Videos
|
International

ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଦ୍ୱିତୀୟ ପାଳିରେ ମୋଦୀଙ୍କ ପ୍ରଥମ ଗସ୍ତ

Banajyotshna Ray
Browse all articles by Banajyotshna Ray
·1 year ago
ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଦ୍ୱିତୀୟ ପାଳିରେ ମୋଦୀଙ୍କ ପ୍ରଥମ ଗସ୍ତ

ଫ୍ରାନ୍ସରେ ଏଆଇ ଶିଖର ସମ୍ମିଳନୀରେ ଯୋଗ ଦେବା ପରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ୱାସିଂଟନରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଦ୍ବିତୀୟ ପାଳିରେ ମୋଦୀଙ୍କ ଏହା ପ୍ରଥମ ଗସ୍ତ, ଯାହା ଉପରେ ସାରା ବିଶ୍ବର ନଜର ରହିଛି । ଆଜି ଅପରାହ୍ନ ୪ଟାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ମୋଦି । ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟ ରାଷ୍ଟ୍ରନେତା ମଧ୍ୟରେ ଦ୍ବିପାକ୍ଷୀକ ଆଲୋଚନା ହୋଇପାରେ ।


ପ୍ରତିରକ୍ଷା,ଏଆଇ, ଟାରିଫ ବୃଦ୍ଧି, ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ ପ୍ରସଙ୍ଗ ଉଠାଇ ପାରେ ଭାରତ । ଏପରିକି ଭାରତ-ଆମେରିକା କୁଟନୀତି ସର୍ମ୍ପକକୁ ଅଧିକ ମଜଭୂତ କରିବା ଦିଗରେ ମୋଦିଙ୍କ ଏଥରକ ଗସ୍ତ ବେଶ ଗୁରୁତ୍ବ ବହନ କରୁଛି। ମୋଦିଙ୍କ ସ୍ବାଗତ ପାଇଁ ହ୍ବାଇଟ ହାଉସ ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଛି । ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବା ସହ ପ୍ରବାସୀଙ୍କୁ ମଧ୍ୟ ଭେଟିବେ ପ୍ରଧାନମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi arrives in Washington DC to rousing welcome by Indian diaspora | Argus News