ଭାରତ - ସାଇପ୍ରସ ସମ୍ପର୍କରେ ଯୋଡି ହେଲା ନୂଆ ଅଧ୍ୟାୟ

Key Points
ମୋଦିଙ୍କୁ ସାଇପ୍ରସର ସର୍ବୋଚ୍ଚ ସମ୍ମାନ
ଭାରତ - ସାଇପ୍ରସ ସମ୍ପର୍କରେ ଯୋଡି ହେଲା ନୂଆ ଅଧ୍ୟାୟ
୧୪୦ କୋଟି ଭାରତୀୟଙ୍କୁ ସମର୍ପଣ କଲେ ପ୍ରଧାନମନ୍ତ୍ରୀ
ଭାରତ - ସାଇପ୍ରସ ସମ୍ପର୍କରେ ଯୋଡି ହେଲା ନୂଆ ଅଧ୍ୟାୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଇପ୍ରସର ସର୍ବୋଚ୍ଚ ସମ୍ମାନ । ସାଇପ୍ରସର ରାଷ୍ଟ୍ରପତି ସି. ନିକୋସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏଥିପାଇଁ ସାଇପ୍ରସ ରାଷ୍ଟ୍ରପତି ଭବନରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ସାଇପ୍ରସର ପ୍ରଥମ ରାଷ୍ଟ୍ରପତି ମାକାରିଓସ ଥ୍ରିଙ୍କ ସ୍ମୃତିରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।
ସାଇପ୍ରସର ସର୍ବୋଚ୍ଚ ସମ୍ମାନ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ସାଇପ୍ରସ ପକ୍ଷରୁ ଦିଆଯାଇଥିବା ସମ୍ମାନ ମୋର ନୁହେଁ, ଏହା ୧୪୦ କୋଟି ଭାରତୀୟଙ୍କୁ ପାଇଁ ଉତ୍ସଗୀକୃତ । ସେପଟେ ସାଇପ୍ରସ୍ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଆଲୋଚନା ହୋଇଛି ।