Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

South Africa Visit / ଦକ୍ଷିଣ ଆଫ୍ରିକା ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦି

Rashmita Mishra
Browse all articles by Rashmita Mishra
·7 months ago·2 min read
ଦକ୍ଷିଣ ଆଫ୍ରିକା ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦି

Key Points

ଦକ୍ଷିଣ ଆଫ୍ରିକା ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦି । 
ଜୋହାନସବର୍ଗରେ ଜି-୨୦ ଶିଖର ସମ୍ମେଳନରେ ଯୋଗଦେବେ ।
ଜି୨୦ ଏଜେଣ୍ଡା ଉପରେ ରଖିବେ ଭାରତର ଦୃଷ୍ଟିକୋଣ ।

ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ୨୦ତମ ଜି୨୦ ନେତାଙ୍କ ସମ୍ମିଳନୀରେ ଯୋଗଦେବେ। ଏହା ଗ୍ଲୋବାଲ ସାଉଥ୍‌ରେ ଅନୁଷ୍ଠିତ ହେଉଥିବା କ୍ରମାଗତ ଚତୁର୍ଥ ଜି୨୦ ସମ୍ମିଳନୀ ହେବ। ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଜି୨୦ ଏଜେଣ୍ଡା ଉପରେ ଭାରତର ଦୃଷ୍ଟିକୋଣ ରଖିବେ ।

ସୂଚନାନୁଯାୟୀ ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀରୁ ଜୋହାନସବର୍ଗ ଅଭିମୁଖେ ବାହାରିଲେ ପିଏମ୍ । ସେ ଜି-୨୦ ଦେଶର ଶିଖର ସମ୍ମିଳନୀରେ ଭାଗ ନେବେ। ଏହି ଅବସରରେ ଭାରତ ଏବଂ ଗ୍ଲୋବାଲ ସାଉଥ୍ ସହ ଜଡ଼ିତ ସମସ୍ତ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ଜି-୨୦ ଶିଖର ସମ୍ମିଳନୀରେ ଦୃଢତାର ସହ ଉଠାଯିବ । ଏନେଇ ବୈଦେଶିକ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ସୁଧାକର ଦଲେଲା ସୂଚନା ଦେଇଛନ୍ତି ।

୨୦ତମ ଶିଖର ସମ୍ମିଳନୀ ଜୋହାନସବର୍ଗରେ ଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ ଆଫ୍ରିକୀୟ ମହାଦେଶରେ ଶିଖର ସମ୍ମିଳନୀର ଆୟୋଜନ ହେଉଛି। ଏହାଦ୍ଵାରା ଆଫ୍ରିକା ଏବଂ ବିକାଶଶୀଳ ଦେଶଗୁଡ଼ିକର ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ଉପରେ ବିଶ୍ୱର ଧ୍ୟାନ ଆକର୍ଷଣ କରିବ। ୨୦୨୩ ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଶିଖର ସମ୍ମିଳନୀରେ ଆଫ୍ରିକୀୟ ସଂଘକୁ ସ୍ଥାୟୀ ସଦସ୍ୟତା ପ୍ରଦାନ କରାଯାଇଥିଲା । ଦକ୍ଷିଣ ଆଫ୍ରିକା ଚଳିତ ବର୍ଷ ଏହି ସମ୍ମିଳନୀର ଅଧ୍ୟକ୍ଷତା କରୁଛି।

ପ୍ରଧାନମନ୍ତ୍ରୀ ମୋଦି ନଭେମ୍ବର ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଜୋହାନସବର୍ଗରେ ରହିବେ। ଏହି ସମୟରେ ଅନେକ ଦ୍ୱିପାକ୍ଷିକ କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କର ଏହା ଚତୁର୍ଥ ଦକ୍ଷିଣ ଆଫ୍ରିକା ଗସ୍ତ। ପୂର୍ବରୁ, ସେ ୨୦୧୬ରେ, ୨୦୧୮ରେ ଏବଂ ୨୦୨୩ ରେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଯାଇଥିଲେ। ଚଳିତ ବର୍ଷ ଶିଖର ସମ୍ମିଳନୀ ସଂହତି, ସମାନତା, ସ୍ଥାୟୀତ୍ୱ' ଥିମ୍ ଉପରେ ଆଧାରିତ। ଭାରତ ଅଧ୍ୟକ୍ଷତା ସମୟରେ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ଖାଦ୍ୟ ସୁରକ୍ଷା ଏବଂ ଋଣ ସ୍ଥରତା ଭଳି ପ୍ରସଙ୍ଗ ଉପରେ ଗୁରୁତ୍ଵ ଦେଇଥିଲା।

ଜି-୨୦ ହେଉଛି ବିଶ୍ୱର ୨୦ ପ୍ରମୁଖ ଅର୍ଥବ୍ୟବସ୍ଥାର ଏକ ସମୂହ। ଯାହାକି ବୈଶ୍ଵିକ ଜିଡିପି, ବାଣିଜ୍ୟ ଏବଂ ଜନସଂଖ୍ୟାର ଏକ ବଡ଼ ଅଂଶକୁ ପ୍ରତିନିଧିତ୍ୱ କରେ। ଆତଙ୍କବାଦ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିଲେ ମଧ୍ୟ, ଜି-୨୦ ମୁଖ୍ୟତଃ ଅର୍ଥନୈତିକ ପ୍ରସଙ୍ଗ ଉପରେ କେନ୍ଦ୍ରିତ ଏକ ମଞ୍ଚ। ତେଣୁ ସମସ୍ତ ଆଲୋଚନା ସେହି ଦିଗରେ ହେଉଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
South Africa Visit | PM Modi Departs for South Africa | High-Level Visit Focus on Bilateral & Global Cooperation | Argus News