Videos
|
International

ତୃତୀୟ ପାଳି କାର୍ଯ୍ୟଭାର ସମ୍ଭାଳିବା ପରେ ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ତୃତୀୟ ପାଳି କାର୍ଯ୍ୟଭାର ସମ୍ଭାଳିବା ପରେ ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ

ଅର୍ଗସ ବ୍ୟୁରୋ:  ତୃତୀୟ ପାଳି କାର୍ଯ୍ୟଭାର ସମ୍ଭାଳିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ କାର୍ଯ୍ୟକ୍ରମ । ଆଜି ଇଟାଲୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଅପୁଲିଆରେ ଆୟୋଜିତ G7 ସମ୍ମିଳନୀରେ ସାମିଲ ହେବେ ମୋଦି । G7 ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତ ସମେତ ଆଫ୍ରିକା, ଦକ୍ଷିଣ ଆମେରିକାର 11 ବିକାଶଶୀଳ ଦେଶର ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ମିଳିଛି । ବିଶ୍ବର 7 ଆର୍ଥିକ ମହାଶକ୍ତି ସମ୍ପନ୍ନ ରାଷ୍ଟ୍ରସଂଘ G7ରେ ଭାରତକୁ ନିମନ୍ତ୍ରଣ ମିଳିବାକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଛି । ଏହା ସହ ବିଦେଶରେ ମୋଦିଙ୍କ ପ୍ରଭାବ ବୃଦ୍ଧିର ପ୍ରମାଣ ଦେଉଛି । ଗସ୍ତକାଳରେ ପିଏମ ମୋଦି G7 ରାଷ୍ଟ୍ର ଆମେରିକା, ବ୍ରିଟେନ,  ଫ୍ରାନ୍ସ, ଇଟାଲୀ, ଜର୍ମାନୀ, କାନାଡ଼ା ଓ ଜାପାନ ରାଷ୍ଟ୍ରନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବା ସମ୍ଭାବନା ରହିଛି ।

G7 ବୈଠକରେ ମୁଖ୍ୟତଃ ରୁଷିଆ-ୟୁକ୍ରେନ ଯୁଦ୍ଧ, ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ ପ୍ରସଙ୍ଗ ସ୍ଥାନ ପାଇବା ସମ୍ଭାବନା ରହିଛି । ଏଜେଣ୍ଡା ଅନୁସାରେ 13 ତାରିଖରେ ସମ୍ମିଳନୀ ଆରମ୍ଭ ପରେ ପ୍ରଥମେ  ପରିବେଶ ସନ୍ତୁଳନ, ପର୍ଯ୍ୟାବରଣ ପ୍ରସଙ୍ଗରେ ଆଲୋଚନା ହେବ । ସେହିପରି ଦ୍ବିତୀୟ ଦିନରେ ମାଇଗ୍ରସେନ, ଇଣ୍ଡୋ-ପାସିଫିକ ଇକୋନୋମିକ ସିକ୍ୟୁରିଟି, ଏଆଇ ପ୍ରସଙ୍ଗରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଇଟାଲୀ ଗସ୍ତରେ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ସାମିଲ ହେବେ । ବୈଦେଶିକ ସଚିବ ବିନୟ କ୍ବାତ୍ରା, ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, ଏନଏସଏ ଅଜିତ ଡୋଭାଲ ମଧ୍ୟ ଗସ୍ତରେ ସାମିଲ ହୋଇପାରନ୍ତି ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi heads for G7 summit in Italy today | Argus News