Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Narendra Modi / ସାଙ୍ଗ ଘର ଉପରେ ଆଟାକ୍‌, ରାଗିଲେ ମୋଦି !

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ସାଙ୍ଗ ଘର ଉପରେ ଆଟାକ୍‌, ରାଗିଲେ ମୋଦି !
Putin - Modi - jinping

Key Points

ଏକ ବଡ଼ ଭୁଲ କରିଦେଲା ୟୁକ୍ରେନ।
ଯୁଦ୍ଧ ଶେଷ ହେବାକୁ ଚାଲିଥିବା କଥା ମଧ୍ୟରେ ଋଷ ରାଷ୍ଟ୍ରପତିଙ୍କ ଘର ଉପରକୁ ଡ୍ରୋନ୍ ଆଟାକ୍ କରିଛି ୟୁକ୍ରେନ।

ପୁଟିନଙ୍କ ଘର ଉପରେ ଆକ୍ରମଣ । ଚିହିଁକି ଗଲେ ଭାରତ ଓ ଚାଇନା । ସାଙ୍ଗର ଘର ଉପରେ ଆକ୍ରମଣକୁ କଲେ ଘୋର ନିନ୍ଦା । ଏହାର ଜବାବ ଦିଆଯିବ ବୋଲି ମଧ୍ୟ ଚେତାଇଦେଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ବ୍ୟକ୍ତିଗତ ଭାବେ ନିନ୍ଦା କରିଛନ୍ତି । ଖବର ଅନୁସାରେ ପୁଟିନଙ୍କ ଘର ଉପରରେ ୟୁକ୍ରେନ ଡ୍ରୋନ୍ ଆଟାକ୍ କରିଛି । ଜବାବରେ ଋଷ କରିବ ସବୁଠାରୁ ବଡ଼ ହମଲା, ମାନଚିତ୍ରରୁ ଲିଭିଯିବ ୟୁକ୍ରେନ୍। ଶାନ୍ତି ଆଲୋଚନା ଚାଲିଥିବା ବେଳେ ଋଷକୁ ୟୁକ୍ରେନ୍ ଦେଲା ବଡ଼ ଧୋକା । ଆମେରିକା କହିଲା ପୁଟିନଙ୍କ ଘର ଉପରକୁ ଆକ୍ରମଣ ୟୁକ୍ରେନ ଦ୍ବାରା ପ୍ରାୟୋଜିତ ଆତଙ୍କୀ ଆକ୍ରମଣ ।

ଗତକାଲି ଋଷ-ୟୁକ୍ରେନ ଯୁଦ୍ଧ ଶାନ୍ତି ପାଇଁ ଟ୍ରମ୍ପ ଜେଲେନସ୍କି ବୈଠକ ସଫଳ ହୋଇଥିଲା। ଆଗକୁ ତ୍ରିପାକ୍ଷିକ ଆଲୋଚନା ହେବ ବୋଲି ଆମେରିକା ରାଷ୍ଟ୍ରପତି ସୂଚନା ଦେଇଥିଲେ। ଏଥିରେ ପୁଟିନ-ଜେଲେନସ୍କି-ଟ୍ରମ୍ପଙ୍କ ମଧ୍ୟରେ ହୋଇଥାନ୍ତା ବୈଠକ। କିନ୍ତୁ ଏହାପୂର୍ବରୁ ଏକ ବଡ଼ ଭୁଲ କରିଦେଲା ୟୁକ୍ରେନ। ଯୁଦ୍ଧ ଶେଷ ହେବାକୁ ଚାଲିଥିବା କଥା ମଧ୍ୟରେ ଋଷ ରାଷ୍ଟ୍ରପତିଙ୍କ ଘର ଉପରକୁ ଡ୍ରୋନ୍ ଆଟାକ୍ କରିଛି ୟୁକ୍ରେନ।

ପୁଟିନଙ୍କ ବାସଭବନ ଉପରେ ପ୍ରାୟ ୯୧ରୁ ଅଧିକ ଡ୍ରୋନ ମାଡ଼ କରିଛି ୟୁକ୍ରେନ। ଏହି ଆକ୍ରମଣ ଗୁଡ଼ିକଦୂରଗାମୀ ଡ୍ରୋନ୍ ଦ୍ବାରା କରାଯାଇଛି। ଏହି ସମୟରେ ପୁଟିନ ସେଠାରେ ଉପସ୍ଥିତ ଥିଲେ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ଜଣାନାହିଁ। ହେଲେ ଏହି ଡ୍ରୋନ୍ ଗୁଡ଼ିକୁ ଋଷର ଏୟାର ଡିଫେନ୍ସ ସିଷ୍ଟମ୍‌ ମଝି ଆକାଶରେ ଖସାଇ ଦେଇଥିଲା। ତେବେ ପୁଟିନଙ୍କ ସରକାରୀ ବାସଭବନ ଉପରେ ୟୁକ୍ରେନ୍ କରିଥିବା ଏହି ହମଲା ଏବେ ୟୁକ୍ରେନ ଉପରେ ଭାରି ପଡ଼ିପାରେ। ଋଷ ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ୟୁକ୍ରେନର ଏହି ଷଡ଼ଯନ୍ତ୍ର ବଦଳରେ ୟୁକ୍ରେନ ଉପରେ ପରମାଣୁ ପକାଇପାରେ ଋଷ।

ସେପଟେ ୟୁକ୍ରେନର ଏହି ଆକ୍ରମଣ ବିଷୟରେ ପୁଟିନ ନିଜେ ଆମେରିକା ରାଷ୍ଟ୍ରପତିଙ୍କୁ ଫୋନ୍ କରି କହିଛନ୍ତି। ଯାହାକୁ ଶୁଣି ରାଗିଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ କହିଛନ୍ତି ଯାହା ହେଲା ତାହା ଠିକ୍‌ ନୁହେଁ। ଶାନ୍ତି ଆଲୋଚନା ସମୟରେ ଆକ୍ରମଣ ଘଟଣା ଗ୍ରହଣୀୟ ନୁହେଁ ବୋଲି ଟ୍ରମ୍ପ୍ କହିଛନ୍ତି । ପୁଟିନ ଟ୍ରମ୍ପଙ୍କୁ ଫୋନ୍ କରି କହିଥିବା କଥା ଟ୍ରମ୍ପ ନିଜେ ସୂଚନା ଦେଇଛନ୍ତି। ଏହାଛଡ଼ା ପୁଟିନ ଏହାକୁ ୟୁକ୍ରେନ ଦ୍ୱାରା ପ୍ରାୟୋଜିତ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ଯାହାର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି ଋଷ। କେଉଁଠାରେ ଏବଂ କେବେ ଏହି ପ୍ରତିଶୋଧମୂଳକ ଆକ୍ରମଣ କରାଯିବ ତାହା ବି ସ୍ଥିର କରାଯାଇ ସାରିଛି।

ତେବେ ୟୁକ୍ରେନ ରାଷ୍ଟ୍ରପତି କିନ୍ତୁ ପୁଟିନଙ୍କ ବାସଭବନରେ ଆକ୍ରମଣ କରାଯାଇଥିବା କଥାକୁ ମିଥ୍ୟା ବୋଲି କହିଛନ୍ତି। ସେ କହିଛନ୍ତି ପୁଟିନଙ୍କ ଉପରେ ଆକ୍ରମଣ ୟୁକ୍ରେନର ଯୋଜନାରେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Narendra Modi | PM Modi condemns attack on Putin's residence: 'Avoid actions that undermine peace' | Argus News