Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ମରିସସର ଜାତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୋଦି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମରିସସର ଜାତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୋଦି

ମରିସସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠରେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଥିଲା। ଆସନ୍ତାକାଲି ସେ ମରିସସର ଜାତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଭାରତୀୟ ନୌସେନାର ଏକ ଯୁଦ୍ଧ ପୋତ ସହ ଭାରତୀୟ ସୁରକ୍ଷା ବଳର ଏକ ଦଳ ମଧ୍ୟ ଅଂଶଗ୍ରହଣ କରିବ। ପର୍ବୂରୁ ୨୦୧୫ରେ ପିଏମ ମୋଦି ମରିସସ ଗସ୍ତ କରିଥିଲେ। ମୋଦି ମରିସସରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହିତ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସହ ବୈଠକ କରିବେ । ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଅନେକ ପ୍ରବାସୀ ଭାରତୀୟ ଅପେକ୍ଷା କରି ରହିଛନ୍ତି ।


ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଭାରତ ଏବଂ ମରିସସ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଏବଂ ଭାରତ ମହାସାଗରରେ ଭାରତର ଉପସ୍ଥିତିକୁ ଅଧିକ ପ୍ରଭାବଶାଳୀ କରିବା। ଦୁଇ ଦିନିଆ ମରିସସ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ତାଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ବନ୍ଧୁତାର ମୂଳଦୁଆକୁ ଆହୁରି ମଜବୁତ କରିବ। ସୂଚନାଯୋଗ୍ୟ, ମରିସସ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଦେଶ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pm-modi-departs-for-state-visit-to-mauritius-to-be-chief-guest-at-national-day-celebrations | Argus News