୭ ବର୍ଷ ପରେ ଚୀନ ମାଟିରେ ପ୍ରଧାନମନ୍ତ୍ରୀ ମୋଦି, ଆସନ୍ତାକାଲି SCO ସମିଟରେ ଦେବେ ଯୋଗ

Key Points
ଚୀନରେ ପହଞ୍ଚିଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ
ଜାପାନ ଗସ୍ତ ସାରି ଚୀନରେ ପହଞ୍ଚିଲେ ପିଏମ୍
ଆସନ୍ତାକାଲି ଏସସିଓ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ଚୀନରେ ପହଞ୍ଚିଲେ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ । ଜାପାନ ଗସ୍ତ ସାରି ଚୀନରେ ପହଞ୍ଚିଲେ ପିଏମ୍ ।ଆସନ୍ତାକାଲି ଏସସିଓ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଚୀନ ଓ ରୁଷିଆ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ବିଶ୍ୱ ରାଜନୀତିରେ ଏକ ନୂତନ ମେଣ୍ଟ ଗଠନ ସମ୍ଭାବନା ବୃଦ୍ଧି ପାଇଛି । ଏପଟେ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ପାକିସ୍ତାନ ପାଇଁ ବଢୁଛି ସମସ୍ୟା । ଟ୍ରମ୍ପଙ୍କୁ ଖୁସି କରିବାକୁ ଦେଉଥିବା ବୟାନ ଏବେ ପାକିସ୍ତାନ ପାଇଁ ବୁମେରାଂ ହେବାକୁ ଯାଉଛି । ପୁଣିଥରେ ଭାରତକୁ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଇସାକ ଡାର ଦେଇଛନ୍ତି ଆଲୋଚନା ପ୍ରସ୍ତାବ । କିନ୍ତୁ ଆତଙ୍କବାଦ ଓ ପିଓକେ ବ୍ୟତୀତ ପାକିସ୍ତାନ ସହ ଭାରତ ଅନ୍ୟ ପ୍ରସଙ୍ଗରେ ଆଲୋଚନା କରିବ ନାହିଁ ବୋଲି ସ୍ପଷ୍ଟ ଜବାବ ଦେଇ ସରିଫ ସରକାରର ମୁହଁ ବନ୍ଦ କରିଛି ବୈଦେଶିକ ମନ୍ତ୍ରଣାଳୟ । ଚୀନ ଗସ୍ତ ପୂର୍ବରୁ ୨ ଦିନିଆ ଜାପାନ ଗସ୍ତ ସମୟରେ ବିକାଶର 10 ବର୍ଷିଆ ରୋଡମ୍ୟାପ୍ ପ୍ରସ୍ତତ କରି କୁଟନୈତିକ ସହଭାଗିତାକୁ ନୂଆ ସ୍ତରରେ ପହଞ୍ଚିାଇଛନ୍ତି ପ୍ରଧାନମନ୍ତ୍ରୀ । ୧୫ତମ ଭାରତ-ଜାପାନ ଶିଖର ସମ୍ମିଳନୀରେ ଯୋଗଦାନ ସହ ଟୋକିଓରେ ମୋଦି ୧୬ଟି ପ୍ରଦେଶର ରାଜ୍ୟପାଳଙ୍କୁ ଭେଟିଥିଲେ ।