୟାୟରେ ବ୍ରାଜିଲରେ ଜି-୨୦ ସମିଟ୍ ରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ୨୦୧୪ଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ତୃତୀୟ ବ୍ରାଜିଲ୍ ଗସ୍ତ। ନଭେମ୍ବର ୧୮ ଏବଂ ୧୯ରେ ବ୍ରାଜିଲରେ ୧୯ ତମ ଜି-୨୦ ସମିଟ୍ ରେ ଯୋଗ ଦେବେ। ଏଥର ଜି-୨୦ ସମିଟ୍ ରେ ସଦସ୍ୟ ରାଷ୍ଟ୍ର ରୂପେ ପ୍ରଥମ ଥର ପାଇଁ ଆଫ୍ରିକାନ ଇଉନିୟନ୍ ଦେଶ ସମୂହ ଯୋଗ ଦେବେ। ବ୍ରାଜିଲ୍ ଜି-୨୦ ସମିଟ୍ ରେ ପ୍ରଧାନମନ୍ତ୍ରୀ ମୋଦି ବୈଶ୍ବିୟିକ ପରିସ୍ଥିତିରେ ଭାରତର ଆଭିମୁଖ୍ୟକୁ ନେଇ ସମ୍ବୋଧନ କରିବେ।

ନାଇଜେରିଆ ଏବଂ ଗୁଏନା ଗସ୍ତ କରି ଦୁଇ ଆଫ୍ରିକୀୟ ଦେଶ ସହିତ ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବା ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ତେବେ ୫୬ ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀ ଗୁଏନା ଯାତ୍ରା କରୁଥିବାରୁ ଏହା ଗୁରୁତ୍ବପୂର୍ଣ ବୋଲି କୁହାଯାଉଛି। ସେହିପରି ୧୭ ବର୍ଷର ବ୍ୟବଧାନରେ ଭାରତର ପ୍ରଧାନମନ୍ତ୍ରୀ ନାଇଜେରିଆ ଗସ୍ତ କରିବେ । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ୧୯ରୁ ୨୧ ତାରିଖରେ ନଭେମ୍ବରରୁ ଦକ୍ଷିଣ ଆମେରିକୀୟ ଦେଶ ଗୁଏନା ଗସ୍ତ କରିବେ ।  ୧୯୬୮ ପରଠାରୁ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗୁଏନା ଗସ୍ତ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi arrives in Nigeria on first leg of three-nation visit | Argus News