Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ମୋଦି କହିଲେ AIର ଅର୍ଥ ଆମେରିକା-ଇଣ୍ଡିଆନ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ମୋଦି କହିଲେ AIର ଅର୍ଥ ଆମେରିକା-ଇଣ୍ଡିଆନ

Key Points

  • ଆମେରିକା ଗସ୍ତରେ ମୋଦି
  • ପ୍ରବାସୀ ଭାରତୀୟଙ୍କୁ କଲେ ସମ୍ବୋଧନ
  • AI ର ଅର୍ଥ ଆମେରିକା-ଇଣ୍ଡିଆ

ଅର୍ଗସ ବ୍ୟୁରୋ: ୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ନିର୍ବାଚନର ଠିକ୍‌ ପୂର୍ବରୁ ମୋଦି ପହଞ୍ଚିଥିବାରୁ ଗସ୍ତକୁ ନେଇ ବେଶ ଚର୍ଚ୍ଚା ହେଉଥିଲା । ଖାସ୍‌ କରି ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପ କହିଥିଲେ କି, ମୋଦିଙ୍କୁ ମୁଁ ଅପେକ୍ଷା କରିଛି । ନିଶ୍ଚୟ ଭେଟିବି ବୋଲି । ତେଣୁ ଉଭୟଙ୍କ ଆଲୋଚନାକୁ ପୁରା ବିଶ୍ଵ ନଜରରେ ରଖିଥିଲା ।  ସେପଟେ, ଆମେରିକା ନ୍ୟୁୟର୍କରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ଏଣିକି 'ନମସ୍ତେ' ଲୋକାଲରୁ ଗ୍ଲୋବାଲ ହୋଇଗଲାଣି । ଆପଣଙ୍କ ଭଲ ପାଇବା ମୋ ପାଇଁ ସବୁଠୁ ବଡ଼ ସୌଭାଗ୍ୟ । ଯେତେଥର ଆମେରିକା ଆସିଛି, ଅପାର ସ୍ନେହ ପାଇଛି । ପ୍ରବାସୀ ଭାରତୀୟଙ୍କୁ ରାଷ୍ଟ୍ରଦୂତ ଭାବେ ସମ୍ବୋଧିତ କରି ମୋଦି କହିଛନ୍ତି, ଆପଣମାନେ ଭାରତର ସବୁଠୁ ମଜବୁତ ବ୍ରାଣ୍ଡ ଆମ୍ବାସଡର ।

ଏବେ ବିଶ୍ଵରେ ଏଆଇ ଯେଉଁପରି ଭାବରେ କାମ କରୁଛି ତାହା ଆମେ ସମସ୍ତେ ଜାଣିଛନ୍ତି ବା ଦେଖୁଛନ୍ତି । ତେଣୁ ଆମେରିକାରେ ଏଆଇକୁ ନେଇ ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି, ଆପଣଙ୍କ ସ୍କିଲ, ଟ୍ୟାଲେଣ୍ଟର କୌଣସି ମୁକାବିଲା ନାହିଁ । ବିବିଧତା ସତ୍ତ୍ଵେ ଆମେ ଏକ ହୋଇ ଆଗକୁ ବଢୁଛେ । ଏହି ମୂଲ୍ୟବୋଧ ହିଁ ଆମକୁ ବିଶ୍ଵବନ୍ଧୁ କରିଛି । AIର ଅର୍ଥକୁ ନିଜସ୍ଵ ଢଙ୍ଗରେ ବୁଝାଇ ମୋଦି କହିଛନ୍ତି ମୋ ପାଇଁ AIର ଅର୍ଥ, ଆମେରିକାନ୍-ଇଣ୍ଡିଆନ୍ । ଆଉ ଆମେରିକା-ଇଣ୍ଡିଆ ବିଶ୍ଵର ନୂଆ AI ଶକ୍ତି । ୨୦୨୪ ବର୍ଷ ଏକ ଐତିହାସିକ ବର୍ଷ ବୋଲି କହିବା ସହ କହିଛନ୍ତି, ଏହି ବର୍ଷ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଭିତରେ ଥିବା ବେଳେ, ଭାରତ ଓ ଆମେରିକାରେ ଗଣତନ୍ତ୍ରର ମହାପର୍ବ ଆୟୋଜିତ ହେଉଅଛି । 

ବିଜେପି ସରକାରକୁ ଆସିବା ପରେ ପ୍ରଗତି ପଥରେ ଯାଉଛି ଭାରତ । କେମିତି ଟେକ୍ନୋଲୋଜିର ବିକାଶ ହେବ ତାହାକୁ ସରକାର ଅଗ୍ରାଧିକାର ଦେଉଛନ୍ତି । ସେଇଥି ଲାଗି ତ ମୋଦି କହିଛନ୍ତି, ଭାରତ ଆଉ ସୁଯୋଗକୁ ଅପେକ୍ଷା କରୁନି, ସୁଯୋଗ ସୃଷ୍ଟି କରୁଛି । ଆମେ ମହିଳା ଆଧାରିତ ବିକାଶ ଉପରେ ଗୁରୁତ୍ଵ ଦେଉଛୁ । ହଜାର ହଜାର ମହିଳାଙ୍କୁ ଡ୍ରୋନ୍ ପାଇଲଟ କରାଯାଉଛି । ଭାରତର 5G ବଜାର ଆମେରିକା ଠାରୁ ମଧ୍ୟ ବଡ଼ ହେଲାଣି । ୫-ଜି ପରେ ଦେଶରେ ୬-ଜି ଉପରେ କାମ ହେଉଛି । ୟୁପିଆଇ କାର୍ଯ୍ୟକାରୀ ହେବା ପରେ ପୁରା ବିଶ୍ଵରେ ନଂ ୱାନ ଅନଲାଇନ୍‌ ନେଣଦେଣ ଭାରତରେ ହିଁ ହେଉଛି । କରୋନା ମହାମାରୀ ସମୟରେ ୧୫୦ ଦେଶକୁ ଔଷଧ ଓ ଟିକା ପଠାଇଛୁ ବୋଲି ମୋଦି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ, ଭାରତକୁ ନେଇ ପୁରା ଦେଶରେ  ଚର୍ଚ୍ଚା ବଢିଛି । ଏମିତିକି ଅନେକ ଦେଶ ଭାରତକୁ ଅନୁସରଣ କରୁଛନ୍ତି । ଯାହାର ନେତୃତ୍ଵ ନେଉଛନ୍ତି ମୋଦି । ତେଣୁ ଆଗାମୀ ଦିନରେ ଭାରତ ବିଶ୍ଵଗୁରୁ ହେବାକୁ ଯାଉଥିବା ଚର୍ଚ୍ଚା ଜୋର । 

 

Sponsored