Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

Banajyotshna Ray
Browse all articles by Banajyotshna Ray
·1 year ago·2 min read
୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ:  ଶାନ୍ତି ଏବଂ ସମାଧାନର ମନ୍ତ୍ର ନେଇ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି..ଆମେରିକା ନିର୍ବାଚନ ପୂର୍ବରୁ ବାଇଡେନଙ୍କୁ କରିବେ ସାକ୍ଷାତ  ..୨୧ ସେପ୍ଟେମ୍ବର ରେ ଆମେରିକାରେ ପହଂଚିବା ପରେ ଷଷ୍ଠ  କ୍ବାର୍ଡ ଶିଖର ସମ୍ମିଳନୀରେ ଜୋଗ ଦେବେ ପ୍ରଧାନମନ୍ତ୍ରୀ ...ଏଥର କ୍ବାର୍ଡ ସମ୍ମିଳନୀ ରାଷ୍ଟ୍ରପତି ବାଇଡେନଙ୍କ ଜନ୍ମସ୍ଥାନ ଉଇଲମିଙ୍ଗଟନ୍ .ଡେଲାୱାରେ ଅନୁଷ୍ଠିତ ହେଉଛି...ଏହି ଅବସରରେ  , ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫମିଓ କିଶିଦା ଏବଂ,ଅଷ୍ଟ୍ରଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍ ଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ମଧଯ କରିବେ....ଏଥର କ୍ବାଡ ଶିଖର ସମ୍ମିଳନୀରେ  ଗତ ଏକ ବର୍ଷରେ କ୍ୱାଡ୍ ଦେଶ ମାନଙ୍କର ଅଭିବୃଦ୍ଧିକୁ ସମୀକ୍ଷା କରାଯିବ ଏବଂ ଆସନ୍ତା ବର୍ଷ ପାଇଁ  ଏଜେଣ୍ଡା ସ୍ଥିର କରାଯିବ।

ୱିଲମିଙ୍ଗଟନରୁ ମୋଦୀ ଲଙ୍ଗ୍ ଆଇଲାଣ୍ଡ ରେ ପ୍ରବାସୀ ଭାରତୀଯଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନ୍ୟୁୟର୍କ ଯାତ୍ରା କରିବେ। ସେଠାରେ  ଭାରତୀୟ ସମ୍ପ୍ରଦାୟର ଏକ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ସେ ଆମେରିକାର ପ୍ରମୁଖ କମ୍ପାନୀଗୁଡିକର ସିଇଓମାନଙ୍କ ସହିତ ଏକ ପାରସ୍ପରିକ କଥାବାର୍ତ୍ତା ମଧ୍ୟ କରିବେ .ତେବେ ପ୍ରଧାନମନ୍ତ୍ରୀ ଙ୍କ ଆଗମନକୁ ନେଇ ନିଉଯର୍କ ରେ ଥିବା ଭାରତୀଯ ମାନଙ୍କ ଭିତରେ ଅସେହ ଉତ୍ସାହ ଦେଖାଦେଇଛି...ପ୍ରଧାନମନ୍ତ୍ରୀ ମୋଦିଙ୍କ ଦେଖିବା ପାଇଁ ଏବଂ ତାଙ୍କ କଥା ଶୁଣିବା ପାଇଁ ସେମାନେ ଅପେକ୍ଷା କରି ରହିଛନ୍ତି ବୋଲି କହିଛନ୍ତି।

ତାଙ୍କର ଗସ୍ତର ଶେଷ ପର୍ଯ୍ୟାୟରେ ସେପ୍ଟେମ୍ବର ୨୩ ରେ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ । FUTURE SUMMIT’କୁ ସମ୍ବୋଧିତ କରିବେ। ଏକ ବିକଶିତ ଭବିଷତ ପାଇଁ ବହୁପାକ୍ଷିକ ସମାଧାନ ଆଣିବା ଏହି ସମିଟ୍ ର ଲକ୍ଷ ରହିଛି..ତେବେ ୨୦୨୫ରେ ଜାତିସଂଘର ୮୦ ବର୍ଷ ପୂରଣ ହେବାକୁ ଜାଉଥିବା ବେଳେ ସମିଟ୍ ଅଫ୍ ଦ ଫୂଚର ଗୁରୁତ୍ବ ବହନ କରୁଛି...ଏହି ଅବସରରେ ରୁଷ ଯୁକ୍ରେନ ଏବଂ ମଧଯପ୍ରାଚଯରେ ଜାରୀ ରହିଥିବା ଜୁଦ୍ଧ ପରିସ୍ଥିତିକୁ ନେଇ ମଆଯ ଜାତିସଂଘରେ ଆଲୋଚନା ହେବାର ସମ୍ବାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆମେରିକା ନିର୍ବାଚନ ହେବାକୁ ଆଉ ଗୋଟିଏ ମାସ ବାକି ଥିବା ବେଳେ ରାଷ୍ଟ୍ରପତି ବାଇଡେନ ଙ୍କ ର ଏହା ଶେଷ କ୍ବାର୍ଡ ବୈଠକ ହେବ...ଏବଂ ମୋଦିଙ୍କ ସହ ବାଇଡେନଙ୍କ ଶେଷ ବୈଠକ ହେବାକୁ ଜାଉଛି...ନିକଟରେ ରୁଷ ଏବଂ ଯୁକ୍ରେନ ଗସ୍ତ ପରେ ମୋଦିଙ୍କ ଆମେରିକା ଗସ୍ତକୁ ଗୁତ୍ବପୂର୍ଣ କୁହାଜାଉଛି..କ୍ୱାର୍ଡ ଶିଖର ସମ୍ମିଳନୀରେ ଗାଜା ଏବଂ ୟୁକ୍ରେନରେ ହୋଇଥିବା ବିବାଦ ଉପରେ ବିଚାର କରିବା ବ୍ୟତୀତ ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ସଦସ୍ୟ ଦେଶମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି କରିବାର ଉପାୟ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର:
 

Sponsored
PM Modi Arrives In US For 3-Day Visit | Argus News