Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆମେରିକୀୟ ଟେକ୍‌ କମ୍ପାନୀର ସିଓଙ୍କ ସହ ମୋଦିଙ୍କ ମିଟିଂ : ଭାରତକୁ ଆସିବ...

International

ଆମେରିକୀୟ ଟେକ୍‌ କମ୍ପାନୀର ସିଓଙ୍କ ସହ ମୋଦିଙ୍କ ମିଟିଂ : ଭାରତକୁ ଆସିବ...

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଆମେରିକୀୟ ଟେକ୍‌ କମ୍ପାନୀର ସିଓଙ୍କ ସହ ମୋଦିଙ୍କ ମିଟିଂ : ଭାରତକୁ ଆସିବ...

Key Points

  • ବିଶ୍ଵରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରୁଛି ଭାରତ
  • ଆମେରିକୀୟ ଟେକ୍‌ କମ୍ପାନୀର ସିଓଙ୍କ ସହ ମୋଦିଙ୍କ ମିଟିଂ
  • ମେଡ ଇନ ଇଣ୍ଡିଆ- ଚିପ୍, ମୋଦି ଗ୍ୟାରେଣ୍ଟି

ଅର୍ଗସ ବ୍ୟୁରୋ: ମୋଦିଙ୍କ ୩ ଦିନିଆ ଆମେରିକା ଗସ୍ତକୁ ନେଇ ପୁରା ବିଶ୍ଵର ନଜର ରହିଥିଲା । କାରଣ ମୁଣ୍ଡ ଉପରେ ଆମେରିକାର ନିର୍ବାଚନ ଥିବାରୁ ମୋଦିଙ୍କ ଗସ୍ତ ବେଶ ଗୁରୁତ୍ଵପୂର୍ଣ୍ଣ ଥିଲା । କାରଣ ପିଏମଙ୍କ ଗସ୍ତ ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଏବେର ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପ କହିଥିଲେ ମୁଁ ମୋଦିଙ୍କୁ ନିଶ୍ଚୟ ଭେଟିବି । ସେପଟେ ଆମେରିକୀୟ ଟେକ୍‌ କମ୍ପାନୀର ସିଓଙ୍କୁ ଭେଟିଛନ୍ତି ମୋଦି । କହିଛନ୍ତି, ବିକଶିତ ଭାରତ ସଂକଳ୍ପ ପୂରଣ ପାଇଁ ଦେଶର ଯୁବପିଢ଼ିଙ୍କ ଉପରେ ଭରସା ରହିଛି । 

ଭାରତ ବନୁଛି ଗ୍ଲୋବାଲ୍ ସାଉଥର ଦୃଢ଼ ସ୍ଵର । ବୈଷୟିକ ଜ୍ଞାନ ଓ ଦକ୍ଷତା କ୍ଷେତ୍ରରେ ଥିବା ଚାଲେଞ୍ଜକୁ ଅତିକ୍ରମ କରି ବିଶ୍ଵ ଦରବାରରେ ସ୍ଵତନ୍ତ୍ର ପରିଚୟ ତିଆରି କରୁଛି ଇଣ୍ଡିଆ । ପ୍ରଧାନମନ୍ତ୍ରୀ ଭାବେ ନବମ ଥର ଆମେରିକା ଗସ୍ତର ଦ୍ଵିତୀୟ ଦିନରେ ନ୍ୟୁୟର୍କରେ ପ୍ରମୁଖ ଆମେରିକୀୟ ଟେକ୍ କମ୍ପାନୀର ସିଇଓଙ୍କ ସହ ଗୋଲ୍ ଟେବୁଲ ବୈଠକ କରିଛନ୍ତି ପିଏମ ମୋଦି । ଏହାସହ ମୋଦି କହିଛନ୍ତି, ବିକଶିତ ଭାରତ ସଂକଳ୍ପ ପୂରଣ ପାଇଁ ଦେଶର ଯୁବପିଢ଼ିଙ୍କ ଉପରେ ଭରସା ରହିଛି । କୃଷି, ଶିକ୍ଷା, ସ୍ଵାସ୍ଥ୍ୟ, ଶକ୍ତି କ୍ଷେତ୍ରରେ ବିକାଶ ପାଇଁ ଭାରତ ସରକାର ଉନ୍ନତ ଟେକ୍ ସହ AIର ଉପଯୋଗକୁ ପ୍ରୋତ୍ସାହନ ଦେଉଛନ୍ତି । ନୂଆ ଭାରତରେ ଖୁବଶୀଘ୍ର `ମେଡ ଇନ ଇଣ୍ଡିଆ- ଚିପ୍' ନିର୍ମାଣକୁ ମୋଦି ଗ୍ୟାରେଣ୍ଟି କହିଛନ୍ତି ପ୍ରଧାନମନ୍ତ୍ରୀ ।  

ଆମେରିକା ଗସ୍ତ ସମୟରେ ନ୍ୟୁୟର୍କର ପ୍ୟାଲେସ୍‌ ହୋଟେଲରେ ରାଉଣ୍ଡ ଟେବୁଲ ବୈଠକର ଆୟୋଜନ ହୋଇଥିଲା ।  ମିଟିଂରେ AI, କ୍ଵାଣ୍ଟମ୍ କମ୍ପ୍ୟୁଟିଂ ପରି କ୍ଷେତ୍ରରେ କାମ କରୁଥିବା ପ୍ରମୁଖ ୧୫ ଟି ଆମେରିକୀୟ କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଏଥିରେ ଗୁଗଲ ସିଇଓ ସୁନ୍ଦର ପିଚାଇ, ଆଇବିଏମ୍ ସିଇଓ ଅରବିନ୍ଦ କୃଷ୍ଣ, ଏଡୋବ ସିଇଓ ଶାନ୍ତନୁ ନାରାୟଣ, ଏମଡି ସିଇଓ ଲିସା ସୁ, ମାଡର୍ଣ୍ଣା ସିଇଓ ନବର ଆଫୟାନ, ହୋଲଟେକ୍ ଇଣ୍ଟରନ୍ୟାସନାଲ ସିଇଓ ଡକ୍ଟର କୃଷ୍ଣ ସିଂ ପ୍ରମୁଖ ସାମିଲ ହୋଇଥିଲେ । ମୋଟ୍‌ ଉପରେ ଭାରତରେ କେମିତି ଟେକ୍ନୋଲୋଜିର ବିକାଶ ହେବ ଏବଂ କେମିତି ଅଧିକ ନିବେଶ ହେବ ସେନେଇ ୱାନ ଟୁ ୱାନ ଆଲୋଚନା ହୋଇଛି । କହିବାକୁ ଗଲେ, ବିଶ୍ଵର ପ୍ରମୁଖ ଟେକ୍ କମ୍ପାନୀ ଗୁଡ଼ିକ ପାଇଁ ଭାରତ ଏବେ ପାଲଟିଛି ନିବେଶର ନୂଆ ଠିକଣା । ଏକବିଂଶ ଶତାବ୍ଦୀର ବିଶ୍ଵ ଟେକ୍ନୋଲୋଜି ଦ୍ଵାରା ପରିଚାଳିତ ହେଉଥିବାବେଳେ ଭାରତରେ ରହିଛି ବିଶାଳ ବଜାର ସହ ଦକ୍ଷ ଯୁବଶକ୍ତି । ତେଣୁ ଯୁବଶକ୍ତି ଏହାର ଭରପୁର ଫାଇଦା ଉଠାଇବାକୁ ଆହ୍ଵାନ ଦେଇଛନ୍ତି ମୋଦି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Argus Whatsapp Channel Mobile Top
Sponsored
PM Modi | Argus News